ଆଇପିଓ ଆଣିବାଠାରୁ ୨୯% ଖସିଲାଣି ଏଲ୍‌ଆଇସି ଶେୟାର; ଲିଷ୍ଟିଂ ପରେ ସବୁଠୁ ଅଧିକ ହ୍ରାସ ଘଟିବାରେ ଏସିଆର ଦ୍ୱିତୀୟ କମ୍ପାନୀ

The Sakala Picture
Published On

ନୂଆଦିଲ୍ଲୀ: ସୋମବାର ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଶେୟାର ୬୬୮.୨୦ ଟଙ୍କାରେ ବନ୍ଦ ହୋଇଛି। ଶେୟାର ମୂଲ୍ୟ ହ୍ରାସ ପଛର ବଡ କାରଣ ହେଉଛି ଆଙ୍କର ନିବେଶକଙ୍କ ଲକ-ଇନ ଅବଧି ଶେଷ ହେବା । ଏହାର ଅର୍ଥ ଏଲଆଇସିର ଇସ୍ୟୁରେ ନିବେଶ କରିଥିବା ଆଙ୍କର ନିବେଶକମାେନ ଏବେ ନିଜର ଶେୟାର ବିକ୍ରି କରିପାରିବେ। ଦ୍ୱିତୀୟ କାରଣ ଗତକାଲି ଶେୟାର ବଜାର ତଳମୁହାଁ ହେବା। ଏଥିଯୋଗୁ ଆଜି ସେନ୍‌ସେକ୍ସ ୧୪୫୬ ପଏଣ୍ଟ ତଳକୁ ଖସିଛି। ଏଲଆଇସିର ଶେୟାର […]

ନୂଆଦିଲ୍ଲୀ: ସୋମବାର ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଶେୟାର ୬୬୮.୨୦ ଟଙ୍କାରେ ବନ୍ଦ ହୋଇଛି। ଶେୟାର ମୂଲ୍ୟ ହ୍ରାସ ପଛର ବଡ କାରଣ ହେଉଛି ଆଙ୍କର ନିବେଶକଙ୍କ ଲକ-ଇନ ଅବଧି ଶେଷ ହେବା । ଏହାର ଅର୍ଥ ଏଲଆଇସିର ଇସ୍ୟୁରେ ନିବେଶ କରିଥିବା ଆଙ୍କର ନିବେଶକମାେନ ଏବେ ନିଜର ଶେୟାର ବିକ୍ରି କରିପାରିବେ। ଦ୍ୱିତୀୟ କାରଣ ଗତକାଲି ଶେୟାର ବଜାର ତଳମୁହାଁ ହେବା। ଏଥିଯୋଗୁ ଆଜି ସେନ୍‌ସେକ୍ସ ୧୪୫୬ ପଏଣ୍ଟ ତଳକୁ ଖସିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଏଲଆଇସିର ଶେୟାର ତାଲିକାଭୁକ୍ତ ହେବା ପରଠାରୁ ୨୯ ପ୍ରତିଶତ ତଳକୁ ଖସିସାରିଛି। ଏହିପରି ଲିଷ୍ଟିଂ ପରେ ସବୁଠୁ ଅଧିକ ତଳକୁ ଖସିଥିବା ଏହା ଏସିଆର ଦ୍ୱିତୀୟ ଶେୟାର ହୋଇଛି। ଏହି ମାମଲାରେ ଏବେବି ପ୍ରଥମ ସ୍ଥାନରେ ଦକ୍ଷିଣ କୋରିଆର କମ୍ପାନୀ ଏଲ୍‌ଜି ଏନର୍ଜୀ ସଲ୍ୟୁସନ୍‌ ରହିଛି। ଏହାର ଶେୟାର ମୂଲ୍ୟ ଲିଷ୍ଟିଂ ପରଠୁ ୩୦ ପ୍ରତିଶତରୁ ଅଧିକ ତଳକୁ ଖସିସାରିଛି। ସୋମବାର ସକାଳେ ଏଲଆଇସିର ଶେୟାର ମୂଲ୍ୟ ୭୦୦ ଟଙ୍କାରୁ କମ୍‌ ଅର୍ଥାତ ୬୯୧ ଟଙ୍କାରେ କାରବାର ଆରମ୍ଭ କରିଥିଲା। କାରବାର ବନ୍ଦ ସମୟରେ ଏଥିରେ ୫.୮୫ ପ୍ରତିଶତ ହ୍ରାସ ହୋଇ ବିଏସ୍‌ଇରେ ୬୬୮.୨୦ ଟଙ୍କାରେ ବନ୍ଦ ହୋଇଥିଲା। ସୋମବାର କ୍ରମାଗତ ଭାବେ ୧୦ମ ଦିନରେ ଏଲଆଇସିର ଶେୟାର ନିମ୍ନଗାମୀ ହୋଇ ବନ୍ଦ ହୋଇଛି। ସୋମବାର ଏଲଆଇସିର ବଜାର ପୁଞ୍ଜି ହ୍ରାସ ହୋଇ ୪.୨୨ ଲକ୍ଷ କୋଟି ଟଙ୍କା ହୋଇଥିଲା। ଏହାସହ ଦେଶର ସବୁଠୁ ଅଧିକ ମୂଲ୍ୟବାନ ଥିବା ଶୀର୍ଷ କମ୍ପାନୀ ତାଲିକାରୁ ଏଲ୍‌ଆଇସି ବାହାର ହୋଇଯାଇଛି। ଏଲ୍‌ଆଇସି ଏବେ ଏହି ସୂଚୀରେ ଷଷ୍ଠ ସ୍ଥାନରେ ରହିଛି। ଲିଷ୍ଟିଂ ହେବା ପରଠାରୁ ଆଜି ଯାଏ ଏହି ଶେୟାର ନିବେଶକଙ୍କ ୧.୭ ଲକ୍ଷ କୋଟି ଟଙ୍କା ବୁଡାଇ ସାରିଛି । ମେ’ ୧୭ରେ ଏଲଆଇସିର ଶେୟାର ପୁଞ୍ଜି ବାଜାରରେ ତାଲିକାଭୁକ୍ତ ହୋଇଥିଲା। ସେହି ସମୟରେ ଏହାର ବଜାର ପୁଞ୍ଜି ୬ ଲକ୍ଷ କୋଟି ରହିଥିଲା। ଏହା ଦେଶର ପଞ୍ଚମ ସବୁଠୁ ବଡ଼ କମ୍ପାନୀ ଥିଲା।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

14 Jun 2022 By The Sakala

ଆଇପିଓ ଆଣିବାଠାରୁ ୨୯% ଖସିଲାଣି ଏଲ୍‌ଆଇସି ଶେୟାର; ଲିଷ୍ଟିଂ ପରେ ସବୁଠୁ ଅଧିକ ହ୍ରାସ ଘଟିବାରେ ଏସିଆର ଦ୍ୱିତୀୟ କମ୍ପାନୀ

ନୂଆଦିଲ୍ଲୀ: ସୋମବାର ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଶେୟାର ୬୬୮.୨୦ ଟଙ୍କାରେ ବନ୍ଦ ହୋଇଛି। ଶେୟାର ମୂଲ୍ୟ ହ୍ରାସ ପଛର ବଡ କାରଣ ହେଉଛି ଆଙ୍କର ନିବେଶକଙ୍କ ଲକ-ଇନ ଅବଧି ଶେଷ ହେବା । ଏହାର ଅର୍ଥ ଏଲଆଇସିର ଇସ୍ୟୁରେ ନିବେଶ କରିଥିବା ଆଙ୍କର ନିବେଶକମାେନ ଏବେ ନିଜର ଶେୟାର ବିକ୍ରି କରିପାରିବେ। ଦ୍ୱିତୀୟ କାରଣ ଗତକାଲି ଶେୟାର ବଜାର ତଳମୁହାଁ ହେବା। ଏଥିଯୋଗୁ ଆଜି ସେନ୍‌ସେକ୍ସ ୧୪୫୬ ପଏଣ୍ଟ ତଳକୁ ଖସିଛି।

ଏଲଆଇସିର ଶେୟାର ତାଲିକାଭୁକ୍ତ ହେବା ପରଠାରୁ ୨୯ ପ୍ରତିଶତ ତଳକୁ ଖସିସାରିଛି। ଏହିପରି ଲିଷ୍ଟିଂ ପରେ ସବୁଠୁ ଅଧିକ ତଳକୁ ଖସିଥିବା ଏହା ଏସିଆର ଦ୍ୱିତୀୟ ଶେୟାର ହୋଇଛି। ଏହି ମାମଲାରେ ଏବେବି ପ୍ରଥମ ସ୍ଥାନରେ ଦକ୍ଷିଣ କୋରିଆର କମ୍ପାନୀ ଏଲ୍‌ଜି ଏନର୍ଜୀ ସଲ୍ୟୁସନ୍‌ ରହିଛି। ଏହାର ଶେୟାର ମୂଲ୍ୟ ଲିଷ୍ଟିଂ ପରଠୁ ୩୦ ପ୍ରତିଶତରୁ ଅଧିକ ତଳକୁ ଖସିସାରିଛି। ସୋମବାର ସକାଳେ ଏଲଆଇସିର ଶେୟାର ମୂଲ୍ୟ ୭୦୦ ଟଙ୍କାରୁ କମ୍‌ ଅର୍ଥାତ ୬୯୧ ଟଙ୍କାରେ କାରବାର ଆରମ୍ଭ କରିଥିଲା। କାରବାର ବନ୍ଦ ସମୟରେ ଏଥିରେ ୫.୮୫ ପ୍ରତିଶତ ହ୍ରାସ ହୋଇ ବିଏସ୍‌ଇରେ ୬୬୮.୨୦ ଟଙ୍କାରେ ବନ୍ଦ ହୋଇଥିଲା। ସୋମବାର କ୍ରମାଗତ ଭାବେ ୧୦ମ ଦିନରେ ଏଲଆଇସିର ଶେୟାର ନିମ୍ନଗାମୀ ହୋଇ ବନ୍ଦ ହୋଇଛି। ସୋମବାର ଏଲଆଇସିର ବଜାର ପୁଞ୍ଜି ହ୍ରାସ ହୋଇ ୪.୨୨ ଲକ୍ଷ କୋଟି ଟଙ୍କା ହୋଇଥିଲା। ଏହାସହ ଦେଶର ସବୁଠୁ ଅଧିକ ମୂଲ୍ୟବାନ ଥିବା ଶୀର୍ଷ କମ୍ପାନୀ ତାଲିକାରୁ ଏଲ୍‌ଆଇସି ବାହାର ହୋଇଯାଇଛି। ଏଲ୍‌ଆଇସି ଏବେ ଏହି ସୂଚୀରେ ଷଷ୍ଠ ସ୍ଥାନରେ ରହିଛି। ଲିଷ୍ଟିଂ ହେବା ପରଠାରୁ ଆଜି ଯାଏ ଏହି ଶେୟାର ନିବେଶକଙ୍କ ୧.୭ ଲକ୍ଷ କୋଟି ଟଙ୍କା ବୁଡାଇ ସାରିଛି । ମେ’ ୧୭ରେ ଏଲଆଇସିର ଶେୟାର ପୁଞ୍ଜି ବାଜାରରେ ତାଲିକାଭୁକ୍ତ ହୋଇଥିଲା। ସେହି ସମୟରେ ଏହାର ବଜାର ପୁଞ୍ଜି ୬ ଲକ୍ଷ କୋଟି ରହିଥିଲା। ଏହା ଦେଶର ପଞ୍ଚମ ସବୁଠୁ ବଡ଼ କମ୍ପାନୀ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର