ପୂର୍ବାପେକ୍ଷା କଠିନ ପରିଶ୍ରମ କରିବାକୁ ଏଲନ୍‌ ମସ୍କଙ୍କ ଚେତାବନୀ ପରେ ଟ୍ୱିଟରରୁ ଇସ୍ତଫା ଦେଲେ ଶତାଧିକ କର୍ମଚାରୀ

The Sakala Picture
Published On

ସାନଫ୍ରାନସିସ୍କୋ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଅଧିଗ୍ରହଣ ପରେ ଏହାର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ବିବାଦ ଯେତିକି ବଢ଼ୁଛି ପ୍ରତିଦିନ ସେତିକି ନୂଆ ନୂଆ ଖବର ଆସୁଛି। ଟ୍ୱିଟରକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ଏଲନ୍‌ ମସ୍କଙ୍କ କଠୋର ଚେତାବନୀ ପରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମେ କେତେକ କର୍ମଚାରୀଙ୍କୁ ଛଟେଇ କରିବା କରିବା ପରେ ଏଲନ୍‌ ମସ୍କ ଅଧିକ କଡ଼ା […]

ସାନଫ୍ରାନସିସ୍କୋ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଅଧିଗ୍ରହଣ ପରେ ଏହାର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ବିବାଦ ଯେତିକି ବଢ଼ୁଛି ପ୍ରତିଦିନ ସେତିକି ନୂଆ ନୂଆ ଖବର ଆସୁଛି। ଟ୍ୱିଟରକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ଏଲନ୍‌ ମସ୍କଙ୍କ କଠୋର ଚେତାବନୀ ପରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମେ କେତେକ କର୍ମଚାରୀଙ୍କୁ ଛଟେଇ କରିବା କରିବା ପରେ ଏଲନ୍‌ ମସ୍କ ଅଧିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅତ୍ୟଧିକ କାର୍ଯ୍ୟଚାପ ପକେଇବା ଏବଂ ଡେଡ୍‌ ଲାଇନ୍‌ ଚେତାବନ ପରେ ଶତାଧିକ କର୍ମଚାରୀ ଏଥିରେ ଅତିଷ୍ଟ ହୋଇ ଚାକିରି ଛାଡ଼ିଦେଇଛନ୍ତି। ଏହା ଫଳରେ ଟ୍ୱିଟର ବିଭିନ୍ନ କାର୍ଯ୍ୟାଳୟରେ ତାଲା ପଡିବା ପରିସ୍ଥିତି ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସୂଚନା ଅନୁସାରେ, ଗତ ବୁଧବାର ଦିନ ଟ୍ୱିଟରର ମାଲିକ ଏଲନ ମସ୍କ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ କି କମ୍ପାନୀର କଠିନ କାମକୁ ଆପଣାଇ ନିଅନ୍ତୁ ନଚେତ କମ୍ପାନୀରୁ ଇସ୍ତଫା ଦେଇଦିଅନ୍ତୁ । ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଏକ ମେଲ ଜରିଆରେ କମ୍ପାନୀରେ ରହିବା କିମ୍ବା ନ ରହିବା ପାଇଁ ଗୁରୁବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଯେଉଁ କର୍ମଚାରୀମାନେ ଟ୍ୱିଟର ସହିତ ରହିବାକୁ ଚାହୁଁଛନ୍ତି ସେମାନେ ହଁ କିମ୍ବା ନାହିଁ କହିବେ। ପଠାଇଥିବା ଇ-ମେଲରେ କର୍ମଚାରୀଙ୍କୁ ଏକ ସଫଳ ଟ୍ୱିଟର ୨.୦ ଲାଗି କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଉଲ୍ଲେଖ କରାଯାଇଛି। ଟ୍ୱିଟରକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ମସ୍କ ମେଲ୍‌ରେ ଉଲ୍ଲେଖ କରିଛନ୍ତି। ମସ୍କଙ୍କ ଏଭଳି ଆହ୍ୱାନ ପରେ ଏବେ କମ୍ପାନୀରୁ ହଜାର ହଜାର କର୍ମଚାରୀ ଇସ୍ତଫା ଦେବାରେ ଲାଗିଛନ୍ତି । ମସ୍କଙ୍କ ବିକଳ୍ପ ଓ କର୍ମଚାରୀଙ୍କ ବଡଧରଣର ଇସ୍ତଫା ଫଳରେ ଏବେ ଟ୍ୱିଟର ପାଇଁ ଅଡୁଆ ବଢିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବିଲିୟେନୟର ଉଦ୍ୟୋଗପତି ଏଲନ୍‌ ମସ୍କ ଅକ୍ଟୋବର ଶେଷ ସପ୍ତାହରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣି ନେଇଥିଲେ। ଟ୍ୱିଟର ଅଧିଗ୍ରହଣ ପରେ ମସ୍କ ଅଧିକାଂଶ କର୍ମଚାରୀଙ୍କୁ କମ୍ପାନୀରୁ ବାହାର ରାସ୍ତା ଦେଖାଇ ସାରିଲେଣି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର