ଓଡ଼ିଶା ହୋଇପାରେ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ, ମାର୍ଚ୍ଚ ରୁ ମେ’ ଅସହ୍ୟ ହେବ ତାତି

The Sakala Picture
Published On

ଭୁବନେଶ୍ବର : ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଜାରି ରହିବ। ପୂର୍ବ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ଲା-ନିନା ସକ୍ରିୟ ରହିବା କାରଣରୁ ତାପମାତ୍ରା ବୃଦ୍ଧି ପାଇବ। ଏମିତିକି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସାରା ଦେଶ ପାଇଁ ଭାରତୀୟ ପାଣିପାଗ ବିଭାଗ ମାର୍ଚ୍ଚରୁ ମେ’ ମାସ ପାଇଁ ପାଣିପାଗ ଆକଳନ କରିଥିବା ବେଳେ ଓଡ଼ିଶାରେ ଏହି […]

ଭୁବନେଶ୍ବର : ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଜାରି ରହିବ। ପୂର୍ବ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ଲା-ନିନା ସକ୍ରିୟ ରହିବା କାରଣରୁ ତାପମାତ୍ରା ବୃଦ୍ଧି ପାଇବ। ଏମିତିକି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସାରା ଦେଶ ପାଇଁ ଭାରତୀୟ ପାଣିପାଗ ବିଭାଗ ମାର୍ଚ୍ଚରୁ ମେ’ ମାସ ପାଇଁ ପାଣିପାଗ ଆକଳନ କରିଥିବା ବେଳେ ଓଡ଼ିଶାରେ ଏହି ତିନି ମାସ ପ୍ରବଳ ଗରମ ଅନୁଭୂତ ହେବ ବୋଲି ସଂସ୍ଥା ଆକଳନ କରିଛି।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ବି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଉଭୟ ବାରିପଦା ଓ ତାଳଚେରରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଅନୁଗୁଳରେ ୩୯.୭, ବୌଦ୍ଧରେ ୩୯.୫, କୋରାପୁଟ୍‍ ଓ ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ଆଗକୁ ବି ଏହି ସ୍ଥିତି ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇବ। ଖୋର୍ଦ୍ଧା, କଟକ, ଅନୁଗୁଳ, ଯାଜପୁର, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଓ ନୟାଗଡ଼ରେ ସ୍ୱାଭାବିକଠାରୁ ତାପମାତ୍ରା ୫ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ ଘରୁ ବାହାରିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ସାମାନ୍ୟ କୁହୁଡ଼ି ସାଙ୍ଗକୁ କୋହଲା ପାଗ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆସିବ ଆଧୁନିକତା: କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 'ଏଆଇ' (AI) ସବସ୍କ୍ରିପସନ୍ ପ୍ରସ୍ତାବ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା କମିଛି। ମଙ୍ଗଳବାର ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ ତାପମାତ୍ରା ଆହୁରି ୨ ଡିଗ୍ରୀ କମିବ। ସେହିପରି କେନ୍ଦ୍ରୀୟ ଓଡ଼ିଶାରେ ଗରମ ବଢ଼ିବା ଜାରି ରହିବ। ଆଭ୍ୟନ୍ତରୀଣ ଉତ୍ତରରେ ୪ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୫ରୁ ତାପମାତ୍ରା ବଢ଼ିପାରେ। ଉତ୍ତର ଉପକୂଳରେ ୪ ତାରିଖରୁ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇବାର ସମ୍ଭାବନା ରହିଛି। ରବିବାର ସନ୍ଧ୍ୟାରୁ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ କରିଛି। ଏହା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ ସାମୁଦ୍ରିକ ପବନର ସମୁଦ୍ରଠାରୁ ଦୂରତା ମଝିରେ ମଝିରେ ସଙ୍କୁଚିତ ହେବ। ଏହା ଲୁଚକାଳି ହେତୁ ୩ ତାରିଖ ଗୋଟିଏ ଦିନ ପାଇଁ ଏବଂ ୬ ତାରିଖ ରେ ବି ତାପମାତ୍ରା ସର୍ବାଧିକ ବୃଦ୍ଧି ପାଇବ। ୧୦ ତାରିଖ ପର୍ଯ୍ୟନ୍ତ ବାକି ଦିନରେ ତାପମାତ୍ରା ୩୭ ଡିଗ୍ରୀ ମଧ୍ୟରେ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ୪ ତାରିଖ ସୁଦ୍ଧା ତାଳଚେରରେ ୪୧ ଡିଗ୍ରୀ ସେଲ୍‌ଫସିୟସ ରହିବାକୁ ଥିବା ବେଳେ ଅନୁଗୁଳରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ସେହିପରି ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ବାୟୁର ଆର୍ଦ୍ରତା ବଢ଼ିବା ଯୋଗୁଁ ଗୁଳୁଗୁଳି ଆହୁରି ବଢ଼ିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୂମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା: ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଚିଠି, ଜନ୍ତରମନ୍ତର ଛାତ୍ର ଆନ୍ଦୋଳନ ପରେ ବଡ଼ ନିଷ୍ପତ୍ତି

02 Mar 2021 By The Sakala

ଓଡ଼ିଶା ହୋଇପାରେ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ, ମାର୍ଚ୍ଚ ରୁ ମେ’ ଅସହ୍ୟ ହେବ ତାତି

ଭୁବନେଶ୍ବର : ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଜାରି ରହିବ। ପୂର୍ବ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ଲା-ନିନା ସକ୍ରିୟ ରହିବା କାରଣରୁ ତାପମାତ୍ରା ବୃଦ୍ଧି ପାଇବ। ଏମିତିକି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସାରା ଦେଶ ପାଇଁ ଭାରତୀୟ ପାଣିପାଗ ବିଭାଗ ମାର୍ଚ୍ଚରୁ ମେ’ ମାସ ପାଇଁ ପାଣିପାଗ ଆକଳନ କରିଥିବା ବେଳେ ଓଡ଼ିଶାରେ ଏହି ତିନି ମାସ ପ୍ରବଳ ଗରମ ଅନୁଭୂତ ହେବ ବୋଲି ସଂସ୍ଥା ଆକଳନ କରିଛି।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ବି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଉଭୟ ବାରିପଦା ଓ ତାଳଚେରରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଅନୁଗୁଳରେ ୩୯.୭, ବୌଦ୍ଧରେ ୩୯.୫, କୋରାପୁଟ୍‍ ଓ ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ଆଗକୁ ବି ଏହି ସ୍ଥିତି ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇବ। ଖୋର୍ଦ୍ଧା, କଟକ, ଅନୁଗୁଳ, ଯାଜପୁର, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଓ ନୟାଗଡ଼ରେ ସ୍ୱାଭାବିକଠାରୁ ତାପମାତ୍ରା ୫ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ ଘରୁ ବାହାରିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ସାମାନ୍ୟ କୁହୁଡ଼ି ସାଙ୍ଗକୁ କୋହଲା ପାଗ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା କମିଛି। ମଙ୍ଗଳବାର ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ ତାପମାତ୍ରା ଆହୁରି ୨ ଡିଗ୍ରୀ କମିବ। ସେହିପରି କେନ୍ଦ୍ରୀୟ ଓଡ଼ିଶାରେ ଗରମ ବଢ଼ିବା ଜାରି ରହିବ। ଆଭ୍ୟନ୍ତରୀଣ ଉତ୍ତରରେ ୪ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୫ରୁ ତାପମାତ୍ରା ବଢ଼ିପାରେ। ଉତ୍ତର ଉପକୂଳରେ ୪ ତାରିଖରୁ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇବାର ସମ୍ଭାବନା ରହିଛି। ରବିବାର ସନ୍ଧ୍ୟାରୁ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ କରିଛି। ଏହା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ ସାମୁଦ୍ରିକ ପବନର ସମୁଦ୍ରଠାରୁ ଦୂରତା ମଝିରେ ମଝିରେ ସଙ୍କୁଚିତ ହେବ। ଏହା ଲୁଚକାଳି ହେତୁ ୩ ତାରିଖ ଗୋଟିଏ ଦିନ ପାଇଁ ଏବଂ ୬ ତାରିଖ ରେ ବି ତାପମାତ୍ରା ସର୍ବାଧିକ ବୃଦ୍ଧି ପାଇବ। ୧୦ ତାରିଖ ପର୍ଯ୍ୟନ୍ତ ବାକି ଦିନରେ ତାପମାତ୍ରା ୩୭ ଡିଗ୍ରୀ ମଧ୍ୟରେ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ୪ ତାରିଖ ସୁଦ୍ଧା ତାଳଚେରରେ ୪୧ ଡିଗ୍ରୀ ସେଲ୍‌ଫସିୟସ ରହିବାକୁ ଥିବା ବେଳେ ଅନୁଗୁଳରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ସେହିପରି ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ବାୟୁର ଆର୍ଦ୍ରତା ବଢ଼ିବା ଯୋଗୁଁ ଗୁଳୁଗୁଳି ଆହୁରି ବଢ଼ିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୂମାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର