ଆଜି ଆସିବ ଭାରତର ପ୍ରଥମ ଡିଜିଟାଲ କରେନ୍ସି : ଏହି ୯ଟି ବ୍ୟାଙ୍କ କରିବେ ଡିଜିଟାଲ କରେନ୍ସିରେ ଅର୍ଥ ନେଣଦେଣ

The Sakala Picture
Published On

ନୂଆଦିଲ୍ଲୀ : ଆଜିଠାରୁ ଭାରତରେ ଚାଲିବ ଡିଜିଟାଲ କରେନ୍ସି। ନଭେମ୍ବର ପହିଲାଠାରୁ ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ମଙ୍ଗଳବାର ଅର୍ଥାତ ଆଜିଠୁ ଆରମ୍ଭ ହେଉଛି। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ବା ପାଇକାରୀ ସେଗମେଣ୍ଟରେ ଏହାର ପ୍ରଚଳନ କରାଯିବ। ନିଷ୍ପତ୍ତି ଅନୁଯାୟୀ, ୯ଟି ବ୍ୟାଙ୍କ ସରକାରୀ ସିକ୍ୟୁରିଟିରେ ଅର୍ଥ ନେଣଦେଣ ପାଇଁ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ […]

ନୂଆଦିଲ୍ଲୀ : ଆଜିଠାରୁ ଭାରତରେ ଚାଲିବ ଡିଜିଟାଲ କରେନ୍ସି। ନଭେମ୍ବର ପହିଲାଠାରୁ ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ମଙ୍ଗଳବାର ଅର୍ଥାତ ଆଜିଠୁ ଆରମ୍ଭ ହେଉଛି। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ବା ପାଇକାରୀ ସେଗମେଣ୍ଟରେ ଏହାର ପ୍ରଚଳନ କରାଯିବ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ନିଷ୍ପତ୍ତି ଅନୁଯାୟୀ, ୯ଟି ବ୍ୟାଙ୍କ ସରକାରୀ ସିକ୍ୟୁରିଟିରେ ଅର୍ଥ ନେଣଦେଣ ପାଇଁ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ,ୟେସ୍ ବ୍ୟାଙ୍କ, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍ଏସ୍ବିସି ବ୍ୟାଙ୍କ ଡିଜିଟାଲି କରେନ୍ସିର ବ୍ୟବହାର କରିବେ ବୋଲି ଆର୍ବିଆଇ କହିଛି। ଆର୍ବିଆଇ କହିଛି ଯେ, ଡିଜିଟାଲ ରୂପୟାର ପ୍ରଥମ ପାଇଲଟ ପରୀକ୍ଷଣ ନଭେମ୍ବର ୧ରୁ ଆରମ୍ଭ କରାଯିବ। ଏହି ପରୀକ୍ଷଣ ସମୟରେ ସରକାରୀ ସିକ୍ୟୁରିଟିଜରେ ସେକେଣ୍ଡାରୀ ମାର୍କେଟ୍ ନେଣଦେଣ କରାଯିବ ବୋଲି ଆର୍‌ବିଆଇ କହିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ପ୍ରଥମ ପର୍ଯ୍ୟାୟରେ ଏହା ପାଇକାରୀ ବର୍ଗରେ ପାଇଲଟ ପରୀକ୍ଷଣ ହେବ। ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ। ଏହି ପାଇଲଟ୍ ପରୀକ୍ଷଣରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ। ମାସକ ମଧ୍ୟରେ ଖୁଚୁରା ମାର୍କେଟରେ ଆସିବ ଇ-ରୁପି। ଏହି ଇ-ରୁପି ଦ୍ୱାରା ଆନ୍ତଃ ବ୍ୟାଙ୍କ ବଜାର ଆହୁରି ଦକ୍ଷ ହେବ।ଆନ୍ତଃବ୍ୟାଙ୍କ କାରବାର ଖର୍ଚ୍ଚ କମାଇବା, ଭାରତରେ ବିଦେଶୀ ନାଗରିକଙ୍କ ଲାଗି ସହଜ କାରବାର, ବିଭିନ୍ନ ସରକାରୀ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଏହି କରେନ୍ସି ସହାୟକ ହୋଇପାରିବେ । ଦିନକୁ ଦିନ ବଢ଼ିଚାଲିଥିବା ଡିଜିଟାଲ ଇକୋନୋମି ସହ ତାଳ ଦେଇ ଆରବିଆଇ ନିଜର ଏହି କରେନ୍ସିକୁ ସାମନାକୁ ଆଣିଛି । ବଡ ବଡ଼ କାରବାରରେ ଅର୍ଥ ପରିବର୍ତ୍ତେ ଡିଜିଟାଲ କରେନ୍ସିକୁ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ରୀୟ ବ୍ୟାଙ୍କ । ପ୍ରଥମ ପରୀକ୍ଷଣରୁ ମିଳିବାକୁ ଥିବା ଫଳାଫଳ ଆଧାରରେ ଆଗକୁ ଅନ୍ୟ ସମସ୍ତ ହୋଲ୍‌ସେଲ୍‌ ଟ୍ରାଞ୍ଜାକ୍‌ସନ ଏବଂ ସୀମା-ପାର ପେମେଣ୍ଟ କ୍ଷେତ୍ରରେ ମଧ୍ୟ ପାଇଲଟ୍‌ ପରୀକ୍ଷଣ ହେବ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର