ଓଡ଼ିଶାରେ ନୁହେଁ ସାରା ଭାରତରେ ବ୍ୟାପିବାକୁ ଯାଉଛି ‘ଦମନ’ କ୍ରେଜ: ରିଲିଜ ହେଲା ଓଡ଼ିଆ ସିନେମା ‘ଦମନ’ର ହିନ୍ଦୀ ଡବିଂ ଟ୍ରେଲର….

The Sakala Picture
Published On

ଭୁବନେଶ୍ବର: ଓଡିଆ ସିନେ ଜଗତ ପାଇଁ ଖୁସି ଖବର। ମ୍ୟାଲେରିଆ ନିରାକରଣ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ ହିନ୍ଦୀରେ ରିଲିଜ ହେବାକୁ ଯାଉଛି। ଚକଲେଟ୍ ହିରୋ ବାବୁସାନଙ୍କ ଅଭିନତ ଭିନ୍ନ ଓ ନୂତନ ଧରଣର କାହାଣୀ ଓଡ଼ିଆ ସନେ ଜଗତକୁ ଏକ ନୂଆ ଦିଗକୁ ନେଇଛି। ଆଉ ଏହି ମୁଭିର କ୍ରେଜ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ବ୍ୟାପିବାକୁ ଯାଉଛି। ଏହାର ହିନ୍ଦୀ ଡବିଂ ପାନୋରମା ଷ୍ଟୁଡିଓ ସହଭାଗିତାରେ ହୋଇଛି। ପାନୋରମା ଷ୍ଟୁଡିଓ ନିଜ ୟୁଟ୍ଯୁବ […]

ଭୁବନେଶ୍ବର: ଓଡିଆ ସିନେ ଜଗତ ପାଇଁ ଖୁସି ଖବର। ମ୍ୟାଲେରିଆ ନିରାକରଣ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ ହିନ୍ଦୀରେ ରିଲିଜ ହେବାକୁ ଯାଉଛି। ଚକଲେଟ୍ ହିରୋ ବାବୁସାନଙ୍କ ଅଭିନତ ଭିନ୍ନ ଓ ନୂତନ ଧରଣର କାହାଣୀ ଓଡ଼ିଆ ସନେ ଜଗତକୁ ଏକ ନୂଆ ଦିଗକୁ ନେଇଛି। ଆଉ ଏହି ମୁଭିର କ୍ରେଜ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ବ୍ୟାପିବାକୁ ଯାଉଛି। ଏହାର ହିନ୍ଦୀ ଡବିଂ ପାନୋରମା ଷ୍ଟୁଡିଓ ସହଭାଗିତାରେ ହୋଇଛି। ପାନୋରମା ଷ୍ଟୁଡିଓ ନିଜ ୟୁଟ୍ଯୁବ ଚ୍ୟାନେଲରେ ହିନ୍ଦୀ ଡବିଂର ଟେଲର ରିଲିଜ କରିଛି। ଏହାର ପ୍ରଜୋଜକ ଭାର କୁମାର ମଙ୍ଗିତ ପାଠକ ଓ ଅଭିଶେକ ପାଠକ ନେଇଥିବା ବେଳେ ଦିପେନ୍ଦ୍ର ସାମଲ ମଧ୍ୟ ସାମିଲ ଅଛନ୍ତି। ଏହି କାହାଣୀର ଲେଖକ ଓ ନିର୍ଦ୍ଦେଶକ ରହିଛନ୍ତି ବିଶାଲ ମୋରୟା ଓ ଦେବୀ ପ୍ରସାଦ ଲେଙ୍କା । ଏହି ହିନ୍ଦୀ ଡବିଂ ‘ଦମନ’ ଚଳଚ୍ଚିତ୍ର ଫେବୃଆରୀ ୩ରେ ହଲରେ ରିଲିଜ ହେବ ବୋଲି ଟ୍ରେଲରରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏହି ଫିଲ୍ମକୁ ଆକ୍ସନ ହିରୋ ଅଜୟ ଦେବଗନଙ୍କ ପ୍ରଂଶସା କରିଛନ୍ତି । ଟ୍ବିଟ କରି ଲେଖିଛନ୍ତି ଯେ, ଜବ ବଢେଗା ଏକ କଦମ ବଦଲାବ କି ତରଫ ତବ ବନେଗି ନୟି ମିଶାଲ୍ । ଟ୍ବିଟ କରି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅପିଲ୍ କରିଛନ୍ତି ଅଜୟ। କେବଳ ସିଙ୍ଘମ ନୁହେଁ ଦମନର ପ୍ରଶଂସା କରିଛନ୍ତି ବିଦ୍ୟୁତ ଜମ୍ବାଲ । ବିଦ୍ୟୁତ ଟ୍ବିଟ କରି କହିଛନ୍ତି ଉମିଦ କି ବେମିସାଲ କାହାନୀ । ଏକ ଆଶା ଭିତରେ ଶାନଦାର କାହାଣୀକୁ ନେଇ ଆଧାରିତ ‘ଦମନ’ ଦେଖିବାକୁ ଦର୍ଶକଙ୍କୁ ଅପିଲ୍ କରିଛନ୍ତି ବିଦ୍ୟୁତ୍ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ପୂର୍ବରୁ ଜଣାଶୁଣା ସିନେ ସମୀକ୍ଷକ କେ ଆର କେ ଏହି ଫିଲ୍ମକୁ ନେଇ ଏକ ଭିଡିଓ ଶେଆର କରିଥିଲେ। ଯେଉଁଥିରେ ସେ ଏହି ଫିଲ୍ମକୁ ନେଇ ସମୀକ୍ଷା କରିଥିଲେ। ସେ କହିଥିଲେ ଯେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ବଡ଼ ଆଟାକ୍। ଆଉ ଯେଉଁ ଦିନ ଏହି ଫିଲ୍ମ ହିନ୍ଦି ଭାଷାରେ ପରଦାରେ ଲାଗିବ ଅତି କମରେ ୫ ସପ୍ତାହ ପର୍ଯ୍ୟନ୍ତ ଧମାଲ କରିବ । ଫିଲ୍ମଟିକୁ ସେ ୪.୫ ଷ୍ଟାର ରେଟିଂ ଦବା ସହ ଏହା ୩୦୦ କୋଟି ଆୟ କରିବ ବୋଲି କହିଛନ୍ତି।

ତେବେ ଯଦି ଫିଲ୍ମ ବିଷୟରେ କହିବା ତେବେ ନିଛକ ଓଡ଼ିଆ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମ ଓଡ଼ିଶାର କୋଟି କୋଟି ଦର୍ଶକଙ୍କ ମନକୁ ଛୁଇଁଛି । ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଆଉଜଣେ ସେବିକା। ବାସ କେବଳ ଦୁଇ ତିନି ଜଣ କ୍ୟାରେକ୍ଟର ଲୋକଙ୍କୁ କେମିତି ବାନ୍ଧି ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି। ବିଶେଷ କରି ବାବୁସାନ ମହାନ୍ତିଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଯୋସ ଭରିଛି । ‘ଦମନ’ର ଏହି ସଫଳତା ଦିଗହରା ଓଲିଉଡକୁ ଏକ ନୂଆ ଦିଗ ଦେଖାଇଛି। ଓଡ଼ିଆ ଫିଲ୍ମ ଦମନ ହିନ୍ଦୀରେ ଡବିଂ ହେବା ନିଶ୍ଚିତ ଭାବେ ଓଡ଼ିଆ ସିନେ ଜଗତକୁ ଆଉ ପାଦେ ଆଗକୁ ନେଇଯାଇଛି ବୋଲି କହି ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର