ହକି ବିଶ୍ବକପ ୨୦୨୩ କାଉଣ୍ଟଡାଉନ୍ ଆରମ୍ଭ : ଶେଷ ହେଲା ଡ୍ର ସେରେମନି, ପୁଲ୍ ‘D’ରେ ଭାରତ

The Sakala Picture
Published On

ଭୁବନେଶ୍ୱର: ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବାଜିଲା ବିଗୁଲ୍। ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ ପୁଲ୍ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ। ପୁଲ୍-ଡିରେ ଭାରତ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି। ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ […]

ଭୁବନେଶ୍ୱର: ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବାଜିଲା ବିଗୁଲ୍। ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ ପୁଲ୍ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ। ପୁଲ୍-ଡିରେ ଭାରତ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି। ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସେହିଭଳି ପୁଲ୍-ଏରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପୁଲ୍-ବିରେ ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି। ଏବଂ ପୁଲ୍-ସିରେ ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ FIH କାର୍ଯ୍ୟକାରୀ ସଭାପତି ସୈଫ୍ ଅହମ୍ମଦ, କି ଇଣ୍ଡିଆ ସଦସ୍ୟ ଜାଫର ଇକବାଲ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଭୃତି ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ହକି ବିଶ୍ୱକପ କରି ରୋଲ ମଡେଲ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ହକି ଇଣ୍ଡିଆ ସଦସ୍ୟ ଜାଫର ଇକବାଲଙ୍କ ଉଦବୋଧନ ଦେଇ କହିଛନ୍ତି, ହକି ପ୍ରେମୀଙ୍କ ପାଇଁ ଆଜି ଏକ ବଡ଼ ଦିନ। ୨ୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରୁଛି ଓଡିଶା, ଯାହା ଗର୍ବର ବିଷୟ। ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ହକି ଇଣ୍ଡିଆ ସିଓଏ ଡକ୍ଟର ଏସ. ୱାଇ କ୍ୟୁରେସୀ ମଧ୍ୟ ନିଜ ଉଦବୋଧନରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ସେ କହିଛନ୍ତି ଯେ ଭାରତୀୟ ହକିକୁ ନୂଆ ରୂପ ଦେବାରେ ଓଡିଶାର ଉଦ୍ୟମ ପ୍ରଶଂସନୀୟ। ଏହା ବ୍ୟତୀତ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ହକି ଆୟୋଜନ କରି ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଓଡିଶାର ୨ଟି ସ୍ଥାନରେ ବିଶ୍ୱକପ ଖେଳାଯିବାକୁ ଥିବାରୁ ଏହା ଗର୍ବର ବିଷୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର