ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA):୨୦ ବିଲିୟନ ଡଲାରର ନିବେଶ ଲକ୍ଷ୍ୟ

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ଐତିହାସିକ ତଥା ଉଚ୍ଚାଭିଳାଷୀ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସଫଳତାର ସହ ସମ୍ପନ୍ନ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିବା ପରେ ମିଳିତ ଭାବେ ଏହି ଘୋଷଣା କରିଛନ୍ତି। ଏହି ଚୁକ୍ତି ଉଭୟ ଦେଶର ଆର୍ଥିକ ସମ୍ପର୍କକୁ ନୂତନ ଦିଗଦର୍ଶନ ଦେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଉଭୟ ନେତା ଏହି ଆଲୋଚନା ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ନେଇ ବେଶ୍ ଆଶାବାଦୀ ଥିବା ଜଣାପଡିଛି। ଆଗାମୀ ୫ ବର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଆଗାମୀ ୧୫ ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଭାରତରେ ୨୦ ବିଲିୟନ ଡଲାର ବିନିଯୋଗ କରିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି FTA ପାଇଁ ଆଲୋଚନା ଆରମ୍ଭ ହୋଇଥିଲା। ମାତ୍ର ୯ ମାସର ରେକର୍ଡ ସମୟ ମଧ୍ୟରେ ଉଭୟ ଦେଶ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ଥିବା ସୁଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ପାରସ୍ପରିକ ସହଯୋଗକୁ ଦର୍ଶାଉଛି। ଏହାଦ୍ୱାରା ଉଦ୍ଭାବକ, ଉଦ୍ୟୋଗୀ, କୃଷକ, MSME, ଛାତ୍ର ଏବଂ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଏହି ଐତିହାସିକ ଚୁକ୍ତି ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରୁ ରପ୍ତାନି ହେଉଥିବା ୯୫ ପ୍ରତିଶତ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ ବା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ଚୁକ୍ତି ଲାଗୁ ହେବାର ପ୍ରଥମ ଦିନରୁ ପ୍ରାୟ ୫୭ ପ୍ରତିଶତ ସାମଗ୍ରୀ ଶୁଳ୍କମୁକ୍ତ ରହିବ ଏବଂ ପରବର୍ତ୍ତୀ ସମୟରେ ଏହା ୮୨ ପ୍ରତିଶତକୁ ବୃଦ୍ଧି ପାଇବ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ୨୦୩୦ ସୁଦ୍ଧା ଭାରତୀୟ ଅର୍ଥନୀତି ୧୨ ଟ୍ରିଲିୟନ ନ୍ୟୁଜିଲ୍ୟାଣ୍ଡ ଡଲାରରେ ପହଞ୍ଚିବାର ଅନୁମାନ ଥିବାରୁ ଏହି ଚୁକ୍ତି ସେମାନଙ୍କ ରପ୍ତାନିକାରୀଙ୍କ ପାଇଁ ଏକ ବିରାଟ ବଜାର ଖୋଲିଦେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର