ଏଣିକି ଆଧାରରେ କରିହେବ ୟୁପିଆଇ କାରବାର, ଜାଣନ୍ତୁ କିପରି କରିବେ…

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ଆଧାର ବ୍ୟବହାର କରି ଆପଣ ୟୁପିଆଇ କାରବାର କରିପାରିବେ। ଅନଲାଇନ ପେମେଣ୍ଟ ଆପ୍ ଫୋନ୍‌ ପେ ଏବେ ଆଧାର ଦ୍ବାରା ୟୁପିଆଇ ସେବା ଆରମ୍ଭ କରିଛି। ଏହି ନୂଆ ସେବା ଦ୍ବାରା ଆଧାରକୁ ୟୁପିଆଇ ସହ ସଂଯୋଗ କରି କାରବାର କରିହେବ। ଏଥିରେ ଆଧାର ସାହାଯ୍ୟରେ ଓଟିପି ଭେରିଫାଇ ହୋଇ କାରବାର ସମ୍ପନ୍ନ ହେବ। ବର୍ତ୍ତମାନ ୟୁପିଆଇ ସର୍ଭିସ ପାଇଁ ୟୁଜରଙ୍କୁ ବାଧ୍ୟତାମୂଳକ ଭାବରେ ଏକ ବୈଧ ଡେବିଟ୍ କାର୍ଡ ନମ୍ବର ଦେବାକୁ ପଡ଼ିଥାଏ। […]

ନୂଆଦିଲ୍ଲୀ: ଏଣିକି ଆଧାର ବ୍ୟବହାର କରି ଆପଣ ୟୁପିଆଇ କାରବାର କରିପାରିବେ। ଅନଲାଇନ ପେମେଣ୍ଟ ଆପ୍ ଫୋନ୍‌ ପେ ଏବେ ଆଧାର ଦ୍ବାରା ୟୁପିଆଇ ସେବା ଆରମ୍ଭ କରିଛି। ଏହି ନୂଆ ସେବା ଦ୍ବାରା ଆଧାରକୁ ୟୁପିଆଇ ସହ ସଂଯୋଗ କରି କାରବାର କରିହେବ। ଏଥିରେ ଆଧାର ସାହାଯ୍ୟରେ ଓଟିପି ଭେରିଫାଇ ହୋଇ କାରବାର ସମ୍ପନ୍ନ ହେବ। ବର୍ତ୍ତମାନ ୟୁପିଆଇ ସର୍ଭିସ ପାଇଁ ୟୁଜରଙ୍କୁ ବାଧ୍ୟତାମୂଳକ ଭାବରେ ଏକ ବୈଧ ଡେବିଟ୍ କାର୍ଡ ନମ୍ବର ଦେବାକୁ ପଡ଼ିଥାଏ। ଓଟିପି ଭେରିଫାଇ ପାଇଁ ଡେବିଟ୍ କାର୍ଡ ଆବଶ୍ୟକ ହୋଇଥାଏ। ପୁଣି ଏହାଦ୍ବାରା ୟୁପିଆଇ ଆପ୍ଲିକେସନ ଆରମ୍ଭ ହୋଇଥାଏ। କିନ୍ତୁ ଫୋନ୍ ପେ ଆଧାର ଦ୍ବାରା ୟୁପିଆଇ କାରବାର ଆରମ୍ଭ କରିବାର ସୁବିଧା ଦେଉଛି। କାରଣ ଗୋଟିଏ ଆଧାରରେ ଅନେକ ବ୍ୟାଙ୍କ ଯୋଡ଼ି ହୋଇଥାଏ ଯାହାର ଫାଇଦା ୟୁପିଆଇରେ ମିଳିଥାଏ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଏ ସମ୍ପର୍କରେ ଫୋନ୍ ପେ ପକ୍ଷରୁ କୁହାଯାଇଛି ଯେ ଆଧାର କାର୍ଡ ଅଥଣ୍ଟିକେସନ ଦ୍ବାରା ଡେବିଟ୍ କାର୍ଡର ବାଧ୍ୟତା ଶେଷ ହୋଇଥାଏ। ଏଥିରେ କେବଳ ୟୁପିଆଇ ସହ ଆଧାର ନମ୍ବର ଯୋଡ଼ିବାକୁ ପଡ଼ିଥାଏ। ଏହାର ଫାଇଦା ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ପାଇପାରିବେ, ଯେଉଁଠାରେ ବ୍ୟାଙ୍କ ଶାଖା ଖୁବ୍‌ କମ୍ ରହିଥାଏ ବା ଦୂରରେ ରହିଥାଏ। ଏଭଳି ଲୋକ ଆଧାର ସହ ଡିଜିଟାଲ କାରବାରର ଲାଭ ଉଠାଇପାରିବେ। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ୟୁଜରଙ୍କୁ ୟୁପିଆଇ ଆପ୍‌ରେ ନିଜର ଆଧାର ନମ୍ବର ଦେବାକୁ ହେବ। ଏହାପରେ ୟୁପିଆଇ ତରଫରୁ ଫୋନ୍‌ରେ ଏକ ଓଟିପି ମିଳିବ। ଆଧାର ସହ ସଂଯୋଗ ଥିବା ବ୍ୟାଙ୍କରୁ ମଧ୍ୟ ଓଟିପି ଆସିବ ଯାହାକୁ ଭେରିଫିକେସନ ଦେବାକୁ ହେବ। ଭେରିଫିକେସନ ହେବା ପରେ ଫୋନ ପେ’ ରେ ପେମେଣ୍ଟ ସେବା ଆରମ୍ଭ ହୋଇଯିବ। ତେବେ ଏକଥାର ଧ୍ୟାନ ରଖିବାକୁ ହେବ ଯେ ଆଧାର ସହ ୟୁପିଆଇ ଚଳାଇବା ପାଇଁ ୟୁଜରଙ୍କ ମୋବାଇଲ ନମ୍ବର ତାଙ୍କ ଆଧାର ସହ ଲିଙ୍କ୍ ହୋଇଥିବା ଦରକାର। ଏହ ସହ ବ୍ୟାଙ୍କ ଖାତା ସହ ମଧ୍ୟ ଆଧାର ଲିଙ୍କ୍ ହୋଇଥିବା ଦରକାର।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର