କଲବଲ କରୁଛି ତାତି: ଖରା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଉପକୂଳରୁ- ପଶ୍ଚିମ ଯାଏ ତାତି ବଳବତ୍ତର ରହିଛି। ସୂର୍ଯ୍ଯଙ୍କ ପ୍ରଖର କିରଣ ସାଙ୍ଗକୁ ରାଜ୍ୟକୁ ଆସୁଥିବା ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ଉପର ମୁହାଁ ରହୁଛି।  ଆଗାମୀ ୨ଦିନ ମଧ୍ୟ ଏହାର ପ୍ରଭାବ ଦେଖାଯିବ। ପ୍ରବଳରୁ ଅତି ପ୍ରବଳ ଖରା ହେବାର ଆଶଙ୍କା ରହିଛି। ସେ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ କରାଯାଇଛି। ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡିକ […]

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଉପକୂଳରୁ- ପଶ୍ଚିମ ଯାଏ ତାତି ବଳବତ୍ତର ରହିଛି। ସୂର୍ଯ୍ଯଙ୍କ ପ୍ରଖର କିରଣ ସାଙ୍ଗକୁ ରାଜ୍ୟକୁ ଆସୁଥିବା ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ଉପର ମୁହାଁ ରହୁଛି।  ଆଗାମୀ ୨ଦିନ ମଧ୍ୟ ଏହାର ପ୍ରଭାବ ଦେଖାଯିବ। ପ୍ରବଳରୁ ଅତି ପ୍ରବଳ ଖରା ହେବାର ଆଶଙ୍କା ରହିଛି। ସେ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା ବଲାଙ୍ଗୀର, ସୋନପୁର , ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର । ସେହିପରି ଅତି ପ୍ରବଳ ଖରା ପାଇଁ ଝାରସୁଗୁଡ଼ା, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସେହପିର ୨୨ ତାରିଖ ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲା ଗୁଡିକୁ ମଧ୍ଯ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୨.୮ ଡ଼ିଗ୍ରୀ
ଭୁବନେଶ୍ୱର: ୪୨ ଡ଼ିଗ୍ରୀ
ଚାନ୍ଦବାଲି: ୪୧.୨ ଡ଼ିଗ୍ରୀ
ସମ୍ବଲପୁର: ୪୧.୨ ଡ଼ିଗ୍ରୀ
ଭୁବନେଶ୍ୱର: ୪୧.୮ ଡ଼ିଗ୍ରୀ
କେନ୍ଦୁଝର: ୪୦.୬ ଡ଼ିଗ୍ରୀ
ହୀରାକୁଦ: ୪୦.୪ ଡ଼ିଗ୍ରୀ
ବାଲେଶ୍ୱର: ୩୯.୦ ଡ଼ିଗ୍ରୀ
ପୁରୀ: ୩୩.୦ ଡ଼ିଗ୍ରୀ
ଗୋପାଳପୁର: ୩୩.୦ ଡ଼ିଗ୍ରୀ
ପାରାଦୀପ: ୩୨.୦ ଡ଼ିଗ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର