ଚାଷୀଙ୍କଠୁ ରେଳ ଲାଇନ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ, କହିଲେ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ

The Sakala Picture
Published On

ପଦ୍ମପୁର : ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପଦ୍ମପୁରର ୩ଟି ସ୍ଥାନ ଝାରବନ୍ଧ,ପାଇକମାଳ ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ। ତେବେ ଆଜି ଜନସଭାକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ର ବିଜେପି ସରକାର ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଅସଲ ମୁଖା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କ ତାଳୁରୁ ତଳିପା ପର୍ଯ୍ୟନ୍ତ ପୂରା ଧୋଇଦେଇଛନ୍ତି। କେନ୍ଦ୍ର ବିଜେପି ମନ୍ତ୍ରୀମାନଙ୍କ ମିଛ ଓ […]

ପଦ୍ମପୁର : ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପଦ୍ମପୁରର ୩ଟି ସ୍ଥାନ ଝାରବନ୍ଧ,ପାଇକମାଳ ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ। ତେବେ ଆଜି ଜନସଭାକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ର ବିଜେପି ସରକାର ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଅସଲ ମୁଖା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କ ତାଳୁରୁ ତଳିପା ପର୍ଯ୍ୟନ୍ତ ପୂରା ଧୋଇଦେଇଛନ୍ତି। କେନ୍ଦ୍ର ବିଜେପି ମନ୍ତ୍ରୀମାନଙ୍କ ମିଛ ଓ ପ୍ରତାରଣାର କଡ଼ା ଜବାବ ଦେଇଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ପଦମପୁରରେ ଭୋଟ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ବିଜେଡି ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳୀଙ୍କୁ ୧ ହଜାର ଓ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର ଠାରୁ ପିଲାଙ୍କ ପାଠପଢା ଯାଏଁ ସୁବିଧା ଯୋଗାଇ ଦେଉଛୁ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏହାସହ କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି, କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮% ଜିଏସଟି ଲଗାଉଛି । ହେଲେ ସୁନା ଉପରେ ମାତ୍ର ୩% ଜିଏସଟି ଲାଗିଛି । ସୁନା ବେପାରୀ ଦେବେ ୩% ଜିଏସଟି, କିନ୍ତୁ ଗରିବ କେନ୍ଦୁପତ୍ର ତୋଳାଳୀ ଦେବ ୧୮% । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବିଜେପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛି । ମୁଁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି । କେନ୍ଦୁପତ୍ର ତୋଳାଳୀଙ୍କ ହକ୍ ପାଇଁ ଲଢେଇ କରିବି । ବିଜେପି ନେତା କେବେ ଏହି ଅନ୍ୟାୟ ଉପରେ ମୁହଁ ଖୋଲିବେନି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଚାଷୀଙ୍କ ସୁବିଧା ପାଇଁ ଫସଲବୀମା ଯୋଜନା ଅଛି । ଏହା କେନ୍ଦ୍ରର ଯୋଜନା । ରାଜ୍ୟ ସରକାର ୫୦ ପ୍ରତିଶତ ପ୍ରିମିୟମ ବାବଦକୁ ୬୩୦ କୋଟି ଦେଉଛନ୍ତି । ପଦ୍ମପୁର ଚାଷୀଙ୍କ ଫସଲବୀମା ଟଙ୍କା ୧୮ ମାସ ହେବ କେନ୍ଦ୍ର ନିକଟରେ ପଡି ରହିଥିଲା । ଚାଷୀ ବନ୍ଧୁମାନେ ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦାଖଲ କରିବାକୁ ଅଟକାଇବା ପରେ ୪୮ ଘଣ୍ଟା ପରେ ନିଦ ଭାଙ୍ଗିଲା । ଏବେ ବି ପଦ୍ମପୁରର ବହୁ ଚାଷୀ ବୀମା ରାଶି ପାଇନାହାନ୍ତି । ମୁଁ ଏଥିପାଇଁ କେନ୍ଦ୍ର ସହ ଲଢିବି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ନେତା ମାନେ ୨୦୧୪ରେ କହିଥିଲେ ଏମଏସପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ଚାଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଚାଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି । କେନ୍ଦ୍ରର ବିଜେପି ସରକାର ଘୋଷଣା କରିଥିଲେ ୨୦୨୨ ସୁଦ୍ଧା ସମସ୍ତେ ଘର ପାଇବେ । ଓଡ଼ିଶା ପ୍ରତିବର୍ଷ ୫ ଲକ୍ଷ ଘର ଯୋଗାଇ ଦେଇ କେନ୍ଦ୍ର ଠାରୁ ପୁରସ୍କୃତ ହୋଇଥିଲା । କିନ୍ତୁ ବିଜେପିର ଓଡ଼ିଶାର ସାଂସଦ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚାପ ପକାଇ ଗ୍ରାମୀଣ ଆବାସକୁ ବନ୍ଦ କରିଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିଛନ୍ତି । ୨ ବର୍ଷ ହେଲା ଘର ବନ୍ଦ କରି ରଖିଛି କେନ୍ଦ୍ର । ୨ ବର୍ଷରେ ୧୦ ଲକ୍ଷ ଗରିବ ଘର ପାଇଥାନ୍ତେ । ଏଭଳି ଘର ବନ୍ଦ କରି ଓଡ଼ିଶା ବିଜେପିର ନେତା ମାନେ ବାହାବା ମାରୁଛନ୍ତି । ଆପଣ ମାନଙ୍କ ହକ୍ ପାଇଁ ମୁଁ ଲଢିବି । ଓଡ଼ିଶାବାସୀଙ୍କ ଆବାସ ଯୋଜନା ଅନ୍ୟାୟ ଭାବେ ବନ୍ଦ କଲେ ଆପଣଙ୍କ ସରକାର ଏହାକୁ ଯୋଗାଇବେ ।

୨୦୧୮ରେ କେନ୍ଦ୍ରମନ୍ତ୍ରୀ କହିଥିଲେ ବରଗଡରୁ ପଦ୍ମପୁର ଦେଇ ଟ୍ରେନ୍ ନୂଆପଡା ଯିବ । ବିଜେପୁର ଉପ-ନିର୍ବାଚନ ସମୟରେ ଏମିତି କହିଥିଲେ । ୨୦୨୨ରେ ଦୁଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କହୁଛନ୍ତି ଓଡ଼ିଶା ସରକାର ଜମି ଦେଲେ, କାମ ଆରମ୍ଭ କରିବେ । ପଦ୍ମପୁର ଉପ-ନିର୍ବାଚନ ବେଳେ ଏଭଳି ଘୋଷଣା କରୁଛନ୍ତି । ମାନ୍ୟବାର କେନ୍ଦ୍ରମନ୍ତ୍ରୀ କହିବେ କି, ଏହି ରେଲୱେ ଲାଇନ୍ କେଉଁ ଗାଁ ଦେଇ ଯିବ, ଷ୍ଟେସନ କେଉଁଠି ହେବ, କେଉଁଠି ବ୍ରିଜ ହେବ । ଜମି ଦେବାକୁ କେନ୍ଦ୍ରମନ୍ତ୍ରୀ କହିଲେ କିନ୍ତୁ କେଉଁ ଗାଁରେ କେତେ ଜମି ଦରକାର ତାହାର ସର୍ଭେ କରିଛନ୍ତି କି? ଡିପିଆର କରିଛନ୍ତି କି? ରାଜ୍ୟ ସରକାରଙ୍କ ପାଖରେ ଜମି ପାଇଁ ଆବେଦନ କରିଛନ୍ତି କି? କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଏହାର ଉତ୍ତର ନାହିଁ ତେଣୁ ପଦ୍ମପୁରବାସୀଙ୍କୁ କାହିଁକି ମିଛ କହିଲେ । ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ।

ସାଢେ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟକାର୍ଡ, ମିଶନ ଶକ୍ତି ମହିଳାଙ୍କୁ ୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ଚାଷୀଙ୍କୁ ବିନା ସୁଧରେ ଋଣ, ଓଡ଼ିଶାରେ ପିଲାଙ୍କୁ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ସ୍କୁଲ ରୂପାନ୍ତରଣ ଓ ୫-ଟି ସ୍କୁଲ, ଗାଁରେ ଥିବା ଗରିବ ପିଲାଙ୍କର ସ୍ୱପ୍ନ ସତ କରିବାକୁ ଡାକ୍ତରୀ ଓ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ୧୫% ସଂରକ୍ଷଣ, ଜଳସେଚନ ସୁବିଧା ପାଇଁ ବାର୍ଷିକ ୨୦ ହଜାର କୋଟି , ଜନ୍ମରୁ ମୃତ୍ୟୁ ଯାଏଁ ବିଜେଡି ସରକାର ସାଥୀରେ ଅଛନ୍ତି । ସାରା ଦେଶରେ ଏସଟି ଝିଅ ମାନେ ଅଧିକ ସଂଖ୍ୟାରେ ହଷ୍ଟେଲରେ ରହିବାରେ ଓଡ଼ିଶା ପ୍ରଥମ । ଆଦିବାସୀଙ୍କ ପିଲାଙ୍କ ପାଇଁ ୧ ହଜାର ଟଙ୍କାର ଅଧିକ ସ୍କଲାରସିପ ଦେଉଛନ୍ତି । ଭାରତ ସରକାର ଏସଟି ସ୍କଲାରସିପ୍ ଦେବାରେ ଅବହେଳା କରୁଛନ୍ତି । ଜନଜାତି ମାନ୍ୟତା ଦେବାକୁ ଓଡ଼ିଶା ପ୍ରସ୍ତାବ ଦେଇଥିଲେ ମଧ୍ୟ ବିଜେପି ସରକାର ଅଣଦେଖା କରି ଆସୁଛି । ବିଜେପିର କିଛି ନେତା ପଚାରୁଛନ୍ତି ନବୀନ ବାବୁ ବିଜେପୁର ପାଇଁ କଣ କଲେ? ଏହାର ଜବାବ ହେଲା, ବିଜେପୁରବାସୀ ୨୦୧୯ରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଆଶୀର୍ବାଦ କଲେ । ବିକାଶ ଧାରାରେ ବିଜେପୁର ସାମିଲ ହୋଇଛି । ୪ ହଜାର କୋଟି ଟଙ୍କାର କାମ ବିଜେପୁରରେ ଚାଲିଛି । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛି ତାହା କରିବି । ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଜେଡି ନିଜ ଇସ୍ତାହାରରେ ୧ କୋଟି ଟଙ୍କାର ପ୍ରକଳ୍ପ ରଖିଛି । ଏହାକୁ ବର୍ଷେ ଭିତରେ ପୂରା କରିବୁ । ୨୦୨୪ ନିର୍ବାଚନ ପୂର୍ବରୁ କାମ ସରିଥିବ, ତାଲିକା ଧରି ମୁଁ ଆସିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

02 Dec 2022 By The Sakala

https://www.thesakala.in/big-news/naveen-patnaik-target-to-the-center-on-all-issues-from-farmers-to-railway-line-in-padmapur-by-election-campaigning/article-17020
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର