୧୦ ଲକ୍ଷକୁ ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା

The Sakala Picture
Published On

ଭୁବନେଶ୍ୱର : ଏଣିକି ଓଡ଼ିଶା ବିଧାନସଭାର ପୂର୍ବ ତଥା ବର୍ତ୍ତମାନର ବିଧାୟକ/ବିଧାୟିକା ଏବଂ ସେମାନଙ୍କର ପତି/ପତ୍ନୀଙ୍କୁ ୫ ଲକ୍ଷ ଟଙ୍କା ପରିବର୍ତ୍ତେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ମୋଟ ୫୬୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟସେବାର ସୁବିଧା ପାଇବେ ବୋଲି ଜଣାପଡ଼ିଛି। ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦ୍‍ ଦେଇ ୧୨୪ ଜଣ ବିଧାୟକ/ବିଧାୟିକା ସେମାନଙ୍କ ପତି ବା ପତ୍ନୀ; ଏହିପରି ମୋଟ […]

ଭୁବନେଶ୍ୱର : ଏଣିକି ଓଡ଼ିଶା ବିଧାନସଭାର ପୂର୍ବ ତଥା ବର୍ତ୍ତମାନର ବିଧାୟକ/ବିଧାୟିକା ଏବଂ ସେମାନଙ୍କର ପତି/ପତ୍ନୀଙ୍କୁ ୫ ଲକ୍ଷ ଟଙ୍କା ପରିବର୍ତ୍ତେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ମୋଟ ୫୬୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟସେବାର ସୁବିଧା ପାଇବେ ବୋଲି ଜଣାପଡ଼ିଛି। ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦ୍‍ ଦେଇ ୧୨୪ ଜଣ ବିଧାୟକ/ବିଧାୟିକା ସେମାନଙ୍କ ପତି ବା ପତ୍ନୀ; ଏହିପରି ମୋଟ ୨୧୨ ଜଣଙ୍କୁ ଏହି ସୁବିଧା ମିଳିବ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଏଥିସହ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ/ବିଧାୟିକା ଏବଂ ସେମାନଙ୍କର ପତି/ପତ୍ନୀଙ୍କୁ ମଧ୍ୟ ସୁବିଧା ମିଳିବ। ବିଧାୟକ ଏବଂ ପୂର୍ବ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମାର ରାଶି ପରିମାଣ ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ। ତଦନୁଯାୟୀ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ୱାସ୍ଥ୍ୟବୀମା ରାଶିକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ବିଚାର ନିମନ୍ତେ ଉପସ୍ଥାପନ କରାଯାଇଥିଲା। ଉକ୍ତ ପ୍ରସ୍ତାବକୁ ବିଚାର କରି ରାଜ୍ୟ ଅର୍ଥ ବିଭାଗ ଏହି ବୃଦ୍ଧି ପ୍ରସ୍ତାବ ଉପରେ ସହମତି ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

08 Sep 2022 By The Sakala

୧୦ ଲକ୍ଷକୁ ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା

ଭୁବନେଶ୍ୱର : ଏଣିକି ଓଡ଼ିଶା ବିଧାନସଭାର ପୂର୍ବ ତଥା ବର୍ତ୍ତମାନର ବିଧାୟକ/ବିଧାୟିକା ଏବଂ ସେମାନଙ୍କର ପତି/ପତ୍ନୀଙ୍କୁ ୫ ଲକ୍ଷ ଟଙ୍କା ପରିବର୍ତ୍ତେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ମୋଟ ୫୬୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟସେବାର ସୁବିଧା ପାଇବେ ବୋଲି ଜଣାପଡ଼ିଛି। ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦ୍‍ ଦେଇ ୧୨୪ ଜଣ ବିଧାୟକ/ବିଧାୟିକା ସେମାନଙ୍କ ପତି ବା ପତ୍ନୀ; ଏହିପରି ମୋଟ ୨୧୨ ଜଣଙ୍କୁ ଏହି ସୁବିଧା ମିଳିବ।

ଏଥିସହ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ/ବିଧାୟିକା ଏବଂ ସେମାନଙ୍କର ପତି/ପତ୍ନୀଙ୍କୁ ମଧ୍ୟ ସୁବିଧା ମିଳିବ। ବିଧାୟକ ଏବଂ ପୂର୍ବ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମାର ରାଶି ପରିମାଣ ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ। ତଦନୁଯାୟୀ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ୱାସ୍ଥ୍ୟବୀମା ରାଶିକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ବିଚାର ନିମନ୍ତେ ଉପସ୍ଥାପନ କରାଯାଇଥିଲା। ଉକ୍ତ ପ୍ରସ୍ତାବକୁ ବିଚାର କରି ରାଜ୍ୟ ଅର୍ଥ ବିଭାଗ ଏହି ବୃଦ୍ଧି ପ୍ରସ୍ତାବ ଉପରେ ସହମତି ପ୍ରଦାନ କରିଥିଲେ।

https://www.thesakala.in/big-news/mlas-health-insurance-increased-to-10-lakhs/article-14787
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର