ଭାରତରେ ଇଣ୍ଟରନେଟ୍‌ ସ୍ପିଡ୍‌ ପାକିସ୍ତାନ, ନେପାଳଠାରୁ କମ୍‌

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ୫ଜି ପାଇଁ ପ୍ରସ୍ତୁତି ଚାଲିଛି। ଦୀପାବଳିରେ ସରକାର ୫ଜି ସେବା ଶୁଭାରମ୍ଭ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବର୍ତ୍ତମାନ ଦେଶରେ ଇଣ୍ଟରନେଟ ସ୍ପିଡ୍‌ ବା ବେଗ ଅନ୍ୟ ଦେଶ ତୁଳନାରେ ବହୁତ କମ୍ ରହିଛି। ଏମିତିକି ଇଣ୍ଟରନେଟ୍ ସ୍ପିଡ୍‌ ଦୃଷ୍ଟିରୁ ଭାରତ ପାକିସ୍ତାନ ଏବଂ ନେପାଳ ଭଳି ଦେଶଠାରୁ ଢ଼େର ପଛରେ ରହିଛି। କୌତୂହଳର ବିଷୟ ହେଉଛି ଚଳିତବର୍ଷ ଅଗଷ୍ଟ ମାସର ରିପୋର୍ଟରେ ଭାରତ ଇଣ୍ଟରନେଟ […]

ନୂଆଦିଲ୍ଲୀ : ଦେଶରେ ୫ଜି ପାଇଁ ପ୍ରସ୍ତୁତି ଚାଲିଛି। ଦୀପାବଳିରେ ସରକାର ୫ଜି ସେବା ଶୁଭାରମ୍ଭ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବର୍ତ୍ତମାନ ଦେଶରେ ଇଣ୍ଟରନେଟ ସ୍ପିଡ୍‌ ବା ବେଗ ଅନ୍ୟ ଦେଶ ତୁଳନାରେ ବହୁତ କମ୍ ରହିଛି। ଏମିତିକି ଇଣ୍ଟରନେଟ୍ ସ୍ପିଡ୍‌ ଦୃଷ୍ଟିରୁ ଭାରତ ପାକିସ୍ତାନ ଏବଂ ନେପାଳ ଭଳି ଦେଶଠାରୁ ଢ଼େର ପଛରେ ରହିଛି। କୌତୂହଳର ବିଷୟ ହେଉଛି ଚଳିତବର୍ଷ ଅଗଷ୍ଟ ମାସର ରିପୋର୍ଟରେ ଭାରତ ଇଣ୍ଟରନେଟ ବେଗ କ୍ଷେତ୍ରରେ ବିଶ୍ୱ ତାଲିକାରେ ୭ ସ୍ଥାନ ତଳକୁ ଖସିଛି। କେବଳ ଇଣ୍ଟରନେଟ୍ ବେଗ ନୁହେଁ ମୋବାଇଲ୍ ଇଣ୍ଟରନେଟ୍ କ୍ଷେତ୍ରରେ ମଧ୍ୟ ଦେଶ ବହୁ ପଛରେ ରହିଛି। ନେଟୱାର୍କ ଇଣ୍ଟେଲିଜେନ୍ସ ଏବଂ କନେକ୍ଟିଭିଟି ଇନ୍‌ସାଇଟ୍ସ ପ୍ରୋଭାଇଡର ଓକଲା ରିପୋର୍ଟ ଅନୁଯାୟୀ ହାରାହାରି ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ପାଇଁ ଭାରତ ବିଶ୍ୱ ମାନ୍ୟତାରେ ୧୧୭ ତମ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଭାରତର ନୂଆ 'ରେସଲିଂ କିଙ୍ଗ୍': ହରିୟାଣାର ଇମଲୋଟା ଗାଁର ସୁଜିତ କଲକଲଙ୍କ କମାଲ

ନେଟୱାର୍କ ଇଣ୍ଟେଲିଜେନ୍ସ ଓ କନେକ୍ଟିଭିଟି ଏବଂ ହାରାହାରି ମୋବାଇଲ୍ ଡାଉନଲୋଡ୍ ସ୍ପିଡ୍ ୧୩.୪୧ ଏମବିପିଏସରୁ ୧୩.୫୨ ଏମବିପିଏସକୁ ବୃଦ୍ଧି ଘଟିଥିବାବେଳେ ଅଗଷ୍ଟରେ ହାରାହାରି ଡାଉନଲୋଡ୍ ସ୍ପିଡ୍ ୪୮.୦୪ ଏମ୍‌ବିପିଏସ୍‌‌ରୁ ୪୮.୨୯ ଏମ୍‌ବିପିଏସ୍‌କୁ ବୃଦ୍ଧି ପାଇଛି। ମୋବାଇଲ୍ ଇଣ୍ଟରନେଟ୍ ବେଗ ବିଷୟରେ କହିବାକୁ ଗଲେ ପାକିସ୍ତାନ ଏବଂ ନେପାଳରେ ସ୍ଥିତି ଭାରତଠାରୁ ବେଶ ଭଲ ରହିଛି। ଉଭୟ ପାକିସ୍ତାନ ଏବଂ ନେପାଳ ମୋବାଇଲ୍ ଇଣ୍ଟରନେଟ୍ ବେଗ କ୍ଷେତ୍ରରେ ଭାରତକୁ ଅତିକ୍ରମ କରିଯାଇଛନ୍ତି। ପାକିସ୍ତାନରେ ଇଣ୍ଟରନେଟ୍ ବେଗ ୧୪.୬୩ ଏମବିପିଏସ୍‌ ରହିଥିବାବେଳେ ନେପାଳରେ ଏହା ୧୫.୦୩ ଏମବିପିଏସ୍‌ ରହିଛି। ଏହାଛଡା ଇରାକରେ ମଧ୍ୟ ଇଣ୍ଟରନେଟ୍ ବେଗ ଭାରତ ତୁଳନାରେ ଢ଼େର ଗୁଣ ଅଧିକ। ଇରାକରେ ବ୍ରଡବ୍ୟାଣ୍ଡ ବେଗ ୪୧.୬୯ ଏମବିପିଏସ୍‌ ରହିଛି।

ଆହୁରି ପଢ଼ନ୍ତୁ: ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ: ଜାଣନ୍ତୁ କେମିତି ଚେକ୍ କରିବେ ରେଜଲ୍ଟ

ପରିତାପର ବିଷୟ ହେଉଛି ଏହି ସମୟରେ ଭାରତରେ ଇଣ୍ଟରନେଟ୍ ବେଗ ମାତ୍ର ୧୪ ଏମବିପିଏସ୍‌ ଯାହା ପାକିସ୍ତାନଠାରୁ ମଧ୍ୟ କମ୍ । ହାରାହାରି ମୋବାଇଲ୍ ଇଣ୍ଟରନେଟ୍‌ ସ୍ପିଡ୍ ପାଇଁ ବିଶ୍ୱ ମାନ୍ୟତାରେ ଜୁଲାଇରେ ଭାରତ ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇଛି। ଜୁନ୍ ମାସରେ ଦେଶ ୧୧୮ ତମ ସ୍ଥାନରେ ରହିଥିଲା। ତେବେ ଦେଶରେ ହାରାହାରି ମୋବାଇଲ୍ ଡାଉନଲୋଡ୍ ସ୍ପିଡ୍ ଗତ ମାସରେ ୧୪ ଏମବିପିଏସରୁ ୧୩ ଏମବିପିଏସ୍‌କୁ ହ୍ରାସ ଘଟିଛି। ଅଗଷ୍ଟରେ ଜାରି ହୋଇଥିବା ସ୍ପିଡେଷ୍ଟ ଗ୍ଲୋବାଲ ଇଣ୍ଡେକ୍ସ ଅନୁଯାୟୀ ଦେଶଗୁଡିକ ମଦ୍ୟରେ ବ୍ରାଜିଲରେ ଏ କ୍ଷେତ୍ରରେ ୧୪ଟି ସ୍ଥାନ ଉପରକୁ ଉଠିଛି। ସାମଗ୍ରିକ ବିଶ୍ୱ ମୋବାଇଲ୍ ଇଣ୍ଟରନେଟ୍‌ ସ୍ପିଡ୍‌ ପାଇଁ ନରୱେ ଶୀର୍ଷ ସ୍ଥାନ ଅଧିକାର କରିଛି। ଅପରପକ୍ଷେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସ୍ପିଡ୍ ପାଇଁ ପାଲେଷ୍ଟାଇନରେ ବେଶ ଉପରକୁ ଉଠି ରେକର୍ଡ କରିଛି। ଏହି ଦେଶ ୨୭ ଟି ସ୍ଥାନ ଉପରକୁ ଉଠିଛି। ବିଶ୍ବରେ ସ୍ଥିର ହାରାହାରି ଇଣ୍ଟରନେଟ୍‌ ବେଗ ପାଇଁ ସିଙ୍ଗାପୁର ତାଲିକାର ଶୀର୍ଷରେ ରହିଛି। ବୃଦ୍ଧି ଥି ଅସ୍ଥିର

ଆହୁରି ପଢ଼ନ୍ତୁ: କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷାରେ ଛିଣ୍ଡିଗଲା ନୀଳଚକ୍ରର ପବିତ୍ର ବାନା

21 Sep 2022 By The Sakala

ଭାରତରେ ଇଣ୍ଟରନେଟ୍‌ ସ୍ପିଡ୍‌ ପାକିସ୍ତାନ, ନେପାଳଠାରୁ କମ୍‌

ନୂଆଦିଲ୍ଲୀ : ଦେଶରେ ୫ଜି ପାଇଁ ପ୍ରସ୍ତୁତି ଚାଲିଛି। ଦୀପାବଳିରେ ସରକାର ୫ଜି ସେବା ଶୁଭାରମ୍ଭ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବର୍ତ୍ତମାନ ଦେଶରେ ଇଣ୍ଟରନେଟ ସ୍ପିଡ୍‌ ବା ବେଗ ଅନ୍ୟ ଦେଶ ତୁଳନାରେ ବହୁତ କମ୍ ରହିଛି। ଏମିତିକି ଇଣ୍ଟରନେଟ୍ ସ୍ପିଡ୍‌ ଦୃଷ୍ଟିରୁ ଭାରତ ପାକିସ୍ତାନ ଏବଂ ନେପାଳ ଭଳି ଦେଶଠାରୁ ଢ଼େର ପଛରେ ରହିଛି। କୌତୂହଳର ବିଷୟ ହେଉଛି ଚଳିତବର୍ଷ ଅଗଷ୍ଟ ମାସର ରିପୋର୍ଟରେ ଭାରତ ଇଣ୍ଟରନେଟ ବେଗ କ୍ଷେତ୍ରରେ ବିଶ୍ୱ ତାଲିକାରେ ୭ ସ୍ଥାନ ତଳକୁ ଖସିଛି। କେବଳ ଇଣ୍ଟରନେଟ୍ ବେଗ ନୁହେଁ ମୋବାଇଲ୍ ଇଣ୍ଟରନେଟ୍ କ୍ଷେତ୍ରରେ ମଧ୍ୟ ଦେଶ ବହୁ ପଛରେ ରହିଛି। ନେଟୱାର୍କ ଇଣ୍ଟେଲିଜେନ୍ସ ଏବଂ କନେକ୍ଟିଭିଟି ଇନ୍‌ସାଇଟ୍ସ ପ୍ରୋଭାଇଡର ଓକଲା ରିପୋର୍ଟ ଅନୁଯାୟୀ ହାରାହାରି ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ପାଇଁ ଭାରତ ବିଶ୍ୱ ମାନ୍ୟତାରେ ୧୧୭ ତମ ସ୍ଥାନରେ ରହିଛି।

ନେଟୱାର୍କ ଇଣ୍ଟେଲିଜେନ୍ସ ଓ କନେକ୍ଟିଭିଟି ଏବଂ ହାରାହାରି ମୋବାଇଲ୍ ଡାଉନଲୋଡ୍ ସ୍ପିଡ୍ ୧୩.୪୧ ଏମବିପିଏସରୁ ୧୩.୫୨ ଏମବିପିଏସକୁ ବୃଦ୍ଧି ଘଟିଥିବାବେଳେ ଅଗଷ୍ଟରେ ହାରାହାରି ଡାଉନଲୋଡ୍ ସ୍ପିଡ୍ ୪୮.୦୪ ଏମ୍‌ବିପିଏସ୍‌‌ରୁ ୪୮.୨୯ ଏମ୍‌ବିପିଏସ୍‌କୁ ବୃଦ୍ଧି ପାଇଛି। ମୋବାଇଲ୍ ଇଣ୍ଟରନେଟ୍ ବେଗ ବିଷୟରେ କହିବାକୁ ଗଲେ ପାକିସ୍ତାନ ଏବଂ ନେପାଳରେ ସ୍ଥିତି ଭାରତଠାରୁ ବେଶ ଭଲ ରହିଛି। ଉଭୟ ପାକିସ୍ତାନ ଏବଂ ନେପାଳ ମୋବାଇଲ୍ ଇଣ୍ଟରନେଟ୍ ବେଗ କ୍ଷେତ୍ରରେ ଭାରତକୁ ଅତିକ୍ରମ କରିଯାଇଛନ୍ତି। ପାକିସ୍ତାନରେ ଇଣ୍ଟରନେଟ୍ ବେଗ ୧୪.୬୩ ଏମବିପିଏସ୍‌ ରହିଥିବାବେଳେ ନେପାଳରେ ଏହା ୧୫.୦୩ ଏମବିପିଏସ୍‌ ରହିଛି। ଏହାଛଡା ଇରାକରେ ମଧ୍ୟ ଇଣ୍ଟରନେଟ୍ ବେଗ ଭାରତ ତୁଳନାରେ ଢ଼େର ଗୁଣ ଅଧିକ। ଇରାକରେ ବ୍ରଡବ୍ୟାଣ୍ଡ ବେଗ ୪୧.୬୯ ଏମବିପିଏସ୍‌ ରହିଛି।

ପରିତାପର ବିଷୟ ହେଉଛି ଏହି ସମୟରେ ଭାରତରେ ଇଣ୍ଟରନେଟ୍ ବେଗ ମାତ୍ର ୧୪ ଏମବିପିଏସ୍‌ ଯାହା ପାକିସ୍ତାନଠାରୁ ମଧ୍ୟ କମ୍ । ହାରାହାରି ମୋବାଇଲ୍ ଇଣ୍ଟରନେଟ୍‌ ସ୍ପିଡ୍ ପାଇଁ ବିଶ୍ୱ ମାନ୍ୟତାରେ ଜୁଲାଇରେ ଭାରତ ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇଛି। ଜୁନ୍ ମାସରେ ଦେଶ ୧୧୮ ତମ ସ୍ଥାନରେ ରହିଥିଲା। ତେବେ ଦେଶରେ ହାରାହାରି ମୋବାଇଲ୍ ଡାଉନଲୋଡ୍ ସ୍ପିଡ୍ ଗତ ମାସରେ ୧୪ ଏମବିପିଏସରୁ ୧୩ ଏମବିପିଏସ୍‌କୁ ହ୍ରାସ ଘଟିଛି। ଅଗଷ୍ଟରେ ଜାରି ହୋଇଥିବା ସ୍ପିଡେଷ୍ଟ ଗ୍ଲୋବାଲ ଇଣ୍ଡେକ୍ସ ଅନୁଯାୟୀ ଦେଶଗୁଡିକ ମଦ୍ୟରେ ବ୍ରାଜିଲରେ ଏ କ୍ଷେତ୍ରରେ ୧୪ଟି ସ୍ଥାନ ଉପରକୁ ଉଠିଛି। ସାମଗ୍ରିକ ବିଶ୍ୱ ମୋବାଇଲ୍ ଇଣ୍ଟରନେଟ୍‌ ସ୍ପିଡ୍‌ ପାଇଁ ନରୱେ ଶୀର୍ଷ ସ୍ଥାନ ଅଧିକାର କରିଛି। ଅପରପକ୍ଷେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସ୍ପିଡ୍ ପାଇଁ ପାଲେଷ୍ଟାଇନରେ ବେଶ ଉପରକୁ ଉଠି ରେକର୍ଡ କରିଛି। ଏହି ଦେଶ ୨୭ ଟି ସ୍ଥାନ ଉପରକୁ ଉଠିଛି। ବିଶ୍ବରେ ସ୍ଥିର ହାରାହାରି ଇଣ୍ଟରନେଟ୍‌ ବେଗ ପାଇଁ ସିଙ୍ଗାପୁର ତାଲିକାର ଶୀର୍ଷରେ ରହିଛି। ବୃଦ୍ଧି ଥି ଅସ୍ଥିର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର