ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତିଶ : ସମର୍ଥନ ଦେଲେ ତେଜସ୍ୱୀ, ମହାମେଣ୍ଟ ନେତା ନିର୍ବାଚିତ ହେଲେ ନୀତିଶ

The Sakala Picture
Published On

ପାଟଣା : ବିହାର ରାଜନୀତିରେ ଖେଳ କରିଦେଲେ ନୀତିଶ ଓ ତେଜସ୍ୱୀ। ମେଣ୍ଟ ସରକାରରେ ଥିବା ବିଜେପିକୁ ହଟାଇ ଏବେ ନୂଆ ସରକାର ଗଠନ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ବିଜେପି ସହ ସମ୍ପର୍କ ତୁଟାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ନୀତିଶ କୁମାର […]

ପାଟଣା : ବିହାର ରାଜନୀତିରେ ଖେଳ କରିଦେଲେ ନୀତିଶ ଓ ତେଜସ୍ୱୀ। ମେଣ୍ଟ ସରକାରରେ ଥିବା ବିଜେପିକୁ ହଟାଇ ଏବେ ନୂଆ ସରକାର ଗଠନ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ବିଜେପି ସହ ସମ୍ପର୍କ ତୁଟାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ନୀତିଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିବେ। ନୂଆ ସରକାର ପାଇଁ ନୀତୀଶ କୁମାର ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଇଛନ୍ତି  । ନୀତିଶ କୁମାରଙ୍କ ପାଖରେ ୪୫ ଜଣ ବିଧାୟକ ଥିବା ବେଳେ ଆରଜେଡି ପାଖରେ ରହିଛନ୍ତି ୭୯ ବିଧାୟକ । ଏହାସହ କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ନୀତିଶଙ୍କୁ ସମର୍ଥନ କରୁଥିବା କଥା କୁହାଯାଉଛି । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି ଏଣୁ ନୂଆ ସମୀକରଣ ସହ ନୀତିଶ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଅନ୍ୟପଟେ ନୂଆ ସରକାର ଗଠନ ପୂର୍ବରୁ ମହାମେଣ୍ଟ ନେତା ନିର୍ବାଚିତ ହୋଇଛନ୍ତି ନୀତିଶ କୁମାର। ମହାମେଣ୍ଟ ନେତା ନିର୍ବାଚିତ ହେବା ପରେ ରାଜଭବନ ଅଭିମୁଖେ ଯାଇ ନୀତିଶ ଓ ତେଜସ୍ୱୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଆଜି ଇସ୍ତଫା ଦେବା ପରେ ସିଧା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘରେ ପହଞ୍ଚି ଯାଇଥିଲେ ନୀତିଶ । ଦୁହେଁ କିଛି ଘନିଷ୍ଠ ନେତାଙ୍କ ସହ ଏ ସମ୍ପର୍କରେ ଉଭୟ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଏକାଠି ପୁଣି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଦଳର ଆଉ କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ତେବେ ଏହାପୂର୍ବରୁ ମଧ୍ୟ ଉଭୟ ନେତା ଗୁପ୍ତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଉଭୟେ ସରକାର ଗଠନ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସରକାର ଗଠନ ପରେ ଜେଡିୟୁ ଓ ଆରଜେଡିକୁ କ’ଣ ସବୁ ମିଳିବ, ସେନେଇ ଗୋଟିଏ ବୁଝାମଣା ହୋଇଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ସହ ଗୃହ ବିଭାଗ ଦାୟିତ୍ୱରେ ରହିବେ। ମନ୍ତ୍ରୀମାନଙ୍କ ସବୁ କାମ ନୀତୀଶ କୁମାରଙ୍କ ଇଚ୍ଛାନୁସାରେ କରାଯିବ।ବିଧାନସଭା ବାଚସ୍ପତି ଆରଜେଡିରୁ ହିଁ ଚୟନ ହେବେ।ଅର୍ଥ ବିଭାଗ ଜେଡିୟୁ ପାଖରେ ରହିବ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଅନ୍ୟପକ୍ଷରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟ ନୀତୀଶ କୁମାରଙ୍କ ନୂଆ ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆଜି ସନ୍ଧ୍ୟାରେ ତେଜସ୍ୱୀ ଓ ନୀତୀଶ କୁମାର ସେମାନଙ୍କ ସହ ବୈଠକ କରିପାରନ୍ତି। ଏହାପୂର୍ବରୁ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ବସିବ। ବିହାର ଦାୟିତ୍ୱରେ ଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ ଦଳର ବିଧାୟକମାନେ ନିଜର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର