୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ

The Sakala Picture
Published On

ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନର କର୍ମଚାରୀ ଛଟେଇ ପ୍ରକ୍ରିୟାକୁ ନେଇ ଏବେ ନିଯୁକ୍ତି କ୍ଷେତ୍ର ଭାରୀ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। କିଛି ଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନୀ ଘୋଷଣା କରିଥିଲା। ହେଲେ ଏବେ କମ୍ପାନୀ ପକ୍ଷରୁ ଯେଉଁ ସୂଚନା ମିଳିଛି ତାହାକୁ ନେଇ କର୍ମଚାରୀ ମହଲରେ ଭାଳେଣି ପଡ଼ିଛି। କମ୍ପାନୀ ୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଇଛି। ରିପୋର୍ଟ ଅନୁଯାୟୀ ଆମାଜନ କମ୍ପାନୀ ପୂର୍ବ […]

ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନର କର୍ମଚାରୀ ଛଟେଇ ପ୍ରକ୍ରିୟାକୁ ନେଇ ଏବେ ନିଯୁକ୍ତି କ୍ଷେତ୍ର ଭାରୀ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। କିଛି ଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନୀ ଘୋଷଣା କରିଥିଲା। ହେଲେ ଏବେ କମ୍ପାନୀ ପକ୍ଷରୁ ଯେଉଁ ସୂଚନା ମିଳିଛି ତାହାକୁ ନେଇ କର୍ମଚାରୀ ମହଲରେ ଭାଳେଣି ପଡ଼ିଛି। କମ୍ପାନୀ ୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ରିପୋର୍ଟ ଅନୁଯାୟୀ ଆମାଜନ କମ୍ପାନୀ ପୂର୍ବ ଯୋଜନା ତୁଳନାରେ ଅଧିକ ବିଭାଗରେ ଛଟେଇ କରିପାରେ। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର, ଟେକ୍ନୋଲୋଜି ଷ୍ଟାଫ ଏବଂ କର୍ପୋରେଟ୍ ଏକଜିକ୍ୟୁଟିଭ୍‌ର କର୍ମଚାରୀ ସାମିଲ ରହିବେ। ଆଗାମୀ ମାସରେ ଏସବୁ କର୍ମଚାରୀଙ୍କ ଛଟେଇ ସମ୍ପର୍କରେ କମ୍ପାନୀ ଘୋଷଣା କରିପାରେ ବୋଲି କୁହାଯାଇଛି। ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡି ଜେସିଙ୍କ ସୂଚନା ଅନୁସାରେ କମ୍ପାନୀ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରୁ କର୍ମଚାରୀ ଛଟେଇ କରାଯିବ। ହେଲେ କେତେ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରାଯିବ ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ କମ୍ପାନୀ ନିଜର ମୋଟ ୧୫ ଲକ୍ଷ କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ୬ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଲକ୍ଷ୍ୟ ରଖିଥିବାରୁ ଅଧିକ ହାରରେ ଲୋକ ଚାକିରି ହରାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର