କରୋନା ମୁକାବିଲା: ରାଜ୍ଯରେ ଅଭାବ ନାହିଁ କୋଭିଡ ବେଡ୍ ସଂଖ୍ଯା, ମହଜୁଦ୍ ଅଛି ଔଷଧ

The Sakala Picture
Published On

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ଆମ ରାଜ୍ଯ ଏଥି ପାଇଁ କେତେ ପ୍ରସ୍ତୁତ ଅଛି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଠିଆ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଲାଗି ଯଥେଷ୍ଟ ପରିମାଣର ଶଯ୍ୟା ଉପଲବ୍ଧ ରହିଛି । ସଂକ୍ରମଣ ବଢ଼ୁଥିଲେ ମଧ୍ୟ ରାଜ୍ୟରେ ବେଡ୍ ଅଭାବ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳଥିବା ତଥ୍ୟ ଅନୁସାରେ, ୨୪ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୯ ହଜାର ୯୧୨ଟି ସାଧାରଣ […]

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ଆମ ରାଜ୍ଯ ଏଥି ପାଇଁ କେତେ ପ୍ରସ୍ତୁତ ଅଛି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଠିଆ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଲାଗି ଯଥେଷ୍ଟ ପରିମାଣର ଶଯ୍ୟା ଉପଲବ୍ଧ ରହିଛି । ସଂକ୍ରମଣ ବଢ଼ୁଥିଲେ ମଧ୍ୟ ରାଜ୍ୟରେ ବେଡ୍ ଅଭାବ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳଥିବା ତଥ୍ୟ ଅନୁସାରେ, ୨୪ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୯ ହଜାର ୯୧୨ଟି ସାଧାରଣ ଶଯ୍ୟା ରହିଛି । ସେଥିରୁ ମାତ୍ର ୨ ହଜାର ୧୯୮ଟିରେ କରୋନା ଆକ୍ରାନ୍ତ ଅଛନ୍ତି ଅର୍ଥାତ୍ ଉପଲବ୍ଧ ଶଯ୍ୟାରୁ ମାତ୍ର ୨୨.୧୮ ପ୍ରତିଶତ ଶଯ୍ୟା ବ୍ୟବହାର ହେଉଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୪୭,୬୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ସେହିଭଳି ରାଜ୍ୟର ଘରୋଇ ହସ୍ପିଟାଲରେ ୧ ହଜାର ୭୬୯ଟି ଆଇସିୟୁ ଥିବାବେଳେ ୬୬୭ଟି ସରକାରୀ ଆଇସିୟୁ ରହିଛି । ମୋଟ ୨ ହଜାର ୪୩୬ଟି ଆଇସିୟୁ ମଧ୍ୟରୁ ଏବେ ୮୬୭ଟିରେ କରୋନା ଆକ୍ରାନ୍ତ ଅଛନ୍ତି । ଅର୍ଥାତ୍ ଉପଲବ୍ଧ ଆଇସିୟୁର ୩୫.୫୯ ପ୍ରତିଶତ ବ୍ୟବହାର ହେଉଛି ।

ଆହୁରି ପଢ଼ନ୍ତୁ: ପୁସ୍ତକ ସମୀକ୍ଷା ଦାୟିତ୍ୱରେ ଥିଲେ ୨୪ ଶିକ୍ଷାବିତ୍‌ ଓ ଅଧିକାରୀ, ତଥାପି ପ୍ରଥମରୁ ଅଷ୍ଟମ ପଢ଼ାବହି ଛପାରେ ମାଳ ମାଳ ତ୍ରୁଟି

ସେହିଭଳି ଘରୋଇ ହସ୍ପିଟାଲରେ ୬୨୫ଟି ଭେଣ୍ଟିଲେଟର ଥିବାବେଳେ ସରକାରୀ ହସ୍ପିଟାଲରେ ୧୭୯ଟି ରହିଛି । ମୋଟ ୮୦୪ଟି ଭେଣ୍ଟିଲେଟର ମଧ୍ୟରୁ ୧୪୫ଟିରେ କରୋନା ଆକ୍ରାନ୍ତ ରହିଛନ୍ତି । ଅର୍ଥାତ୍ ଉପଲବ୍ଧ ଭେଣ୍ଟିଲେଟର ମଧ୍ୟରୁ ୧୮.୦୩ ପ୍ରତିଶତ ବେଡରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତା’ଛଡ଼ା ରାଜ୍ୟର କୋଭିଡ୍ କେୟାର୍ ସେଣ୍ଟରରେ ଅକ୍ସିଜେନ୍ ସଂଯୁକ୍ତ ୨୦ ହଜାର ୪୦୭ ବେଡ୍ ରହିଥିବା ବେଳେ ମାତ୍ର ୬୯୭ଟି ଅର୍ଥାତ୍ ୩ ପ୍ରତିଶତ ବେଡ୍ ବ୍ୟବହାର ହେଉଛି ।

ଆହୁରି ପଢ଼ନ୍ତୁ: ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ

ସେହିଭଳି ରେମଡେସିବିର ଓ ଫାଭିପିରାଭିର ନେଇ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି । ୨୩ ତାରିଖ ସୁଦ୍ଧା ରାଜ୍ୟରେ ରାଜ୍ୟରେ ରେମଡେସିବିରି ଇଞ୍ଜିକ୍ସନ୍ (୧୦୦ ମିଲିଗ୍ରାମ) ୪୯ ହଜାର ୭୩୭ ଭାଏଲ୍ ଉପଲବ୍ଧ ରହିଛି । ଦୈନିକ ପ୍ରାୟ ଏକ ହଜାର ଭାଏଲ୍ ରେମଡେସିବିର ବ୍ୟବହାର ହେଉଥିବା ବେଳେ ଅଧିକ ୩ ଲକ୍ଷ ଭାଏଲ୍ ପାଇଁ ଟେଣ୍ଡର ଆହ୍ୱାନ୍ କରାଯାଇଛି ।

ସେହିଭଳି ଫାଭିପିରାଭିର (୨୦୦ ମିଲିଗ୍ରାମ୍) ୬ ଲକ୍ଷ ୬୯ ହଜାର ୬୦୩ଟି ମହଜୁଦ୍ ଅଛି । ଦୈନିକ ୪୫୦୦ରୁ ୫୦୦୦ ଟାବଲେଟ୍ ବ୍ୟବହାର ହେଉଛି । ଅଧିକ ୨୦ ଲକ୍ଷ ଫାଭିପିରାଭିର ଟାବଲେଟ୍ ପାଇଁ ଟେଣ୍ଡର ମଗାଯାଇଛି ।

25 Apr 2021 By The Sakala

କରୋନା ମୁକାବିଲା: ରାଜ୍ଯରେ ଅଭାବ ନାହିଁ କୋଭିଡ ବେଡ୍ ସଂଖ୍ଯା, ମହଜୁଦ୍ ଅଛି ଔଷଧ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ଆମ ରାଜ୍ଯ ଏଥି ପାଇଁ କେତେ ପ୍ରସ୍ତୁତ ଅଛି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଠିଆ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଲାଗି ଯଥେଷ୍ଟ ପରିମାଣର ଶଯ୍ୟା ଉପଲବ୍ଧ ରହିଛି । ସଂକ୍ରମଣ ବଢ଼ୁଥିଲେ ମଧ୍ୟ ରାଜ୍ୟରେ ବେଡ୍ ଅଭାବ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳଥିବା ତଥ୍ୟ ଅନୁସାରେ, ୨୪ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୯ ହଜାର ୯୧୨ଟି ସାଧାରଣ ଶଯ୍ୟା ରହିଛି । ସେଥିରୁ ମାତ୍ର ୨ ହଜାର ୧୯୮ଟିରେ କରୋନା ଆକ୍ରାନ୍ତ ଅଛନ୍ତି ଅର୍ଥାତ୍ ଉପଲବ୍ଧ ଶଯ୍ୟାରୁ ମାତ୍ର ୨୨.୧୮ ପ୍ରତିଶତ ଶଯ୍ୟା ବ୍ୟବହାର ହେଉଛି ।

ସେହିଭଳି ରାଜ୍ୟର ଘରୋଇ ହସ୍ପିଟାଲରେ ୧ ହଜାର ୭୬୯ଟି ଆଇସିୟୁ ଥିବାବେଳେ ୬୬୭ଟି ସରକାରୀ ଆଇସିୟୁ ରହିଛି । ମୋଟ ୨ ହଜାର ୪୩୬ଟି ଆଇସିୟୁ ମଧ୍ୟରୁ ଏବେ ୮୬୭ଟିରେ କରୋନା ଆକ୍ରାନ୍ତ ଅଛନ୍ତି । ଅର୍ଥାତ୍ ଉପଲବ୍ଧ ଆଇସିୟୁର ୩୫.୫୯ ପ୍ରତିଶତ ବ୍ୟବହାର ହେଉଛି ।

ସେହିଭଳି ଘରୋଇ ହସ୍ପିଟାଲରେ ୬୨୫ଟି ଭେଣ୍ଟିଲେଟର ଥିବାବେଳେ ସରକାରୀ ହସ୍ପିଟାଲରେ ୧୭୯ଟି ରହିଛି । ମୋଟ ୮୦୪ଟି ଭେଣ୍ଟିଲେଟର ମଧ୍ୟରୁ ୧୪୫ଟିରେ କରୋନା ଆକ୍ରାନ୍ତ ରହିଛନ୍ତି । ଅର୍ଥାତ୍ ଉପଲବ୍ଧ ଭେଣ୍ଟିଲେଟର ମଧ୍ୟରୁ ୧୮.୦୩ ପ୍ରତିଶତ ବେଡରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତା’ଛଡ଼ା ରାଜ୍ୟର କୋଭିଡ୍ କେୟାର୍ ସେଣ୍ଟରରେ ଅକ୍ସିଜେନ୍ ସଂଯୁକ୍ତ ୨୦ ହଜାର ୪୦୭ ବେଡ୍ ରହିଥିବା ବେଳେ ମାତ୍ର ୬୯୭ଟି ଅର୍ଥାତ୍ ୩ ପ୍ରତିଶତ ବେଡ୍ ବ୍ୟବହାର ହେଉଛି ।

ସେହିଭଳି ରେମଡେସିବିର ଓ ଫାଭିପିରାଭିର ନେଇ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି । ୨୩ ତାରିଖ ସୁଦ୍ଧା ରାଜ୍ୟରେ ରାଜ୍ୟରେ ରେମଡେସିବିରି ଇଞ୍ଜିକ୍ସନ୍ (୧୦୦ ମିଲିଗ୍ରାମ) ୪୯ ହଜାର ୭୩୭ ଭାଏଲ୍ ଉପଲବ୍ଧ ରହିଛି । ଦୈନିକ ପ୍ରାୟ ଏକ ହଜାର ଭାଏଲ୍ ରେମଡେସିବିର ବ୍ୟବହାର ହେଉଥିବା ବେଳେ ଅଧିକ ୩ ଲକ୍ଷ ଭାଏଲ୍ ପାଇଁ ଟେଣ୍ଡର ଆହ୍ୱାନ୍ କରାଯାଇଛି ।

ସେହିଭଳି ଫାଭିପିରାଭିର (୨୦୦ ମିଲିଗ୍ରାମ୍) ୬ ଲକ୍ଷ ୬୯ ହଜାର ୬୦୩ଟି ମହଜୁଦ୍ ଅଛି । ଦୈନିକ ୪୫୦୦ରୁ ୫୦୦୦ ଟାବଲେଟ୍ ବ୍ୟବହାର ହେଉଛି । ଅଧିକ ୨୦ ଲକ୍ଷ ଫାଭିପିରାଭିର ଟାବଲେଟ୍ ପାଇଁ ଟେଣ୍ଡର ମଗାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର