କିମିଆ କରିଛି ଐତିହାସିକ ବିଜୟ : ବିଜେଡିମୁହାଁ ବିରୋଧୀ ଓ ସ୍ୱାଧୀନ

The Sakala Picture
Published On

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ମିଳିଥିବା ଅଭୂତପୂର୍ବ ସଫଳତା ପାର୍ଶ୍ବ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳିଛି। ନିର୍ବାଚନରେ ବିପୁଳ ସଫଳତା ପରେ ଦଳର ଶକ୍ତି ଆହୁରି ବଢ଼଼ିବାରେ ଲାଗିଛି। ବିରୋଧୀ, ବିଜୟୀ ସ୍ୱାଧୀନ ଓ ଦଳରୁ ଟିକଟ ନପାଇ ମୁହଁ ମୋଡିଥିବା ନେତା ଏବେ ବିଜେଡି ମୁହାଁ ହୋଇଛନ୍ତି। ଭୁବନେଶ୍ୱରରୁ ଆରମ୍ଭ କରି ସମଗ୍ର ରାଜ୍ୟରେ ଏହି ଧାରା ଦେଖିବାକୁ ମିଳିଛି। ଜଣକ ପରେ ଜଣେ ନେତା ଶଙ୍ଖ ଫୁଙ୍କିବାକୁ […]

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ମିଳିଥିବା ଅଭୂତପୂର୍ବ ସଫଳତା ପାର୍ଶ୍ବ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳିଛି। ନିର୍ବାଚନରେ ବିପୁଳ ସଫଳତା ପରେ ଦଳର ଶକ୍ତି ଆହୁରି ବଢ଼଼ିବାରେ ଲାଗିଛି। ବିରୋଧୀ, ବିଜୟୀ ସ୍ୱାଧୀନ ଓ ଦଳରୁ ଟିକଟ ନପାଇ ମୁହଁ ମୋଡିଥିବା ନେତା ଏବେ ବିଜେଡି ମୁହାଁ ହୋଇଛନ୍ତି। ଭୁବନେଶ୍ୱରରୁ ଆରମ୍ଭ କରି ସମଗ୍ର ରାଜ୍ୟରେ ଏହି ଧାରା ଦେଖିବାକୁ ମିଳିଛି। ଜଣକ ପରେ ଜଣେ ନେତା ଶଙ୍ଖ ଫୁଙ୍କିବାକୁ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ନିର୍ବାଚନରେ ଟିକଟ ନମିଳିବାରୁ ୬୦ ନଂ ୱାର୍ଡରେ ଚନ୍ଦ୍ର ଶେଖର ମଲିଆ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହେଲେ। ଗତକାଲି ସେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ମଲିଆ ବିଜେଡିରେ ମିଶିଛନ୍ତି। ସ୍ୱାଧୀନ ଭାବେ ଲଢ଼ିଥିଲେ ମଧ୍ୟ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ସେହିପରି ଗତକାଲି ମଧ୍ୟ ଜଟଣୀ ମ୍ୟୁନିସିପାଲିଟିର ୩ ଜଣ ସ୍ୱାଧୀନ କାଉନସିଲର ବିଜେଡିରେ ମିଶିଛନ୍ତି। ଜଟଣୀ ୱାର୍ଡ ନଂ-୧୨ କାଉନସିଲର ନିଳିମା ସ୍ୱାଇଁ, ୬ ନଂ ୱାର୍ଡର କାଉନସିଲର ବିଷ୍ଣୁ ସାହୁ ଏବଂ ୱାର୍ଡ ନଂ-୪ କାଉନସିଲର ଫେମିନା ବେଗମ୍‍ ବିଜେଡିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ବିଜେଡି ବରିଷ୍ଠ ଉପସଭାନେତ୍ରୀ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍‍, ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ବିଧାୟକ ଉମାକାନ୍ତ ସାମନ୍ତରାୟ, ସାଂସଦ ମୁନ୍ନା ଖାନ୍‍, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

ନିର୍ବାଚନ ପୂର୍ବରୁ ଉଭୟ କଂଗ୍ରେସ୍‍ ଓ ବିଜେପିର ବହୁ ହେଭିୱେଟ୍‍ ନେତା ଶଙ୍ଖ ଧରିବା ପାଇଁ ଆଗେଇ ଆସିଥିଲେ। ଦଳର ସଭାପତି ମଧ୍ୟ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ଅନୁମତି ଦେଇଛନ୍ତି। ନିର୍ବାଚନ ପରେ ମଧ୍ୟ ମିଶ୍ରଣ ଧାରା ଅବ୍ୟାହତ ରଖିଛି ବିଜେଡି। ଗତ ସପ୍ତାହରେ କଟକ ମହାନଗର ନିଗମ (ସିଏମ୍‍ସି)ର ୩୧ ୱାର୍ଡର ସ୍ୱାଧୀନ କର୍ପୋରେଟର ପଦ୍ମିନୀ ସାହୁ ବିଜେଡିରେ ଯୋଗ ଦେଇଥିଲେ। ପୌର ନିର୍ବାଚନ ପୂର୍ବରୁ ଦେବଗଡ଼଼ରେ ବିଜେପି ଓ କଂଗ୍ରେସ୍‍ର ବହୁ ତୁଙ୍ଗ ନେତା ବିଜେଡିରେ ମିଶିଥିଲେ। ମାର୍ଚ୍ଚ ୧୬ ତାରିଖରେ ବରଗଡ଼଼ ସ୍ୱାଧୀନ ପୌରାଧ୍ୟକ୍ଷା ପ୍ରାର୍ଥିନୀ ରାଜକୁମାରୀ ଦାଶ ଓ ତାଙ୍କ ସ୍ୱାମୀ ବିଜେଡିରେ ମିଶିଥିଲେ। ସେହିପରି ମାର୍ଚ୍ଚ ୭ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୋମିନି ତଥା ବିଜେପି ନଗର ସଭାପତି ଅବନୀକାନ୍ତ ଜେନା ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ଏବେ ନିର୍ବାଚନ ପରେ ବିଜେପି ଓ କଂଗ୍ରେସରେ ମଧ୍ୟ ଇସ୍ତଫା ଧାରା ଅବ୍ୟାହତ ରହିଛି। ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗୀ ଓ କଂଗ୍ରେସର ଟାଣୁଆ ନେତା ତଥା ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି ଜର୍ଜ ତିର୍କୀ ଦଳ ଛାଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ଏହି ଅବସରରେ ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଭିନ୍ନ କାରଣ ପାଇଁ ଆମର କିଛି ସାଥୀ ଆମ ଠାରୁ ଦୂରେଇ ଯାଇଥିଲେ। ସେମାନଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ; ବରଂ ଦଳକୁ ସ୍ୱାଗତ କରିବା ପାଇଁ ସେମାନଙ୍କ ପାଇଁ ଆମେ ଦ୍ୱାର ଖୋଲା ରଖିଛୁ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ବିରୋଧୀ ନେତା ଆମ ଦଳରେ ସାମିଲ ହେଉଛନ୍ତି। ସାଂସଦ ମୁନ୍ନା ଖାନ୍‍ କହିଛନ୍ତି ସମସ୍ତଙ୍କୁ ନେଇ ଦଳ ଚାଲିଥାଏ। ସମସ୍ତଙ୍କ ସହଯୋଗ ହେତୁ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଜନସାଧାରଣଙ୍କର ଆକୁଣ୍ଠ ସମର୍ଥନ ମିଳିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ବିରୋଧୀ ନେତାଙ୍କ ସହିତ ଦୂରେଇ ଯାଇଥିବା ବିଦ୍ରୋହୀ ନେତାମାନେ ପୁନର୍ବାର ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହା ଦ୍ୱାରା ବିଜେଡିର ଶକ୍ତି ଆହୁରି ବୃଦ୍ଧି ହୋଇଛି।

ରାଜ୍ୟର ୩୦ ଜିଲ୍ଲା ପରିଷଦରେ ସଭାପତି ଓ ଉପସଭାପତି ଆସନ ବିଜେଡିକୁ ମିଳିଛି। କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ବରଗଡ଼଼, ଭଦ୍ରକ, ନୂଆପଡ଼ାରେ ବିଜେଡି ପ୍ରାର୍ଥୀମାନେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ। ପୌର ନିର୍ବାଚନରେ ବିଜେଡିକୁ ୯୦ ପ୍ରତିଶତ ଭୋଟ ମିଳିଥିଲା। ୮୫୩ ଜିଲ୍ଲା ପରିଷଦ ଜୋନ୍‍ରୁ ୭୬୨ ଜୋନ୍‍ ହାତେଇବାରେ ବିଜେଡି ସଫଳ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛି। ଏହି ସ୍ଥିତିରେ ବିରୋଧୀ, ସ୍ୱାଧୀନ ଓ ବିଦ୍ରୋହୀ ସ୍ୱାଭାବିକ ଭାବରେ ବିଜେଡି ମୁହାଁ ହୋଇଛନ୍ତି।

04 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର