ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ଜୟନାରାୟଣ ମିଶ୍ର : ତାରା ପ୍ରସାଦ ବାହିନିପତି

The Sakala Picture
Published On

ଭୁବନେଶ୍ବର : ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ ଏବେ ଏହା ବିଶ୍ଳେଷଣର ବିଷୟ ହୋଇଛି।ପଦମ୍‍ପୁର ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା କେହି ଅସ୍ୱୀକାର କରିବେ ନାହିଁ। ୩ ପ୍ରମୁଖ ରାଜନୈତିକ ଦଳ […]

ଭୁବନେଶ୍ବର : ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ ଏବେ ଏହା ବିଶ୍ଳେଷଣର ବିଷୟ ହୋଇଛି।ପଦମ୍‍ପୁର ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା କେହି ଅସ୍ୱୀକାର କରିବେ ନାହିଁ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପଦମ୍‍ପୁରରେ ଲଢ଼ୁଥିବା ‘ସମ୍ମାନ’ ଲଢ଼େଇରେ କଂଗ୍ରେସ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ବିଜେପିର ଅହଂକାରୀ ରଣନୀତି ଭୂତଳଶାୟୀ ହୋଇଛି। ଗତ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ଉପନିର୍ବାଚନରେ ୮ଗୁଣରୁ ଅଧିକକୁ ବୃଦ୍ଧି ପାଇଛି। ଏପରିକି ବିଜୟ ରଞ୍ଜନ ସିଂହ ବରିହା ବିଜେପିକୁ ମାତ୍ର ୫ ହଜାର ବ୍ୟବଧାନରେ ପରାଜିତ କରିଥିବାବେଳେ ତାଙ୍କ ଝିଅ ବର୍ଷା ସିଂହ ବରିହାଙ୍କ ବିଜୟ ବ୍ୟବଧାନ ୪୨ ହଜାର ଅତିକ୍ରମ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ତେବେ ବିଜେପିର ଏହି ଶୋଚନୀୟ ପରାଜୟକୁ ବିଜେପି ନେତାମାନେ ହଜମ କରିପାରୁନାହାନ୍ତି। ଦଳ କାହିଁକି ହାରିଲା, ଅଙ୍କ କେଉଁଠି ଭୁଲ ରହିଲା ତାହା ବିଶ୍ଲେଷଣ କରିବା ପରିବର୍ତ୍ତେ ଅବାନ୍ତର ଓ ମିଛ କଥା କହି ପରାଜୟ ପରେ ମୁହିଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ନେତା। ଏହି ନେତାମାନଙ୍କ ମଧ୍ୟ ସର୍ବାଗ୍ରେ ରହିଛନ୍ତି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ପଦ୍ମପୁରରେ ବିଜେପିର ବିଜୟ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ଏହି କୁହାଳିଆ ନେତା ପରାଜୟ ପରେ ଏବେ ମୁହଁ ଲୁଚାଇବାକୁ କଂଗ୍ରେସ ଉପରକୁ ଦୋଷ ଠେଲି ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଅନ୍ୟପଟେ କଂଗ୍ରେସକୁ ନେଇ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ବୟାନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତି। ପଦ୍ମପୁର ରେଜଲ୍ଟକୁ ନେଇ ଜୟନାରାୟଣଙ୍କ ବିବାଦୀୟ ବୟାନର କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ମିଶ୍ରବାବୁଙ୍କୁ କରିଛନ୍ତି ଟାର୍ଗେଟ । ନିର୍ବାଚନରେ ବିଜେଡି-କଂଗ୍ରେସ ଡିଲ ଆକ୍ଷେପ ଉପରେ ଦଳ ତରଫରୁ ପ୍ରତିକ୍ରିୟା ରଖିଛନ୍ତି ତାରା । କିଛି ପ୍ରମାଣ ନଥାଇ ଏଭଳି ଆକ୍ଷେପ କରିବା ଅନୁଚିତ ବୋଲି ତାରା ଜୟନାରାୟଣଙ୍କୁ ବୁଝାଇ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଆଜି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ବିଜେପିର ପଦ୍ମପୁର ପରାଜୟ ନେଇ କଂଗ୍ରେସକୁ ଦୋଷ ଦେଇଛନ୍ତି। ସେ କହିଥିଲେ ଯେ ପଦ୍ମପୁରରେ ଜିତିବା ପାଇଁ ହୋଇଥିଲା ଡିଲ୍‌। କଂଗ୍ରେସ  ବିଜେଡି ମଧ୍ୟରେ ଡିଲ ହୋଇଥିଲା। ସମ୍ପୂର୍ଣ୍ଣ ଭୋଟ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ୱଙ୍କ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ଆଉ ବିଜେଡିର ବିଜୟର ମୁଖ୍ୟ କାରଣ କଂଗ୍ରେସ ବୋଲି ଜୟନାରାୟଣ କହିଥିଲେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି କୌଣସି ତଥ୍ୟ କିମ୍ବା ପ୍ରମାଣ ନଥାଇ ଏମିତି କହିବା ଅନୁଚିତ। ଏଭଳି କଥା କହି ନିଜ ସହ ଦଳର ମଧ୍ୟ ଓଜନ କମ୍ କରୁଛନ୍ତି ଜୟନାରାୟଣ । ଏହାସହିତ କଂଗ୍ରେସ କେବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସଲାସୁତୁରା କରିନାହିଁ ବୋଲି ସଫା ସଫା କହିଛନ୍ତି ତାରା । ତେବେ ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଏବଂ ମୁହଁ ଧୋଇବା ପାଇଁ ବିଜେପି ଏମିତି କହୁଛି ବୋଲି ତାରା ଓଲଟା ପ୍ରତିକ୍ରିୟା ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର