ଆପ୍‌କୁ ଛାଡି ଆମ ସହ ସାମିଲ ହୁଅ, ସିବିଆଇ-ଇଡି ମାମଲା ବନ୍ଦ କରିଦେବୁ : ସିସୋଦିଆଙ୍କୁ ବିଜେପି ଦେଇଛି ଏମିତି ପ୍ରସ୍ତାବ

The Sakala Picture
Published On

ନୂଆଦିଲ୍ଲୀ : ନୂଆ ଅବକାରୀ ନୀତିରେ ଦୁର୍ନୀତି ନେଇ ସିବିଆଇ ରାଡାରରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚାଞ୍ଚଲ୍ୟକର ଦାବି କରିଛନ୍ତି । ସିସୋଦିଆ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)କୁ ଭାଙ୍ଗିବା ପାଇଁ ବିଜେପି ତାଙ୍କୁ ମେସେଜ୍ ପଠାଇଛି । ଏବଂ ଏପରି କଲେ ତାଙ୍କ ବିରୋଧରେ ସବୁ ମାମଲା ବନ୍ଦ କରିଦିଆଯିବ। ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ବିଜେପିର ମେସେଜ୍ ମୋ ପାଖକୁ ଆସିଛି – “ଆପ୍” ଭାଙ୍ଗନ୍ତୁ […]

ନୂଆଦିଲ୍ଲୀ : ନୂଆ ଅବକାରୀ ନୀତିରେ ଦୁର୍ନୀତି ନେଇ ସିବିଆଇ ରାଡାରରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚାଞ୍ଚଲ୍ୟକର ଦାବି କରିଛନ୍ତି । ସିସୋଦିଆ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)କୁ ଭାଙ୍ଗିବା ପାଇଁ ବିଜେପି ତାଙ୍କୁ ମେସେଜ୍ ପଠାଇଛି । ଏବଂ ଏପରି କଲେ ତାଙ୍କ ବିରୋଧରେ ସବୁ ମାମଲା ବନ୍ଦ କରିଦିଆଯିବ। ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ବିଜେପିର ମେସେଜ୍ ମୋ ପାଖକୁ ଆସିଛି – “ଆପ୍” ଭାଙ୍ଗନ୍ତୁ ଏବଂ ବିଜେପିରେ ଯୋଗ ଦିଅନ୍ତୁ, ସମସ୍ତ ସିବିଆଇ, ଇଡି ମାମଲା ବନ୍ଦ ହୋଇଯିବ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଟ୍ୱିଟ୍ କରି ମନୀଷ ସିସୋଦିଆ ବିଜେପି ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିବା ସହିତ, କହିଛନ୍ତି ବିଜେପିର ଏହି ମେସେଜ୍‌ର ଉତ୍ତର ଦେଇ ମୁଁ କହିଛି – ମୁଁ ମହାରାଣା ପ୍ରତାପଙ୍କ ବଂଶଧର, ମୁଁ ଜଣେ ରାଜପୁତ, ମୋ ମୁଣ୍ଡ କଟିଯିବ ପଛେ ଦୁର୍ନୀତିଗ୍ରସ୍ତ ଷଡଯନ୍ତ୍ରକାରୀଙ୍କ ଆଗରେ ନତମସ୍ତକ ହେବି ନାହିଁ। ମୋ ବିରୋଧରେ ଥିବା ସମସ୍ତ ମାମଲା ମିଥ୍ୟା, ଆପଣ ଯାହା ଚାହୁଁଛନ୍ତି କରନ୍ତୁ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ କରିଥିଲେ । କେଜ୍ରିୱାଲ କହିଥିଲେ ଯେ ଯେଉଁ ସମୟରେ ସାଧାରଣ ଲୋକ ଦରବୃଦ୍ଧି ସହ ଲଢ଼ୁଛନ୍ତି, କୋଟି କୋଟି ଯୁବକ ବେକାର ଅଛନ୍ତି, କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହ ବେକାରୀ ଏବଂ ମୁଦ୍ରାସ୍ଫୀତିର ମୁକାବିଲା କରିବା ଉଚିତ୍। କିନ୍ତୁ ସେମାନେ ପୂରା ଦେଶ ସହିତ ଲଢ଼ୁଛନ୍ତି । ପ୍ରତିଦିନ ସକାଳେ ଉଠି ସେମାନେ ସିବିଆଇ-ଇଡିର ଖେଳ ଆରମ୍ଭ କରନ୍ତି, ଏପରି ହେଲେ ଦେଶ କିପରି ଆଗେଇବ?”

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ସୂଚନାଯୋଗ୍ୟ ଏହା ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଛି ବୋଲି ଟ୍ବିଟରରେ ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ଦେଇ ସିବିଆଇ କହିଥିଲା ଯେ, ଏଯାବତ୍ ସିବିଆଇ ପକ୍ଷରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତାଙ୍କୁ ବା ଅନ୍ୟ କାହାରିକୁ ଏପରି କୌଣସି ନୋଟିସ୍ ଦିଆଯାଇ ନାହିଁ। ସିବିଆଇ କହିଛି ଯେ ସେମାନେ ଏବେ ନଥିପତ୍ର ଯାଞ୍ଚ କରୁଛନ୍ତି ଏବଂ ସନ୍ଦିଗ୍ଧମାନଙ୍କୁ ଜେରା ପାଇଁ ନୋଟିସ୍ ଜାରି କରାଯାଉଛି। କିନ୍ତୁ ସିବିଆଇ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଛି ବୋଲି ସିସୋଦିଆ ଅଭିଯୋଗ କରିବା ସହ ଏହା ଏକ ଡ୍ରାମା ଏବଂ ସେମାନେ ଶୁକ୍ରବାର ତାଙ୍କ ଘରେ ଚଢ଼ଉ କରି କିଛି ପାଇନାହାନ୍ତି ବୋଲି କହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର