ଖୁବଶୀଘ୍ର ୧୯ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆଇଟି ସେକ୍ଟର କମ୍ପାନୀ Accenture

The Sakala Picture
Published On

ନୂଆଦିଲ୍ଲୀ: ବୃହତ ଆଇଟି କମ୍ପାନୀ ଆକ୍ସେଞ୍ଚର (Accenture) ୧୯ହଜାର କର୍ମଚାରୀ ଛଟେଇ କରିବାକୁ ଯାଉଛି । ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ତରଫରୁ ଆଜି କୁହାଯାଇଛି । ଏକ ବିବୃତ୍ତିରେ କମ୍ପାନି କହିଛି ଯେ ବର୍ତ୍ତମାନ ଥିବା ସମୁଦାୟ କର୍ମଚାରୀଙ୍କ ସଂଖ୍ୟାର ୨.୫% କର୍ମଚାରୀଙ୍କ ଛଟେଇ କରଯିବ। ଆଗାମୀ ୧୮ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କର୍ମଚାରୀଙ୍କ ଛଟେଇ କରାଯାଇପାରେ। କମ୍ପାନୀ ତରଫରୁ କୁହାଯାଇଛି କି ଏହା ଅଣ-ବିଲ୍ ଯୋଗ୍ୟ […]

ନୂଆଦିଲ୍ଲୀ: ବୃହତ ଆଇଟି କମ୍ପାନୀ ଆକ୍ସେଞ୍ଚର (Accenture) ୧୯ହଜାର କର୍ମଚାରୀ ଛଟେଇ କରିବାକୁ ଯାଉଛି । ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ତରଫରୁ ଆଜି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଏକ ବିବୃତ୍ତିରେ କମ୍ପାନି କହିଛି ଯେ ବର୍ତ୍ତମାନ ଥିବା ସମୁଦାୟ କର୍ମଚାରୀଙ୍କ ସଂଖ୍ୟାର ୨.୫% କର୍ମଚାରୀଙ୍କ ଛଟେଇ କରଯିବ। ଆଗାମୀ ୧୮ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କର୍ମଚାରୀଙ୍କ ଛଟେଇ କରାଯାଇପାରେ। କମ୍ପାନୀ ତରଫରୁ କୁହାଯାଇଛି କି ଏହା ଅଣ-ବିଲ୍ ଯୋଗ୍ୟ କର୍ପୋରେଟ୍ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଅଧିକ ଛଟେଇ କରାଯିବ । କମ୍ପାନୀର ଏଭଳି ନିଷ୍ପତ୍ତି ପରେ ସେୟାର ମାର୍କେଟରେ କମ୍ପାନୀର ସେୟାର ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

୨୦୨୩ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଆକ୍ସେଞ୍ଚର ଏହାର କାର୍ଯ୍ୟଶୈଳୀକୁ ସରଳ କରିବା ପାଇଁ ଏହି ପଦକ୍ଷେପ ନେଉଛି। ଏହା ଫଳରେ ଖର୍ଚ୍ଚ ହ୍ରାସ କରାଯାଇପାରିବ ବୋଲି କୁହାଯାଇଛି । ମାନ୍ଦାବସ୍ଥା ଯୋଗୁଁ ପ୍ରଭାବିତ ଟେକ୍ନୋଲୋଜୀ ବଜେଟ୍ ହ୍ରାସ କରିବାର ସମ୍ଭାବନା ଥିବାରୁ କମ୍ପାନୀ ନିକଟରେ ଏହାର ବାର୍ଷିକ ରାଜସ୍ୱ ଏବଂ ଲାଭ ଆକଳନ ହ୍ରାସ କରିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର