ଉତ୍ତରପ୍ରଦେଶର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ଶିଶୁ ଜୀବନ୍ତ ଦଗ୍ଧ

The Sakala Picture
Published On

ଉତ୍ତରପ୍ରଦେଶ: ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲେ ୧୦ ଶିଶୁ । ଉତ୍ତରପ୍ରଦେଶ ଝାନସୀର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଶିଶୁ ଜୀବନ୍ତ ଦଗ୍ଧ । ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ତେବେ ଅନେକ ଶିଶୁ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ସର୍ଟ ସର୍କିଟରୁ […]

ଉତ୍ତରପ୍ରଦେଶ: ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲେ ୧୦ ଶିଶୁ । ଉତ୍ତରପ୍ରଦେଶ ଝାନସୀର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଶିଶୁ ଜୀବନ୍ତ ଦଗ୍ଧ । ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ତେବେ ଅନେକ ଶିଶୁ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଗତକାଲି ରାତି ପ୍ରାୟ ୧୦ଟା ୩୫ ମିନିଟରେ ହସ୍ପିଟାଲର NICUରେ ପ୍ରଥମେ ନିଆଁ ଲାଗିଥିଲା । ଶିଶୁ ୱାର୍ଡର ଦୁଇଟି ୟୁନିଟରେ ନିଆଁ ଲାଗିଯାଇଥିଲା। ତୁରନ୍ତ ହସ୍ପିଟାଲ କର୍ମଚାରୀ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିଥିଲେ । ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ୱାର୍ଡରେ ମୋଟ ଉପରେ ୫୪ ଜଣ ରୋଗୀ ଥିଲେ। ଦମକଳ ବାହିନୀ ତୁରନ୍ତ ପହଞ୍ଚିଥିବା ବେଳେ ବହୁ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୨ ଘଣ୍ଟା ମଧ୍ୟରେ କିପରି ନିଆଁ ଲାଗିଲା ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

16 Nov 2024 By The Sakala

ଉତ୍ତରପ୍ରଦେଶର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ଶିଶୁ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶ: ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲେ ୧୦ ଶିଶୁ । ଉତ୍ତରପ୍ରଦେଶ ଝାନସୀର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଶିଶୁ ଜୀବନ୍ତ ଦଗ୍ଧ । ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ତେବେ ଅନେକ ଶିଶୁ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଗତକାଲି ରାତି ପ୍ରାୟ ୧୦ଟା ୩୫ ମିନିଟରେ ହସ୍ପିଟାଲର NICUରେ ପ୍ରଥମେ ନିଆଁ ଲାଗିଥିଲା । ଶିଶୁ ୱାର୍ଡର ଦୁଇଟି ୟୁନିଟରେ ନିଆଁ ଲାଗିଯାଇଥିଲା। ତୁରନ୍ତ ହସ୍ପିଟାଲ କର୍ମଚାରୀ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିଥିଲେ । ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ୱାର୍ଡରେ ମୋଟ ଉପରେ ୫୪ ଜଣ ରୋଗୀ ଥିଲେ। ଦମକଳ ବାହିନୀ ତୁରନ୍ତ ପହଞ୍ଚିଥିବା ବେଳେ ବହୁ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୨ ଘଣ୍ଟା ମଧ୍ୟରେ କିପରି ନିଆଁ ଲାଗିଲା ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର