ବିଜେପିକୁ ପଛପଟୁ ଛୁରା ମାରି, ଲାଲୁ ଓ କଂଗ୍ରେସ କୋଳରେ ବସି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ନୀତୀଶ କୁମାର : ଅମିତ ଶାହା

The Sakala Picture
Published On

ନୂଆଦିଲ୍ଲୀ : ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିବା ପରେ ପ୍ରଥମଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରିଛନ୍ତି। ସେପ୍ଟମ୍ବର ୨୩ ତାରିଖ ଶୁକ୍ରବାର ଠାରୁ ୨ ଦିନିଆ ବିହାର ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ଜନ ଭବନ ରାଲିକୁ ସମ୍ବୋଧିତ କରିଛନ୍ତି। ରାଲିକୁ ସମ୍ବୋଧିତ କରିବା ବେଳେ ବିଜେପି ଚାଣକ୍ୟ ଅମିତ ଶାହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର […]

ନୂଆଦିଲ୍ଲୀ : ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିବା ପରେ ପ୍ରଥମଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରିଛନ୍ତି। ସେପ୍ଟମ୍ବର ୨୩ ତାରିଖ ଶୁକ୍ରବାର ଠାରୁ ୨ ଦିନିଆ ବିହାର ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ଜନ ଭବନ ରାଲିକୁ ସମ୍ବୋଧିତ କରିଛନ୍ତି। ରାଲିକୁ ସମ୍ବୋଧିତ କରିବା ବେଳେ ବିଜେପି ଚାଣକ୍ୟ ଅମିତ ଶାହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବର୍ଷିଛନ୍ତି। ଏନେଇ ଅଭିଯୋଗ ଆଣି ସେ କହିଛନ୍ତି ଯେ, ‘ ବର୍ତ୍ତମାନ ନୀତୀଶ ବାବୁ ପ୍ରଧାନମନ୍ତ୍ରୀ ହେବା ପାଇଁ ବିଜେପି ପିଠିରେ ଛୁରୀ ମାରିବା ପରେ ଆରଜେଡି-କଂଗ୍ରେସ କୋଳରେ ଯାଇ ବସି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଶାହା ତାଙ୍କ ଭାଷଣରେ ବିହାରରେ ନୂଆ କରି ସରକାରକୁ ଆସିଥିବା ମହାମେଣ୍ଟକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ଗସ୍ତ କାରଣରୁ ଏବେ ନୀତିଶ କୁମାର ଓ ଲାଲୁ ଯାଦବଙ୍କ ପେଟରେ ଯନ୍ତ୍ରଣା ହେଉଛି । ନୀତିଶ କୁମାରଙ୍କ ବିରୋଧୀଙ୍କୁ ଏକଜୁଟ କରିବା ଉଦ୍ୟମକୁ ନେଇ ତାଙ୍କୁ କଡା ସମାଲୋଚନା କରିଛନ୍ତି ଅମିତ୍ ଶାହା। ସେ କହିଛନ୍ତି ଯେ, ନୀତିଶ କୁମାର ଲାଲୁ ଯାଦବଙ୍କ କୋଳରେ ବସି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ହେଲେ ଲାଲୁ ଠିକ୍ ଜାଣିଛନ୍ତି କି ନୀତିଶ କୁମାର ଆଦୌ ଭରସା ଯୋଗ୍ୟ ନୁହନ୍ତି। ସେ କୌଣସି ସମୟରେ ମଧ୍ୟ ତାଙ୍କୁ ଧୋକ୍କା ଦେଇ ପାରନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ଶାହା ଆହୁରି ମଧ୍ୟ କହିଛନ୍ତି, “ନୀତୀଶ କୁମାରଙ୍କର କୌଣସି ଆଦର୍ଶ କିମ୍ବା ନୀତି ନାହିଁ। ଜାତିଭିତ୍ତିକ ରାଜନୀତି ପାଇଁ ସେ ସାମାଜିକବୋଧକୁ ଛାଡ଼ି ଦେଇଛନ୍ତି। ନୀତୀଶ କୁମାର ଆପଣ ସମାନ କଥା ୨୦୧୪ରେ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ବିହାରବାସୀ ତଥାକଥିତ ମହାଗଠନବନ୍ଧନକୁ ମୂଳରୁ ଉପାଡ଼ି ଦେବେ। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଏଥିସହ ରାଜ୍ୟରେ ଗୋଟିଏ ଶକ୍ତିଶାଳୀ ସରକାର ଗଠନ ହେବ। ଆମେ ସବୁବେଳେ ସେବା ଓ ବିକାଶର ରାଜନୀତିରେ ବିଶ୍ୱାସ କରୁ। କ୍ଷମତା ଓ ସ୍ୱାର୍ଥ ପରତା ରାଜନୀତି ଆମେ କେବେ ହେଲେ କରିନାହୁଁ। ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ କୁମାର ପଛପଟୁ ଛୁରା ମାରିଛନ୍ତି। ଏବେ ସେ ଆରଜେଡି ଓ କଂଗ୍ରେସ କୋଳରେ ବସିଛନ୍ତି। ବିହାର ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନୀତି-ମୋ ଚେୟାର ସବୁବେଳେ ସୁରକ୍ଷିତ ରହୁ।”

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ଅନ୍ୟପଟେ ନିଜ ଭାଷଣରେ ବିହାରରେ ନକ୍ସଲ ପ୍ରସଙ୍ଗ ଉଠାଇଛନ୍ତି ଶାହା । ସେ କହିଛନ୍ତି ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବିହାରରେ ବାମପନ୍ଥୀ ଉଗ୍ରବାଦକୁ ସମାପ୍ତ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି ଶାହା କହିଛନ୍ତି ଯେ, ମୋଦୀ ସରକାର କେବଳ ଗରିବମାନଙ୍କ ପାଇଁ କାମ କରୁଛି । ସେପଟେ ବିହାରର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମଧ୍ୟ ଶାହା ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ମହାମେଣ୍ଟ ସରକାର ଗଠନ ହେବା ପରେ ରାଜ୍ୟରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏନେଇ ସେ ସିଧାସଳଖ ନୀତିଶ କୁମାରଙ୍କୁ ଦାୟୀ କରିଛନ୍ତି ।

23 Sep 2022 By The Sakala

ବିଜେପିକୁ ପଛପଟୁ ଛୁରା ମାରି, ଲାଲୁ ଓ କଂଗ୍ରେସ କୋଳରେ ବସି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ନୀତୀଶ କୁମାର : ଅମିତ ଶାହା

ନୂଆଦିଲ୍ଲୀ : ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିବା ପରେ ପ୍ରଥମଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରିଛନ୍ତି। ସେପ୍ଟମ୍ବର ୨୩ ତାରିଖ ଶୁକ୍ରବାର ଠାରୁ ୨ ଦିନିଆ ବିହାର ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ଜନ ଭବନ ରାଲିକୁ ସମ୍ବୋଧିତ କରିଛନ୍ତି। ରାଲିକୁ ସମ୍ବୋଧିତ କରିବା ବେଳେ ବିଜେପି ଚାଣକ୍ୟ ଅମିତ ଶାହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବର୍ଷିଛନ୍ତି। ଏନେଇ ଅଭିଯୋଗ ଆଣି ସେ କହିଛନ୍ତି ଯେ, ‘ ବର୍ତ୍ତମାନ ନୀତୀଶ ବାବୁ ପ୍ରଧାନମନ୍ତ୍ରୀ ହେବା ପାଇଁ ବିଜେପି ପିଠିରେ ଛୁରୀ ମାରିବା ପରେ ଆରଜେଡି-କଂଗ୍ରେସ କୋଳରେ ଯାଇ ବସି ଯାଇଛନ୍ତି।

ଶାହା ତାଙ୍କ ଭାଷଣରେ ବିହାରରେ ନୂଆ କରି ସରକାରକୁ ଆସିଥିବା ମହାମେଣ୍ଟକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ଗସ୍ତ କାରଣରୁ ଏବେ ନୀତିଶ କୁମାର ଓ ଲାଲୁ ଯାଦବଙ୍କ ପେଟରେ ଯନ୍ତ୍ରଣା ହେଉଛି । ନୀତିଶ କୁମାରଙ୍କ ବିରୋଧୀଙ୍କୁ ଏକଜୁଟ କରିବା ଉଦ୍ୟମକୁ ନେଇ ତାଙ୍କୁ କଡା ସମାଲୋଚନା କରିଛନ୍ତି ଅମିତ୍ ଶାହା। ସେ କହିଛନ୍ତି ଯେ, ନୀତିଶ କୁମାର ଲାଲୁ ଯାଦବଙ୍କ କୋଳରେ ବସି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ହେଲେ ଲାଲୁ ଠିକ୍ ଜାଣିଛନ୍ତି କି ନୀତିଶ କୁମାର ଆଦୌ ଭରସା ଯୋଗ୍ୟ ନୁହନ୍ତି। ସେ କୌଣସି ସମୟରେ ମଧ୍ୟ ତାଙ୍କୁ ଧୋକ୍କା ଦେଇ ପାରନ୍ତି ।

ଶାହା ଆହୁରି ମଧ୍ୟ କହିଛନ୍ତି, “ନୀତୀଶ କୁମାରଙ୍କର କୌଣସି ଆଦର୍ଶ କିମ୍ବା ନୀତି ନାହିଁ। ଜାତିଭିତ୍ତିକ ରାଜନୀତି ପାଇଁ ସେ ସାମାଜିକବୋଧକୁ ଛାଡ଼ି ଦେଇଛନ୍ତି। ନୀତୀଶ କୁମାର ଆପଣ ସମାନ କଥା ୨୦୧୪ରେ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ବିହାରବାସୀ ତଥାକଥିତ ମହାଗଠନବନ୍ଧନକୁ ମୂଳରୁ ଉପାଡ଼ି ଦେବେ। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଏଥିସହ ରାଜ୍ୟରେ ଗୋଟିଏ ଶକ୍ତିଶାଳୀ ସରକାର ଗଠନ ହେବ। ଆମେ ସବୁବେଳେ ସେବା ଓ ବିକାଶର ରାଜନୀତିରେ ବିଶ୍ୱାସ କରୁ। କ୍ଷମତା ଓ ସ୍ୱାର୍ଥ ପରତା ରାଜନୀତି ଆମେ କେବେ ହେଲେ କରିନାହୁଁ। ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ କୁମାର ପଛପଟୁ ଛୁରା ମାରିଛନ୍ତି। ଏବେ ସେ ଆରଜେଡି ଓ କଂଗ୍ରେସ କୋଳରେ ବସିଛନ୍ତି। ବିହାର ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନୀତି-ମୋ ଚେୟାର ସବୁବେଳେ ସୁରକ୍ଷିତ ରହୁ।”

ଅନ୍ୟପଟେ ନିଜ ଭାଷଣରେ ବିହାରରେ ନକ୍ସଲ ପ୍ରସଙ୍ଗ ଉଠାଇଛନ୍ତି ଶାହା । ସେ କହିଛନ୍ତି ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବିହାରରେ ବାମପନ୍ଥୀ ଉଗ୍ରବାଦକୁ ସମାପ୍ତ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି ଶାହା କହିଛନ୍ତି ଯେ, ମୋଦୀ ସରକାର କେବଳ ଗରିବମାନଙ୍କ ପାଇଁ କାମ କରୁଛି । ସେପଟେ ବିହାରର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମଧ୍ୟ ଶାହା ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ମହାମେଣ୍ଟ ସରକାର ଗଠନ ହେବା ପରେ ରାଜ୍ୟରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏନେଇ ସେ ସିଧାସଳଖ ନୀତିଶ କୁମାରଙ୍କୁ ଦାୟୀ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର