ବିଜେପି ସ୍ବପ୍ନ ଦେଖୁଛି ହେଲେ ସ୍ବପ୍ନ ପୂରଣ ହେବନି : ଆଗାମୀ ସାଧାରଣ ନିର୍ବାଚନର ସଫା ହୋଇଯିବେ

The Sakala Picture
Published On

ଭୁବନେଶ୍ବର : ୨୦୨୪ ରେ ବିରୋଧୀ ଶୁନ୍ୟ ହେବ ଓଡ଼ିଶା। ବିଜେଡି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ। ବିଜେଡି ସଙ୍ଗଠନ ତୃନମୂଳ ସ୍ତରରେ ସୁଦୃଢ ହୋଇଛି,ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି। ବିରୋଧୀଙ୍କ କିଛି ହାୱା କାମ ଦେବନି। ୨୦୨୪ରେ ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ଆହୁରୀ ଅଧିକ ସମର୍ଥନ କରିବେ ଏବଂ ବିରୋଧୀ ମୂଳପୋଛ ହୋଇଯିବେ।  ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସର୍ଭେକୁ ନେଇ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି […]

ଭୁବନେଶ୍ବର : ୨୦୨୪ ରେ ବିରୋଧୀ ଶୁନ୍ୟ ହେବ ଓଡ଼ିଶା। ବିଜେଡି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ। ବିଜେଡି ସଙ୍ଗଠନ ତୃନମୂଳ ସ୍ତରରେ ସୁଦୃଢ ହୋଇଛି,ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି। ବିରୋଧୀଙ୍କ କିଛି ହାୱା କାମ ଦେବନି। ୨୦୨୪ରେ ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ଆହୁରୀ ଅଧିକ ସମର୍ଥନ କରିବେ ଏବଂ ବିରୋଧୀ ମୂଳପୋଛ ହୋଇଯିବେ।  ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସର୍ଭେକୁ ନେଇ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକୁ ନେଇ ପ୍ରଶ୍ନର ଉତ୍ତର ରଖି ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପି ସ୍ୱପ୍ନ ଦେଖୁଛି ହେଲେ ସେ ସ୍ୱପ୍ନ କେବେ ପୂରଣ ହେବନି । ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ । ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ । ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା କାରଣରୁ ଦ୍ରୌପଦୀଙ୍କୁ ବିଜେଡି ସମର୍ଥନ ଦେଲା। ଏହାକୁ ନେଇ ବିଜେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ୍ ବୋଲି ପ୍ରମିଳା ଉତ୍ତର ରଖିଛନ୍ତି । ତା ସହିତ ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇଯାଇଛନ୍ତି । ବିଜେଡି ଯେତିକି ଭୋଟ୍ ପାଇଥିଲା ତାହା ବଢ଼ିଛି କିନ୍ତୁ କଂଗ୍ରେସ ଭୋଟ୍ ବିଜେପିକୁ ଯାଇଛି । କଂଗ୍ରେସ ଲଢ଼ିବା ଅବସ୍ଥାରେ ନାହିଁ। ତାଙ୍କ ପୂରୁଣା ଭୋଟ ଫେରାଇ ଆଣିବା ପାଇଁ କଂଗ୍ରେସ ଲାଗୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଓଡ଼ିଶାଗସ୍ତ କରୁଛନ୍ତି, ଏହାର ପ୍ରଭାବ ରାଜ୍ୟ ରାଜନୀତି ଉପରେ ପଡ଼ିବ କି ବୋଲି ପ୍ରଶ୍ନରେ ଉତ୍ତର ଦେଇ ପ୍ରମିଳା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ । ଏହାର କିଛି ପ୍ରଭାବ ପଡ଼ିବନି। ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ବରଂ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସୂଚନାଯୋଗ୍ୟ ଯେ, ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିବା ପରେ ଓଡିଶାରେ ବିଜେପିକୁ ବଡ ସଫଳତା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ଅଧିକ ସିଟ୍ ମିଳିବ ବୋଲି କିଛି ଗଣମାଧ୍ୟମ ସଂସ୍ଥା ଅନୁମାନ କରିଛନ୍ତି।ଇଣ୍ଡିଆ ଟିଭି-ମ୍ୟାଟେରିଜ୍ ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୧ଟି ଆସନ ବିଜେପି ଜିତିପାରେ । ଅନ୍ୟପକ୍ଷରେ ବିଜୁ ଜନତା ଦଳ ୮ଟି ଆସନ ଜିତିବ ବୋଲି ଅନୁମାନ କରାଯାଇଛି । ଅନ୍ୟପଟେ କଂଗ୍ରେସ ୨ଟି ଆସନ ହାସଲ କରିପାରେ ବୋଲି ସର୍ଭେରେ ଅନୁମାନ କରାଯାଇଛି। କନ୍ତୁ ଏହା କେବଳ ଏକ ସର୍ଭେ। ଓଡ଼ିଶାର ଜନତା ବିକାଶକୁ ଭଲ ପାଆନ୍ତି ଏବଂ ନବୀନ ବାବୁଙ୍କ ବିକାଶ ସହ ଓଡ଼ିଶାବାସୀ ଅଛନ୍ତି ଏଣୁ ୨୦୨୪ରେ ବିଜେଡି ୨୦୧୯ ଅପେକ୍ଷା ଭଲ ରେଜଲ୍ଟ କରିବ ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର