୧୪% ଖସିଲାଣି ଅଶୋଧିତ ତୈଳ ମୂଲ୍ୟ; ଲିଟର ପିଛା ୧୫ ଟଙ୍କା ଯାଏ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ: ବର୍ଷର ପ୍ରଥମାର୍ଦ୍ଧ ଶେଷ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୧୪ ପ୍ରତିଶତ ହ୍ରାସ ଘଟିଛି। ଯଦି ଆମେ ଅଶୋଧିତ ତୈଳର ଗତ ୫ଟି କାରବାର ଦିବସକୁ ଦେଖିବା ତେବେ ଜଣାପଡିବ ଯେ, ଏହି ସମୟ ମଧ୍ୟରେ ବ୍ରେଣ୍ଟ କ୍ରୁଡ୍ ଏବଂ ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ମୂଲ୍ୟରେ ୩.୫ ପ୍ରତିଶତ ହ୍ରାସ ଘଟିଛି। ବିଶେଷଜ୍ଞଙ୍କ ଅନୁଯାୟୀ ବିଶ୍ବର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ଆସନ୍ତା ମାସରେ ସୁଧ ହାରରେ ବୃଦ୍ଧି […]

ନୂଆଦିଲ୍ଲୀ: ବର୍ଷର ପ୍ରଥମାର୍ଦ୍ଧ ଶେଷ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୧୪ ପ୍ରତିଶତ ହ୍ରାସ ଘଟିଛି। ଯଦି ଆମେ ଅଶୋଧିତ ତୈଳର ଗତ ୫ଟି କାରବାର ଦିବସକୁ ଦେଖିବା ତେବେ ଜଣାପଡିବ ଯେ, ଏହି ସମୟ ମଧ୍ୟରେ ବ୍ରେଣ୍ଟ କ୍ରୁଡ୍ ଏବଂ ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ମୂଲ୍ୟରେ ୩.୫ ପ୍ରତିଶତ ହ୍ରାସ ଘଟିଛି। ବିଶେଷଜ୍ଞଙ୍କ ଅନୁଯାୟୀ ବିଶ୍ବର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ଆସନ୍ତା ମାସରେ ସୁଧ ହାରରେ ବୃଦ୍ଧି ଘଟାଇବା ନେଇ ସୂଚନା ଦେଉଛନ୍ତି। ଏହାର ପ୍ରଭାବ ସ୍ବରୂପ ଆଗାମୀ ଦିନରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବର୍ଷର ଦ୍ୱିତୀୟାର୍ଦ୍ଧରେ ୬୫ରୁ ୭୦ ଡଲାର ମଧ୍ୟରେ କାବରାର କୁଥିବାର ଦେଖିବାକୁ ମିଳିପାରେ। ଯେଉଁଥିପାଇଁ ଏହି ସମୟ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଜାରି ରହିଛି। ଗତ ଦୁଇ ଦିନ ଅର୍ଥାତ୍ ଗୁରୁବାର ଏବଂ ଶୁକ୍ରବାର ଅଶୋଧିତ ତୈଳ ମୂଲ୍ୟରେ ୩ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ସପ୍ତାହ ବିଷୟରେ କହିବାକୁ ଗଲେ ବ୍ରେଣ୍ଟ କ୍ରୁଡ୍ ଏବଂ ଡବ୍ଲ୍ୟୁଟିଆଇର ମୂଲ୍ୟରେ ୩.୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ତେବେ ଆକଳନ ଅନୁଯାୟୀ, ଚଳିତବର୍ଷ ଅର୍ଥାତ୍ ୨୦୨୩ ରେ ଉଭୟ ପ୍ରକାରର ଅଶୋଧିତ ତୈଳ ମୂଲ୍ୟରେ ୧୪ ପ୍ରତିଶତ ହ୍ରାସ ପାଇଛି। ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତର ମୂଲ୍ୟ ବ୍ୟାରେଲ ପିଛା ୭୩.୮୫ ଡଲାରକୁ ଓ ଡବ୍ଲ୍ୟୁଟିଆଇର ମୂଲ୍ୟ ବ୍ୟାରେଲ ପିଛା ୬୯.୧୬ ଡଲାରକୁ ଖସିଆସିଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଅଶୋଧିତ ତୈଳ ମୂଲ୍ୟରେ ହ୍ରାସର ପ୍ରକୃତ କାରଣ ସାରା ବିଶ୍ୱରେ ବ୍ୟାଙ୍କଗୁଡିକ ଦ୍ବାରା ସୁଧ ହାରରେ ବୃଦ୍ଧି ହେତୁ ଦେଖାଯାଉଛି। ବ୍ୟାଙ୍କ ଅଫ୍ ଇଂଲଣ୍ଡ ସୁଧ ହାରକୁ ଆଶାଠାରୁ ଅଧା ପ୍ରତିଶତରୁ ଅଧିକ ବୃଦ୍ଧି କରିବା ପରେ ଗୁରୁବାର ଦିନ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରାୟ ୩ଡଲାର ହ୍ରାସ ପାଇଛି। ନରୱେ ଏବଂ ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସୁଧହାରରେ ବୃଦ୍ଧି କରିଛନ୍ତି। ତେବେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧହାରରେ ଗତ ଦୁଇଥର ବୃଦ୍ଧି କରି ନ ଥିବାବେଳେ ଆସନ୍ତା ମାସରେ ସୁଧ ହାର ବଢ଼ାଇବା ନେଇ ଆଶଙ୍କା ପ୍ରକାଶ କରିଛି। ଯେଉଁଥିପାଇଁ ଅଶୋଧିତ ତୈଳର ଚାହିଦା ହ୍ରାସ ପାଇଛି ଏବଂ ମୂଲ୍ୟ କମିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଅନ୍ୟପକ୍ଷରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ମଧ୍ୟ ଭାରତରେ ଦେଖାଯାଉଛି। ଗତ ଦୁଇ ଦିନ ମଧ୍ୟରେ ଏମ୍‌ସିଏକ୍ସରେ ଅଶୋଧିତ ତୈଳ ମୂଲ୍ୟରେ ୨୭୮ ଟଙ୍କା ହ୍ରାସ ଘଟିଛି। ବୁଧବାର ବଜାର କାବରାର ଶେଷ ବେଳକୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୫୯୫୩ ଟଙ୍କା ରହିଥିଲା ଯାହା ଶୁକ୍ରବାର ଦିନ କାରବାର ଶେଷ ହେବା ପରେ ବ୍ୟାରେଲ ପିଛା ୫୬୭୫ ଟଙ୍କାକୁ ଖସିଆସିଛି। ଶୁକ୍ରବାର କାରବାରରେ ଏହା ବ୍ୟାରେଲ ପିଛା ୫୫୪୬ ଟଙ୍କା ସ୍ତରରେ ପହଞ୍ଚିଛି।

ଆଇଆଇଏଫ୍‌ଏଲ୍‌ର ଉପସଭାପତି କମୋଡିଟି ଆଣ୍ଡ ରିସର୍ଚ୍ଚ, ଅନୁଜ ଗୁପ୍ତାଙ୍କ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା କ୍ରମାଗତ ଭାବରେ ସୁଧହାର କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ ପୂର୍ବକ କରାଯାଉଛି। ଯେଉଁଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଚାହିଦା ନକାରାତ୍ମକ ଭାବେ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳିପାରେ। ଯେଉଁ କାରଣରୁ ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ବର୍ଷର ଦ୍ୱିତୀୟାର୍ଦ୍ଧରେ ବ୍ୟାରେଲ ପିଛା ୬୫ ରୁ ୭୦ ଡଲାର ମଧ୍ୟରେ ରହିପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଡାର ପ୍ରଭାବରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ଭାରତରେ ଦେଖିବାକୁ ମିଳେ। ଫଳରେ ବର୍ଷର ଦ୍ୱିତୀୟାର୍ଦ୍ଧରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ କରାଯାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର