୬୯ତମ ଫିଲ୍ମ ଆଓ୍ବାର୍ଡ: ଅଲ୍ଲୁ ଅର୍ଜୁନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା, ଆଲିଆ-କ୍ରୀତିଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ‘ପୁଷ୍ପା ଦି ରାଇଜ୍ ‘ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।  ‌କ୍ରୀତି ସନନ‌ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନୀତ କରାଯାଇଛି । ଚଳଚିତ୍ର ମିମି ପାଇଁ କ୍ରୀତି ସାନନ ଏବଂ ଗଙ୍ଗୁବାଇ କାଠିଆୱାଡି […]

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ‘ପୁଷ୍ପା ଦି ରାଇଜ୍ ‘ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।  କ୍ରୀତି ସନନ‌ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନୀତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଚଳଚିତ୍ର ମିମି ପାଇଁ କ୍ରୀତି ସାନନ ଏବଂ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ଆଲିଆଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓ୍ବାହିଦା ରେହମାନ୍ ପାଇଲେ ଦାଦା ସାହେବ୍ ଫାଲକେ ପୁରସ୍କାର । ଭାରତୀୟ ଚଳଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଫାଲକେ ଆଓ୍ବାର୍ଡ । ଚଳଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଫାଲକେ ଆଓ୍ବାର୍ଡ ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଅନ୍ୟପଟେ ଫିଲ୍ମ ‘ମିମି’ ପାଇଁ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ସହଅଭିନେତା ଓ ଦ କଶ୍ମୀର ଫାଇଲ୍‌ ପାଇଁ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ସହଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଦିଆଯାଇଛି। ସେହିପରି ଭିକ୍କି କୌଶଲଙ୍କ ଅଭିନୀତି ଫସର୍ଦ୍ଦାର ଉଦ୍ଧମ’କୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଆରଆରଆରକୁ ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍‌ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆର୍‌ ମାଧବନଙ୍କୁ ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ରକେଟ୍ରି: ଦ ଦାମ୍ବି ଇଫେକ୍ଟ’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି। ଅନ୍ୟପଟେ ଶ୍ରେୟା ଘୋଷାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେଷ୍ଠ ଗାୟକ ସମ୍ମାନ ହାତେଇଛନ୍ତି। ସେହିପରି ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିଛି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର