ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ଣ୍ଣରଙ୍କ ସଙ୍କେତ; ପୁଣି ବଢ଼ିବ ସୁଧ ହାର

The Sakala Picture
Published On

ନୂଆଦିଲ୍ଲୀ: ଆଉ କିଛି ଦିନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପୁଣି ସୁଧ ହାରରେ ବୃଦ୍ଧି କରିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଆସନ୍ତା ଜୁନ ମାସ ୬ ରୁ ୮ ତାରିଖ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିନେଇ ନିଷ୍ପତ୍ତି ନେବେ ବୋଲି ସେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। […]

ନୂଆଦିଲ୍ଲୀ: ଆଉ କିଛି ଦିନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପୁଣି ସୁଧ ହାରରେ ବୃଦ୍ଧି କରିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଆସନ୍ତା ଜୁନ ମାସ ୬ ରୁ ୮ ତାରିଖ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିନେଇ ନିଷ୍ପତ୍ତି ନେବେ ବୋଲି ସେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। ତେବେ କେଉଁ ହାରରେ ସୁଧ ବୃଦ୍ଧି କରାଯିବ ସେନେଇ ସେ ସ୍ପଷ୍ଟ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଦେଶର ବଦ୍ଧିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଏବେ ଜରୁରୀ ହୋଇପଡ଼ିଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ସମେତ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଚଳିତ ମାସ ପ୍ରଥମ ଭାଗରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧ ହାରରେ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇସାରିଛି। ଯାହାକି ଗତ ୪ ବର୍ଷ ମଧ୍ୟରେ ଥିଲା ପ୍ରଥମ ସୁଧ ବୃଦ୍ଧି। ତେବେ ସାଂପ୍ରତିକ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ପୁଣି ଥରେ ସୁଧ ବୃଦ୍ଧି କରିବା ଅପରିହାର୍ଯ୍ୟ ବୋଲି ଶକ୍ତିକାନ୍ତ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ଆର୍ଥିକ ବର୍ଷ(୨୦୨୨-୨୩)ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମେ ୪.୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେହିପରି ଜିଡିପି ହାସଲ ଲକ୍ଷ୍ୟ ମଧ୍ୟ ଏହି ବର୍ଷରେ ୭.୮ ପ୍ରତିଶତ ରହିଥିଲା। କିନ୍ତୁ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବ ସ୍ତରରେ ପରିବର୍ତ୍ତିିତ ରାଜନୀତି ଓ ଅର୍ଥନୀତି ଏହି ଆକଳନରେ ସଂଶୋଧନ କରିବାକୁ ବାଧ୍ୟ କରିଥିଲା। ଗତ ଏପ୍ରିଲରେ ମୁଦ୍ରାସ୍ଫୀତି ଲକ୍ଷ୍ୟ ୫.୭ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ବେଳେ ଜିଡିପି ମଧ୍ୟ ୭.୨ ପ୍ରତିଶତକୁ ହ୍ରାସ କରାଯାଇଥିଲା। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ରିଜର୍ଭ ବ୍ୟାଙ୍କ ଗତ ୨ ରୁ ୩ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମନ୍ବୟ ରକ୍ଷା କରି ପଦକ୍ଷେପ ନେବା ଆରମ୍ଭ କରିଥିଲା ବେଳେ କେନ୍ଦ୍ର ସରକାର ମଧ୍ୟ ଗହମ ରପ୍ତାନି ଉପରେ ଅଙ୍କୁଶ ଲଗାଇଛନ୍ତି। ସେହିପରି ପେଟ୍ରୋଲ ଏବଂ ଡିଜେଲ ଉପରେ ହ୍ରାସ କରି କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ତେବେ ଖୁଚୁରା ମୁଦ୍ରାସ୍ଫୀତି ଗତ ୪ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ବଢି ଚାଲିଛି। ଏହାକୁ ୨ ରୁ ୬ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଗତ ମାସରେ ଏହା ୬.୯୫ ପ୍ରତିଶତରେ ପହଞ୍ଚିବା ସହିତ ବର୍ତ୍ତମାନ ୭.୭୯ ପ୍ରତିଶତ ଛୁଇଁଛି। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସୁଧ ହାରରେ ପୁଣି ବୃଦ୍ଧି ଆଣିବା ଏକପ୍ରକାର ନିଶ୍ଚିତ ବୋଲି ଶକ୍ତିକାନ୍ତ କହିଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

କରୋନା ମହାମାରୀ ପରବର୍ତ୍ତୀ ବିଶ୍ବ ଅର୍ଥନୀତି ଅଣ୍ଟା ସଳଖୁଥିବା ବେଳେ ୟୁକ୍ରେନ ଯୁଦ୍ଧ ଏହାକୁ ଆହୁରି ଜଟିଳ କରିଦେଇଛି। ଯାହାକୁ ନେଇ ଏବେ ପ୍ରାୟତଃ ସବୁ ରାଷ୍ଟ୍ରରେ ସୁଧ ହାର ନକାରାତ୍ମକ ସ୍ଥିତିରେ ପହଞ୍ଚିଛି। ସେହପିରି ଜାପାନ ଭଳି କିଛି ରାଷ୍ଟ୍ରଙ୍କୁ ବାଦ୍‌ ଦେଲେ ଆଉ ପ୍ରାୟ ସବୁ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ୭ ପ୍ରତିଶତ ଉପରେ ରହିଛି। ତେଣୁ ଆମକୁ ମଧ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ନେଇ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଶକ୍ତିକାନ୍ତ କହିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର