ଋଷିଆରୁ ଶସ୍ତା ଦରରେ ବିପୁଳ ପରିମାଣର ତେଲ କିଣି ଆମେରିକାକୁ ବିକୁଛି ଭାରତ

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଅଶୋଧିତ ତୈଳ ଦର ଢ଼େର ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଋଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇଛି ଆମେରିକା। ହେଲେ ଦେଶର ତୈଳ ଯୋଗାଣକୁ ଜାରି ରଖିବା ପାଇଁ ଏବେ ଭାରତ ମୁହାଁ ହୋଇଛି ଆମେରିକା। ମିଳିଥିବା ସୂଚନା ଅନୁସାରେ ବୈଶ୍ୱିକ ତୈଳ ବ୍ୟବସାୟୀ ଭିଟୋଲ ଓ ଟ୍ରାଫିଗୁରା ଭାରତୀୟ ରିଫାଇନାରୀ ନାୟେରା ଏନର୍ଜୀରୁ ଗୋଟିଏ ଗୋଟିଏ କାର୍ଗୋ ଭ୍ୟାକୁମ ଗ୍ୟାସ୍ ଅଏଲ (ଭିଜିଓ) କ୍ରୟ କରିଛନ୍ତି। ଭିଜିଓ ଏକ […]

ନୂଆଦିଲ୍ଲୀ(ଏଜେନ୍ସି): ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଅଶୋଧିତ ତୈଳ ଦର ଢ଼େର ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଋଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇଛି ଆମେରିକା। ହେଲେ ଦେଶର ତୈଳ ଯୋଗାଣକୁ ଜାରି ରଖିବା ପାଇଁ ଏବେ ଭାରତ ମୁହାଁ ହୋଇଛି ଆମେରିକା। ମିଳିଥିବା ସୂଚନା ଅନୁସାରେ ବୈଶ୍ୱିକ ତୈଳ ବ୍ୟବସାୟୀ ଭିଟୋଲ ଓ ଟ୍ରାଫିଗୁରା ଭାରତୀୟ ରିଫାଇନାରୀ ନାୟେରା ଏନର୍ଜୀରୁ ଗୋଟିଏ ଗୋଟିଏ କାର୍ଗୋ ଭ୍ୟାକୁମ ଗ୍ୟାସ୍ ଅଏଲ (ଭିଜିଓ) କ୍ରୟ କରିଛନ୍ତି। ଭିଜିଓ ଏକ ପ୍ରକାରର ଅଶୋଧିତ ତୈଳ ଯେଉଁଥିରୁ ଗ୍ୟାସୋଲିନ ଓ ଡିଜେଲ ପ୍ରସ୍ତୁତ ହୋଇଥାଏ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ସୂତ୍ର ଅନୁସାରେ ଡିସେମ୍ବରରେ ଏହି କାର୍ଗୋ ଭାରତର ଭାଦିନାର ବନ୍ଦରରୁ ଆମେରିକା ଅଥବା ଇୟୁରୋପ ଯାଇପାରେ। ଏହା ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜାମନଗର ପୋର୍ଟରୁ ଅନୁନ୍ୟ ୮୦ ହଜାର ଟନ ଭିଜିଓ କିଣାଯାଇଥିଲା। ଏହି ସିପ୍‌ମେଣ୍ଟ ଅକ୍ଟୋବର ଶେଷ ଅଥବା ନଭେମ୍ବର ପ୍ରାରମ୍ଭରେ ଆମେରିକା ପହଞ୍ଚିଥିବ। ଗତବର୍ଷ ତୁଳନାରେ ଚଳିତବର୍ଷ ଆମେରିକାକୁ ଭାରତ ଅଧିକ ମାତ୍ରାରେ ଭାକ୍ୟୁମ ଗ୍ୟାସ୍ ଅଏଲ ଯୋଗାଉଛି। ଗତବର୍ଷ ଭାରତରୁ ଆମେରିକା ଥରଟିଏ ଭିଜିଓ କିଣିଥିଲା। ହେଲେ ଚଳିତବର୍ଷ ଏହି ଚିତ୍ର ଭିନ୍ନ। ଏଣୁ ଆମେରିକା ଅନେକବାର ଭିଜିଓ ଆମଦାନୀ କରିସାରିଲାଣି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ୟୁକ୍ରେନ ଯୁଦ୍ଧ ପୂର୍ବରୁ ଆମେରିକା ସବୁଠୁ ଅଧିକ ଭିଜିଓ ଋଷିଆରୁ ଆମଦାନୀ କରୁଥିଲା। ତେବେ ୟୁକ୍ରେନ ସହ ଯୁଦ୍ଧ ଯୋଗୁ ଋଷିଆ ଉପରେ ଅନେକ କଟକଣା ଲଗାଇ ଦିଆଯାଇଛି। ଆମେରିକା ଓ କାନାଡା ଋଷିୟ ତୈଳ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇ ଦେଇଛନ୍ତି। ଏଥିରେ ଇୟୁରୋପୀ ସଂଘ ମଧ୍ୟ ୫ଡିସେମ୍ବର ଓ ୫ ଫେବୃଆରୀରୁ ଋଷୀୟ ତୈଳ ଉପରେ କଟକଣା ଲାଗୁ କରିବାକୁ ଯାଉଛି। ତେବେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ତୈଳ କ୍ରୟ କରୁଥିବା ଦେଶ। ତେବେ ଆମେରିକା ସମେତ ପଶ୍ଚିମ ଦେଶମାନେ ଋଷିଆ ଉପରେ କଟକଣା ଜାରି କରିଥିବାରୁ ଭାରତ ଏବେ ଋଷିଆରୁ ବିପୁଳ ପରିମାଣରେ ଶସ୍ତା ଦରରେ ଅଶୋଧିତ ତୈଳ ଆମଦାନୀ କରୁଛି। ଭାରତ ଏହି ଅଶୋଧିତ ତୈଳକୁ ଦେଶରେ ବିଶୋଧିତ କରି ପାଶ୍ଚାତ୍ୟ ଦେଶଙ୍କୁ ମହଙ୍ଗା ଦରରେ ବିକ୍ରି କରୁଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

12 Nov 2022 By The Sakala

ଋଷିଆରୁ ଶସ୍ତା ଦରରେ ବିପୁଳ ପରିମାଣର ତେଲ କିଣି ଆମେରିକାକୁ ବିକୁଛି ଭାରତ

ନୂଆଦିଲ୍ଲୀ(ଏଜେନ୍ସି): ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଅଶୋଧିତ ତୈଳ ଦର ଢ଼େର ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଋଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇଛି ଆମେରିକା। ହେଲେ ଦେଶର ତୈଳ ଯୋଗାଣକୁ ଜାରି ରଖିବା ପାଇଁ ଏବେ ଭାରତ ମୁହାଁ ହୋଇଛି ଆମେରିକା। ମିଳିଥିବା ସୂଚନା ଅନୁସାରେ ବୈଶ୍ୱିକ ତୈଳ ବ୍ୟବସାୟୀ ଭିଟୋଲ ଓ ଟ୍ରାଫିଗୁରା ଭାରତୀୟ ରିଫାଇନାରୀ ନାୟେରା ଏନର୍ଜୀରୁ ଗୋଟିଏ ଗୋଟିଏ କାର୍ଗୋ ଭ୍ୟାକୁମ ଗ୍ୟାସ୍ ଅଏଲ (ଭିଜିଓ) କ୍ରୟ କରିଛନ୍ତି। ଭିଜିଓ ଏକ ପ୍ରକାରର ଅଶୋଧିତ ତୈଳ ଯେଉଁଥିରୁ ଗ୍ୟାସୋଲିନ ଓ ଡିଜେଲ ପ୍ରସ୍ତୁତ ହୋଇଥାଏ।

ସୂତ୍ର ଅନୁସାରେ ଡିସେମ୍ବରରେ ଏହି କାର୍ଗୋ ଭାରତର ଭାଦିନାର ବନ୍ଦରରୁ ଆମେରିକା ଅଥବା ଇୟୁରୋପ ଯାଇପାରେ। ଏହା ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜାମନଗର ପୋର୍ଟରୁ ଅନୁନ୍ୟ ୮୦ ହଜାର ଟନ ଭିଜିଓ କିଣାଯାଇଥିଲା। ଏହି ସିପ୍‌ମେଣ୍ଟ ଅକ୍ଟୋବର ଶେଷ ଅଥବା ନଭେମ୍ବର ପ୍ରାରମ୍ଭରେ ଆମେରିକା ପହଞ୍ଚିଥିବ। ଗତବର୍ଷ ତୁଳନାରେ ଚଳିତବର୍ଷ ଆମେରିକାକୁ ଭାରତ ଅଧିକ ମାତ୍ରାରେ ଭାକ୍ୟୁମ ଗ୍ୟାସ୍ ଅଏଲ ଯୋଗାଉଛି। ଗତବର୍ଷ ଭାରତରୁ ଆମେରିକା ଥରଟିଏ ଭିଜିଓ କିଣିଥିଲା। ହେଲେ ଚଳିତବର୍ଷ ଏହି ଚିତ୍ର ଭିନ୍ନ। ଏଣୁ ଆମେରିକା ଅନେକବାର ଭିଜିଓ ଆମଦାନୀ କରିସାରିଲାଣି।

ୟୁକ୍ରେନ ଯୁଦ୍ଧ ପୂର୍ବରୁ ଆମେରିକା ସବୁଠୁ ଅଧିକ ଭିଜିଓ ଋଷିଆରୁ ଆମଦାନୀ କରୁଥିଲା। ତେବେ ୟୁକ୍ରେନ ସହ ଯୁଦ୍ଧ ଯୋଗୁ ଋଷିଆ ଉପରେ ଅନେକ କଟକଣା ଲଗାଇ ଦିଆଯାଇଛି। ଆମେରିକା ଓ କାନାଡା ଋଷିୟ ତୈଳ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇ ଦେଇଛନ୍ତି। ଏଥିରେ ଇୟୁରୋପୀ ସଂଘ ମଧ୍ୟ ୫ଡିସେମ୍ବର ଓ ୫ ଫେବୃଆରୀରୁ ଋଷୀୟ ତୈଳ ଉପରେ କଟକଣା ଲାଗୁ କରିବାକୁ ଯାଉଛି। ତେବେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ତୈଳ କ୍ରୟ କରୁଥିବା ଦେଶ। ତେବେ ଆମେରିକା ସମେତ ପଶ୍ଚିମ ଦେଶମାନେ ଋଷିଆ ଉପରେ କଟକଣା ଜାରି କରିଥିବାରୁ ଭାରତ ଏବେ ଋଷିଆରୁ ବିପୁଳ ପରିମାଣରେ ଶସ୍ତା ଦରରେ ଅଶୋଧିତ ତୈଳ ଆମଦାନୀ କରୁଛି। ଭାରତ ଏହି ଅଶୋଧିତ ତୈଳକୁ ଦେଶରେ ବିଶୋଧିତ କରି ପାଶ୍ଚାତ୍ୟ ଦେଶଙ୍କୁ ମହଙ୍ଗା ଦରରେ ବିକ୍ରି କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର