ସାରା ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରଭାବ, କଲବଲ କରିବ ଘନ କୁହୁଡ଼ି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟକୁ ଧୀରେ ଧୀରେ ଶୀତର ଲେଉଟାଣି ହେଉଛି। କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ଯାହାର ପରିଣାମ ସ୍ୱରୂପ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ପାରଦ ୧୦ ଡିଗ୍ରୀ ନିକଟତର ହେଉଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହ ତାପମାତ୍ରା ଆହୁରି ହ୍ରାସ ହେବ ଫଳରେ ଶୀତ ବଢ଼ିବ। ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଏଥିସହିତ ରାଜ୍ୟକୁ ଉତ୍ତର […]

ଭୁବନେଶ୍ୱର: ରାଜ୍ୟକୁ ଧୀରେ ଧୀରେ ଶୀତର ଲେଉଟାଣି ହେଉଛି। କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ଯାହାର ପରିଣାମ ସ୍ୱରୂପ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ପାରଦ ୧୦ ଡିଗ୍ରୀ ନିକଟତର ହେଉଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହ ତାପମାତ୍ରା ଆହୁରି ହ୍ରାସ ହେବ ଫଳରେ ଶୀତ ବଢ଼ିବ। ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଏଥିସହିତ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବ। ଫଳରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାଫଳରେ ସାରା ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇବ। ଆଜିଠାରୁ ତାପମାତ୍ରା ହ୍ରାସ ହୋଇଥିବା ଯୋଗୁଁ ନୂଆ ବର୍ଷ ରାତିରେ ଏହାର ପ୍ରଭାବ ଅନୁଭୂତ ହେବା ସହ ଶୀତ ଆହୁରି ବଢ଼ିବ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଏଥିସହ କିଛି କିଛି ସ୍ଥାନରେ ଘନ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ମଙ୍ଗଳବାର ସକାଳ ସୁଦ୍ଧା ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଘନ କୁହୁଡ଼ି ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୁହୁଡ଼ି ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର