ଭାରତରେ ନିର୍ମାଣ ହେବ ଆଇଫୋନ୍‌

The Sakala Picture
Published On

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଭାରତରେ ଆଇଫୋନ୍ ଉତ୍ପାଦନ ହେବ। ଟାଟା ଗ୍ରୁପ୍ ଦେଶରେ ଆଇଫୋନ୍ ଉତ୍ପାଦନ କରୁଥିବା ଯାଉଥିବା ଜଣାଯାଇଛି। ଫଳରେ ଦେଶର ଏହି ବୃହତ୍‌ କମ୍ପାନୀ ସାରା ବିଶ୍ବରେ ଆଇଫୋନ୍ ନିର୍ମାତାମାନଙ୍କ ତାଲିକାରେ ସାମିଲ ହୋଇଯିବ। ଏହାବ୍ୟତୀତ ଆଇଫୋନ୍ ଉତ୍ପାଦନ କରିବାରେ ଟାଟା ଗ୍ରୁପ୍ ପ୍ରଥମ ଭାରତୀୟ କମ୍ପାନୀ ହେବ। ଟାଟା ଗ୍ରୁପ୍ ଦକ୍ଷିଣ ଭାରତରେ ଥିବା ତାଇୱାନର ୱିଷ୍ଟ୍ରନ୍ ଗ୍ରୁପ୍‌ର ପ୍ଲାଣ୍ଟ କିଣିବାକୁ ଯାଉଛି। ଏହି ଚୁକ୍ତି ଶୀଘ୍ର ଶେଷ ହେବ ବୋଲି […]

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଭାରତରେ ଆଇଫୋନ୍ ଉତ୍ପାଦନ ହେବ। ଟାଟା ଗ୍ରୁପ୍ ଦେଶରେ ଆଇଫୋନ୍ ଉତ୍ପାଦନ କରୁଥିବା ଯାଉଥିବା ଜଣାଯାଇଛି। ଫଳରେ ଦେଶର ଏହି ବୃହତ୍‌ କମ୍ପାନୀ ସାରା ବିଶ୍ବରେ ଆଇଫୋନ୍ ନିର୍ମାତାମାନଙ୍କ ତାଲିକାରେ ସାମିଲ ହୋଇଯିବ। ଏହାବ୍ୟତୀତ ଆଇଫୋନ୍ ଉତ୍ପାଦନ କରିବାରେ ଟାଟା ଗ୍ରୁପ୍ ପ୍ରଥମ ଭାରତୀୟ କମ୍ପାନୀ ହେବ। ଟାଟା ଗ୍ରୁପ୍ ଦକ୍ଷିଣ ଭାରତରେ ଥିବା ତାଇୱାନର ୱିଷ୍ଟ୍ରନ୍ ଗ୍ରୁପ୍‌ର ପ୍ଲାଣ୍ଟ କିଣିବାକୁ ଯାଉଛି। ଏହି ଚୁକ୍ତି ଶୀଘ୍ର ଶେଷ ହେବ ବୋଲି କୁହାଯାଉଛି। ଯାହାପରେ ଟାଟା ଗ୍ରୁପ୍ ୱିଷ୍ଟ୍ରନ୍ ସହିତ ମିଳିତ ଭାବେ ଭାରତରେ ଆଇଫୋନ୍ ତିଆରି କରିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଏହି ମିଳିତ ଉଦ୍ୟୋଗରେ ଟାଟା ଗୋଷ୍ଠୀର ସବୁଠାରୁ ବଡ ଅଂଶ ରହିବ। ଏଠାରେ ସୂଚନାଯୋଗ୍ୟ ଯେ, ଆପଲର ଆଇଫୋନ୍ ଆସେମ୍ବଲ କରିବା କାମ ତାଇୱାନର ୱିଷ୍ଟ୍ରନ୍ ଏବଂ ଫକ୍ସକନ୍ ଟେକ୍ନୋଲୋଜି ଗ୍ରୁପ୍ ଦ୍ୱାରା କରାଯାଇଥାଏ। ତେବେ ଭାରତରେ ଆଇଫୋନ୍ ଉତ୍ପାଦନ ହେେଲ ଟାଟା ଗ୍ରୁପ ଆଇଫୋନ୍ ନିର୍ମାଣ କରିବା ପରେ ଚୀନ୍‌କୁ ଚ୍ୟାଲେଞ୍ଜ କରିବାରେ ସାହାଯ୍ୟ କରିବ। ଆଇଫୋନ୍ ଉତ୍ପାଦନରେ ଚୀନ୍ ବର୍ତ୍ତମାନ ବିଶ୍ବର ପ୍ରାଧାନ୍ୟ ବିସ୍ତାର କରିଛି। ମୋଟ ଆଇଫୋନର ୮୫ ପ୍ରତିଶତ ଚାଇନାରେ ନିର୍ମିତ ହେଉଥିବାବେଳେ ଆଇଫୋନ୍ ତିଆରି ପାଇଁ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଆପଲ୍ ଚାହୁଁଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

କରୋନା ପରେ ଚାଇନାରେ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ସାରା ବିଶ୍ବରେ ଆଇଫୋନ୍ ଯୋଗାଣ ବ୍ୟାହତ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ୱିଷ୍ଟ୍ରନ୍ ସହିତ ଟାଟା ଗ୍ରୁପର ଚୁକ୍ତି ଚଳିତବର୍ଷ ମାର୍ଚ୍ଚ ପୂର୍ବରୁ ଶେଷ ହେବ। ଯାହା ପରେ ଟାଟା ଗ୍ରୁପ୍ ୱିଷ୍ଟ୍ରନର ସ୍ଥାନ ନେବ। ଉଲ୍ଲେଖ ଥାଉ କି ଟାଟା ଗ୍ରୁପ କ୍ରମାଗତ ଭାବରେ ଆପଲ୍ ସହିତ ସହଭାଗିତା କରୁଛି। ଟାଟା କର୍ଣ୍ଣାଟକର ବାଙ୍ଗାଲୋର ନିକଟ ହୋସୁରଠାରେ ଆଇଫୋନ୍ ପାଇଁ ପ୍ଲାଣ୍ଟ ପ୍ରସ୍ତୁତ କରୁଛି। ଏହା ସହିତ ଟାଟା ପ୍ରାୟ ୧୦୦ ଆପଲ୍ ଷ୍ଟୋର ଖୋଲିବାକୁ ଯାଉଛି ଏବଂ ପ୍ରଥମ ଷ୍ଟୋର ମୁମ୍ବାଇରେ ଏହା ଖୋଲିବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର