୪ ହଜାର ରେଳ ବଗିକୁ କୋଭିଡ୍ କେୟାର କୋଚ୍‌ରେ ପରିବର୍ତ୍ତନ କଲା ଭାରତୀୟ ରେଳ ବିଭାଗ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସରକାରଙ୍କୁ ସହଯୋଗର ହାତ ବଢାଇଛି ଭାରତୀୟ ରେଳ ବିଭାଗ। ସାରା ଦେଶରେ କରୋନା ରୋଗୀଙ୍କ ବଢୁଥିବା ସଂଖ୍ୟାକୁ ଦେଖି ରେଲଓ୍ବେ ନିଜର ବଗିକୁ କୋଭିଡ୍ କେୟାର କୋଚ୍‌ରେ ପରିବର୍ତ୍ତିତ କରିଛି। ରେଲଓ୍ବେର କହିବା ଅନୁସାରେ, ବର୍ତ୍ତମାନ ତା ପାଖରେ ୧୬ ଜୋନ୍, ୪,୦୦୨ ପରିବର୍ତ୍ତିକ କୋଚ୍ ରହିଛି ଓ ରାଜ୍ୟ ସରକାରଙ୍କୁ ଅନୁରୋଧ ତାଙ୍କୁ ଉପଲବ୍ଧ କରିହେବ। ରେଳ ବିଭାଗ ଦିଲ୍ଲୀର ବିଭିନ୍ନ ଷ୍ଟେସନରେ ଏଥିପାଇଁ ବଗି […]

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସରକାରଙ୍କୁ ସହଯୋଗର ହାତ ବଢାଇଛି ଭାରତୀୟ ରେଳ ବିଭାଗ। ସାରା ଦେଶରେ କରୋନା ରୋଗୀଙ୍କ ବଢୁଥିବା ସଂଖ୍ୟାକୁ ଦେଖି ରେଲଓ୍ବେ ନିଜର ବଗିକୁ କୋଭିଡ୍ କେୟାର କୋଚ୍‌ରେ ପରିବର୍ତ୍ତିତ କରିଛି। ରେଲଓ୍ବେର କହିବା ଅନୁସାରେ, ବର୍ତ୍ତମାନ ତା ପାଖରେ ୧୬ ଜୋନ୍, ୪,୦୦୨ ପରିବର୍ତ୍ତିକ କୋଚ୍ ରହିଛି ଓ ରାଜ୍ୟ ସରକାରଙ୍କୁ ଅନୁରୋଧ ତାଙ୍କୁ ଉପଲବ୍ଧ କରିହେବ। ରେଳ ବିଭାଗ ଦିଲ୍ଲୀର ବିଭିନ୍ନ ଷ୍ଟେସନରେ ଏଥିପାଇଁ ବଗି ବା କୋଚ ଛିଡ଼ା କରିଛି। ଏହି ବଗିରେ ଥିବା ବେଡ ଗୁଡ଼ିକୁ କୋଭିଡ୍ ବେଡ ଭାବରେ ତିଆରି କରିଛି ରେଳ ବିଭାଗ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ପୀୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି ଯେ ,  କୋଭିଡ୍ ଆଇସୋଲେଶନ ପାଇଁ କୋଚ ଶକୁର ବସ୍ତି ରେଲଓ୍ୱେ ଷ୍ଟେସନରେ ୫୦ଟି କୋଚ ଏବଂ ୨୫ଟି କୋଚ ଆନନ୍ଦ ବିହାର ବସ୍ତି ନିକଟରେ ଛିଡ଼ା ହେବ। ଏଥିରେ ୮୦୦ଟି ବେଡ୍ ତିଆରି କରାଯାଇଛି। ଯଦି ଆଗାମୀ ଦିନରେ ଅଧିକ ବେଡ ପାଇଁ ଆବଶ୍ୟକ ପଡ଼ିବ ତାହେଲେ ରେଳ ବିଭାଗ ୩ ଲକ୍ଷରୁ ଅଧିକ ବେଡ ଏକାକୀ ବ୍ୟବସ୍ଥା କରିପାରିବ ବୋଲି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି।

ଅନ୍ୟପକ୍ଷେ କେଜ୍ରିଓ୍ବାଲ ସରକାର କରୋନାର ବଢୁଥିବା ମାମଲା ଦେଖି ରେଲଓ୍ବେକୁ ଦିଲ୍ଲୀ ଷ୍ଟେସନରେ କୋଭିଡ୍ କେୟାର କୋଚ୍ କରିବାକୁ ଦାବି କରିଥିଲେ। ଦିଲ୍ଲୀ ସରକାର ଶକୁର ବସ୍ତି ଓ ଆନନ୍ଦ ବିହାର ରେଲଓ୍ବେ ଷ୍ଟେସନ୍‌ରେ କୋଭିଡ୍ କେୟାର କୋଚ୍‌ର ୫ ହଜାର ବେଡ୍ ବ୍ୟବସ୍ଥା କରିବାର ନିଷ୍ପତ୍ତି ନେଇଛନ୍ତି। କୋଭିଡ୍ କେୟାର କୋଚ୍‌ରେ ରୋଗୀଙ୍କ ପାଇଁ ରେଲଓ୍ବେ ସବୁ ପ୍ରକାର ସୁବିଧା ଉପଲବ୍ଧ କରିଛି। ପାଣିପାଗ ହିସାବରେ କୋଚ୍ ଭିତରେ କୁଲର ମଧ୍ୟ ଲଗାଇଛି। ଅକ୍ସିଜେନ୍ ସିଲିଣ୍ଡର ଓ ଡଷ୍ଟବିନର ସୁବିଧା ମଧ୍ୟ ରହିଛି।

18 Apr 2021 By The Sakala

୪ ହଜାର ରେଳ ବଗିକୁ କୋଭିଡ୍ କେୟାର କୋଚ୍‌ରେ ପରିବର୍ତ୍ତନ କଲା ଭାରତୀୟ ରେଳ ବିଭାଗ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସରକାରଙ୍କୁ ସହଯୋଗର ହାତ ବଢାଇଛି ଭାରତୀୟ ରେଳ ବିଭାଗ। ସାରା ଦେଶରେ କରୋନା ରୋଗୀଙ୍କ ବଢୁଥିବା ସଂଖ୍ୟାକୁ ଦେଖି ରେଲଓ୍ବେ ନିଜର ବଗିକୁ କୋଭିଡ୍ କେୟାର କୋଚ୍‌ରେ ପରିବର୍ତ୍ତିତ କରିଛି। ରେଲଓ୍ବେର କହିବା ଅନୁସାରେ, ବର୍ତ୍ତମାନ ତା ପାଖରେ ୧୬ ଜୋନ୍, ୪,୦୦୨ ପରିବର୍ତ୍ତିକ କୋଚ୍ ରହିଛି ଓ ରାଜ୍ୟ ସରକାରଙ୍କୁ ଅନୁରୋଧ ତାଙ୍କୁ ଉପଲବ୍ଧ କରିହେବ। ରେଳ ବିଭାଗ ଦିଲ୍ଲୀର ବିଭିନ୍ନ ଷ୍ଟେସନରେ ଏଥିପାଇଁ ବଗି ବା କୋଚ ଛିଡ଼ା କରିଛି। ଏହି ବଗିରେ ଥିବା ବେଡ ଗୁଡ଼ିକୁ କୋଭିଡ୍ ବେଡ ଭାବରେ ତିଆରି କରିଛି ରେଳ ବିଭାଗ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ।

ପୀୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି ଯେ ,  କୋଭିଡ୍ ଆଇସୋଲେଶନ ପାଇଁ କୋଚ ଶକୁର ବସ୍ତି ରେଲଓ୍ୱେ ଷ୍ଟେସନରେ ୫୦ଟି କୋଚ ଏବଂ ୨୫ଟି କୋଚ ଆନନ୍ଦ ବିହାର ବସ୍ତି ନିକଟରେ ଛିଡ଼ା ହେବ। ଏଥିରେ ୮୦୦ଟି ବେଡ୍ ତିଆରି କରାଯାଇଛି। ଯଦି ଆଗାମୀ ଦିନରେ ଅଧିକ ବେଡ ପାଇଁ ଆବଶ୍ୟକ ପଡ଼ିବ ତାହେଲେ ରେଳ ବିଭାଗ ୩ ଲକ୍ଷରୁ ଅଧିକ ବେଡ ଏକାକୀ ବ୍ୟବସ୍ଥା କରିପାରିବ ବୋଲି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି।

ଅନ୍ୟପକ୍ଷେ କେଜ୍ରିଓ୍ବାଲ ସରକାର କରୋନାର ବଢୁଥିବା ମାମଲା ଦେଖି ରେଲଓ୍ବେକୁ ଦିଲ୍ଲୀ ଷ୍ଟେସନରେ କୋଭିଡ୍ କେୟାର କୋଚ୍ କରିବାକୁ ଦାବି କରିଥିଲେ। ଦିଲ୍ଲୀ ସରକାର ଶକୁର ବସ୍ତି ଓ ଆନନ୍ଦ ବିହାର ରେଲଓ୍ବେ ଷ୍ଟେସନ୍‌ରେ କୋଭିଡ୍ କେୟାର କୋଚ୍‌ର ୫ ହଜାର ବେଡ୍ ବ୍ୟବସ୍ଥା କରିବାର ନିଷ୍ପତ୍ତି ନେଇଛନ୍ତି। କୋଭିଡ୍ କେୟାର କୋଚ୍‌ରେ ରୋଗୀଙ୍କ ପାଇଁ ରେଲଓ୍ବେ ସବୁ ପ୍ରକାର ସୁବିଧା ଉପଲବ୍ଧ କରିଛି। ପାଣିପାଗ ହିସାବରେ କୋଚ୍ ଭିତରେ କୁଲର ମଧ୍ୟ ଲଗାଇଛି। ଅକ୍ସିଜେନ୍ ସିଲିଣ୍ଡର ଓ ଡଷ୍ଟବିନର ସୁବିଧା ମଧ୍ୟ ରହିଛି।

https://www.thesakala.in/big-news/indian-railways-has-converted-its-coaches-into-covid-care-coches/article-1645
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର