ଆଜି ଜାତୀୟ ଡାକ୍ତର ଦିବସ: କରୋନା ଯୋଦ୍ଧାଙ୍କ ପାଇଁ ଦିନଟିଏ

The Sakala Picture
Published On

ସମାଜରେ ଡାକ୍ତରଙ୍କ ଆବଶ୍ୟକତା ସବୁଦିନ ରହିଥିବାବେଳେ ସଂପ୍ରତି କରୋନା ମହାମାରୀ ସମୟରେ ସେମାନଙ୍କ ଅବଦାନକୁ ଭୁଲି ହେବ ନାହିଁ। କରୋନା ମହାମାରୀରେ ଡାକ୍ତରମାନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା। କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ନିଜର ସେବା ଜାରି ରଖିଛନ୍ତି। ସମାଜରେ ଡାକ୍ତରମାନଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖକୁ ‘ଜାତୀୟ ଡାକ୍ତର ଦିବସ’ ଭାବେ ଭାରତରେ ପାଳନ କରାଯାଉଛି। ଏହି ଅବସରରେ […]

ସମାଜରେ ଡାକ୍ତରଙ୍କ ଆବଶ୍ୟକତା ସବୁଦିନ ରହିଥିବାବେଳେ ସଂପ୍ରତି କରୋନା ମହାମାରୀ ସମୟରେ ସେମାନଙ୍କ ଅବଦାନକୁ ଭୁଲି ହେବ ନାହିଁ। କରୋନା ମହାମାରୀରେ ଡାକ୍ତରମାନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା। କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ନିଜର ସେବା ଜାରି ରଖିଛନ୍ତି। ସମାଜରେ ଡାକ୍ତରମାନଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖକୁ ‘ଜାତୀୟ ଡାକ୍ତର ଦିବସ’ ଭାବେ ଭାରତରେ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ମାଧ୍ଯମରେ ଡାକ୍ତରମାନଙ୍କୁ ସମ୍ମାନ ଜଣାଇଛନ୍ତି।  ମାନବଜାତିର ସେବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିବାରୁ ଡାକ୍ତରମାନଙ୍କୁ ସେ ତାଙ୍କର ନମସ୍କାର ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏହା ପ୍ରସିଦ୍ଧ ଚିକିତ୍ସାବିତ୍‌ ତଥା ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଉଭୟ ଜନ୍ମ ଓ ମୃତ୍ୟୁ ଦିବସ। ୧୮୮୨ ମସିହା ଜୁଲାଇ ୧ ତାରିଖରେ ବିଧାନ ଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ ଓ ୧୯୬୨ରେ ସେହି ଦିନରେ ଅଶୀ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ଲୋକଙ୍କ ସେବା କରିବା ଏବଂ ସାଧାରଣ ଲୋକଙ୍କୁ ଏକ ନେତୃତ୍ୱର ରାସ୍ତା ଦେଖାଇବାରେ ସେ ଥିଲେ ସିଦ୍ଧହସ୍ତ । ସେ ତାଙ୍କ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ତାଙ୍କର ସ୍ବେଚ୍ଛାକୃତ ରୋଗୀ ସେବା ପାଇଁ ୧୯୬୧ ଫେବୃଆରୀ ୪ ତାରିଖରେ ଭାରତ ସର୍ବଶ୍ରେଷ୍ଠ ନାଗରିକତ୍ବ ପୁରସ୍କାର ଭାରତ ରତ୍ନରେ ସେ ମଣ୍ଡିତ ହୋଇଥିଲେ। ତାଙ୍କର ସମ୍ମାନାର୍ଥେ ତଥା ଡାକ୍ତରମାାନଙ୍କ ତ୍ୟାଗ, ସେବା, ଚିକିତ୍ସାକୁ ଉଚିତ୍ ସମ୍ମାନ ପ୍ରଦର୍ଶନ ନିମନ୍ତେ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଇଥାଏ । ବିଶ୍ବ ମହାମାରୀ ପ୍ରମାଣ କରିଦେଇଛି ଡାକ୍ତରଙ୍କ ବିନା ମାନବ ସଭ୍ୟତା କେତେ ଅସୁରକ୍ଷିତ।

01 Jul 2021 By The Sakala

ଆଜି ଜାତୀୟ ଡାକ୍ତର ଦିବସ: କରୋନା ଯୋଦ୍ଧାଙ୍କ ପାଇଁ ଦିନଟିଏ

ସମାଜରେ ଡାକ୍ତରଙ୍କ ଆବଶ୍ୟକତା ସବୁଦିନ ରହିଥିବାବେଳେ ସଂପ୍ରତି କରୋନା ମହାମାରୀ ସମୟରେ ସେମାନଙ୍କ ଅବଦାନକୁ ଭୁଲି ହେବ ନାହିଁ। କରୋନା ମହାମାରୀରେ ଡାକ୍ତରମାନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା। କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ନିଜର ସେବା ଜାରି ରଖିଛନ୍ତି। ସମାଜରେ ଡାକ୍ତରମାନଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖକୁ ‘ଜାତୀୟ ଡାକ୍ତର ଦିବସ’ ଭାବେ ଭାରତରେ ପାଳନ କରାଯାଉଛି।

ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ମାଧ୍ଯମରେ ଡାକ୍ତରମାନଙ୍କୁ ସମ୍ମାନ ଜଣାଇଛନ୍ତି।  ମାନବଜାତିର ସେବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିବାରୁ ଡାକ୍ତରମାନଙ୍କୁ ସେ ତାଙ୍କର ନମସ୍କାର ଜଣାଇଛନ୍ତି।

ଏହା ପ୍ରସିଦ୍ଧ ଚିକିତ୍ସାବିତ୍‌ ତଥା ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଉଭୟ ଜନ୍ମ ଓ ମୃତ୍ୟୁ ଦିବସ। ୧୮୮୨ ମସିହା ଜୁଲାଇ ୧ ତାରିଖରେ ବିଧାନ ଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ ଓ ୧୯୬୨ରେ ସେହି ଦିନରେ ଅଶୀ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ଲୋକଙ୍କ ସେବା କରିବା ଏବଂ ସାଧାରଣ ଲୋକଙ୍କୁ ଏକ ନେତୃତ୍ୱର ରାସ୍ତା ଦେଖାଇବାରେ ସେ ଥିଲେ ସିଦ୍ଧହସ୍ତ । ସେ ତାଙ୍କ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ତାଙ୍କର ସ୍ବେଚ୍ଛାକୃତ ରୋଗୀ ସେବା ପାଇଁ ୧୯୬୧ ଫେବୃଆରୀ ୪ ତାରିଖରେ ଭାରତ ସର୍ବଶ୍ରେଷ୍ଠ ନାଗରିକତ୍ବ ପୁରସ୍କାର ଭାରତ ରତ୍ନରେ ସେ ମଣ୍ଡିତ ହୋଇଥିଲେ। ତାଙ୍କର ସମ୍ମାନାର୍ଥେ ତଥା ଡାକ୍ତରମାାନଙ୍କ ତ୍ୟାଗ, ସେବା, ଚିକିତ୍ସାକୁ ଉଚିତ୍ ସମ୍ମାନ ପ୍ରଦର୍ଶନ ନିମନ୍ତେ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଇଥାଏ । ବିଶ୍ବ ମହାମାରୀ ପ୍ରମାଣ କରିଦେଇଛି ଡାକ୍ତରଙ୍କ ବିନା ମାନବ ସଭ୍ୟତା କେତେ ଅସୁରକ୍ଷିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର