ଏଲନ୍ ମସ୍କଙ୍କୁ ଝଟକା, ବିଶ୍ୱର ନମ୍ବର-୧ ଧନୀ ବ୍ୟକ୍ତି ହେଲେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍

The Sakala Picture
Published On

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କୁ ଲାଗିଲା ଝଟକା। ବିଶ୍ୱର ଟପ୍ ୧୦ ଧନୀ ତାଲିକାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ଦିନ ପରେ  ୨୦୦ ଆରବ୍ ଡଲାର କ୍ଲବରେ ଏଣ୍ଟ୍ରି କରିବା ସହ ଆମାଜନ୍ ଫାଉଣ୍ଡର ଜେଫ୍ ବେଜୋସ୍ ହୋଇଛନ୍ତି ବିଶ୍ୱର ସୁବଠୁ ଧନୀ ବ୍ୟକ୍ତି । ଜେଫ୍ ବେଜୋସଙ୍କ ସମ୍ପତ୍ତିରେ ଲଗାତାର ବୃଦ୍ଧି ହେବାରେ ଲାଗିଛି । ପ୍ରଥମେ ସେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଡଙ୍କୁ ପଛରେ ପକାଇବା ପରେ ସୋମବାର […]

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କୁ ଲାଗିଲା ଝଟକା। ବିଶ୍ୱର ଟପ୍ ୧୦ ଧନୀ ତାଲିକାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ଦିନ ପରେ  ୨୦୦ ଆରବ୍ ଡଲାର କ୍ଲବରେ ଏଣ୍ଟ୍ରି କରିବା ସହ ଆମାଜନ୍ ଫାଉଣ୍ଡର ଜେଫ୍ ବେଜୋସ୍ ହୋଇଛନ୍ତି ବିଶ୍ୱର ସୁବଠୁ ଧନୀ ବ୍ୟକ୍ତି । ଜେଫ୍ ବେଜୋସଙ୍କ ସମ୍ପତ୍ତିରେ ଲଗାତାର ବୃଦ୍ଧି ହେବାରେ ଲାଗିଛି । ପ୍ରଥମେ ସେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଡଙ୍କୁ ପଛରେ ପକାଇବା ପରେ ସୋମବାର ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ମଙ୍ଗଳବାର ପ୍ରକାଶିତ ସୂଚକାଙ୍କରୁ ଜଣାପଡିଛି ଯେ, ଗତ ବର୍ଷରେ ଟେସଲା ସିଇଓ ପ୍ରାୟ ୩୧ ବିଲିୟନ ଡ଼ଲାର ହରାଇଥିବାବେଳେ ଆମାଜନ ପ୍ରତିଷ୍ଠାତା ୨୩ ବିଲିୟନ ଡ଼ଲାର ହାସଲ କରିଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କଙ୍କୁ ତଳକୁ ଖସିବାର କାରଣ ହେଉଛି ଟେସଲା ସେୟାରରେ ହ୍ରାସ ଘଟିଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜେଫ ବେଜୋସ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର