ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରଭାବ: ମାସକରେ ଆଦାନୀଙ୍କ କ୍ଷତି ୭.୨୮ ଲକ୍ଷ କୋଟି

The Sakala Picture
Published On

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିପୋର୍ଟର ପ୍ରଭାବ ଶିଳ୍ପପତି ଗୌତମ ଆଦାନୀଙ୍କୁ ବେଶ ଭାରି ପହିଛି। ଫଳରେ ତାଙ୍କର ସମ୍ପତ୍ତି କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି। ଏକଦା ବିଶ୍ବର ୩ ନମ୍ବର ଧନୀ ଥିବା ଆଦାନୀ ଏବେତାଲିକାରେ ୨୫ ନମ୍ବର ସ୍ଥାନକୁ ଖସିଆସିଛନ୍ତି। ଏପରିକି ମାତ୍ର ମାସକ ମଧ୍ୟରେ ହିଁ ଆଦାନୀଙ୍କ ସମ୍ପତ୍ତି ପରିମାଣରେ ବଡ ଧରଣର ହ୍ରାସ ହୋଇଛି। ବ୍ଲୁମ୍‌ବର୍ଗ ବିଲିନୟେର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୪୯.୧ ବିଲିୟନ […]

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିପୋର୍ଟର ପ୍ରଭାବ ଶିଳ୍ପପତି ଗୌତମ ଆଦାନୀଙ୍କୁ ବେଶ ଭାରି ପହିଛି। ଫଳରେ ତାଙ୍କର ସମ୍ପତ୍ତି କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି। ଏକଦା ବିଶ୍ବର ୩ ନମ୍ବର ଧନୀ ଥିବା ଆଦାନୀ ଏବେତାଲିକାରେ ୨୫ ନମ୍ବର ସ୍ଥାନକୁ ଖସିଆସିଛନ୍ତି। ଏପରିକି ମାତ୍ର ମାସକ ମଧ୍ୟରେ ହିଁ ଆଦାନୀଙ୍କ ସମ୍ପତ୍ତି ପରିମାଣରେ ବଡ ଧରଣର ହ୍ରାସ ହୋଇଛି। ବ୍ଲୁମ୍‌ବର୍ଗ ବିଲିନୟେର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୪୯.୧ ବିଲିୟନ ଡଲାର (୪ ଲକ୍ଷ ୫ ହଜାର କୋଟି ଟଙ୍କା)ରେ ହିଁ ସୀମିତ ରହିଯାଇଛି। ସୂଚନା ଯୋଗ୍ୟ ଯେ, ମାତ୍ର ମାସକ ପୂର୍ବରୁ ଆଦାନୀ ବିଶ୍ବର ୩ ନମ୍ବର ଧନୀ ଥିଲେ। କିନ୍ତୁ ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗର ଏକ ରିପୋର୍ଟ ଆଦାନୀଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟକୁ ରସାତଳ କରିଦେଇଛି । ଗୋଟିଏ ମାସ ପୂର୍ବରୁ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୧୨୦ ବିଲିୟନ ଡଲାର ରହିଥିବାବେଳେ ଏବେ ତାହା ୫୦ ବିଲିୟନ୍‌ ଡଲାର ଅର୍ଥାତ୍‌ ମାତ୍ର ୪୯.୧ ବିଲିୟନ ଡଲାର ରହିଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ହିଣ୍ଡେନବର୍ଗ ରିପୋର୍ଟ କେବଳ ଆଦାନୀ ଗ୍ରୁପ୍‌ ନୁହେଁ ପୂରା ଭାରତୀୟ ସେୟାର ବଜାରକୁ ଦୋହଲାଇ ଦେଇଛି। ଆଦାନୀ ଗ୍ରୁପର ଯେତେ ବି କମ୍ପାନୀ ସେୟାର ବଜାରରେ ପଞ୍ଜିକୃତ ହୋଇଛନ୍ତି ସେଗୁଡିକର ସେୟାର ମୂଲ୍ୟ ୫୦%ରୁ ବି ଅଧିକ ହ୍ରାସ ପାଇଛି , ଯାହାକି ଇତିହାସରେ ବିରଳ ଘଟଣା। ଆଦାନୀ ଗ୍ରୁପ୍‌ର ୭ଟି ପ୍ରମୁଖ ସେୟାର ମୂଲ୍ୟ ପାଖାପାଖି ୧୨୦ ବିଲିୟନ ଡଲାର (୭ ଲକ୍ଷ ୨୮ ହଜାର କୋଟି ଟଙ୍କା) ହ୍ରାସ ପାଇଛି। ଅପରପକ୍ଷେ ଆଦାନୀ ଗ୍ରୁପ୍‌ ପକ୍ଷରୁ ବାରମ୍ବାର ହିଣ୍ଡେନବର୍ଗ ରିପୋର୍ଟକୁ ଖଣ୍ଡନ କରାଯାଉଛି। ଅନ୍ୟପଟରେ ନିବେଶକମାନେ ବି ଆଦାନୀଙ୍କ ସଫେଇକୁ ବିଶ୍ବାସ କରିବାକୁ ପ୍ରସ୍ତୁତ ନାହଁାନ୍ତି। ଅର୍ଥାତ୍ ସିଧାସଳଖ କହିବାକୁ ଗଲେ, ଆଦାନୀ ଗ୍ରୁପ୍‌ର କୌଣସି ସେୟାରରେ ନିବେଶ କରିବାକୁ ଆଗ ଭଳି ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି ନିବେଶକ। ଯାହାଫଳରେ ସେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଗୌତମ ଆଦାନୀଙ୍କ ସମ୍ପତ୍ତି ଉପରେ ପଡିଛି। ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତି ପରିମାଣ ୭୧ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୫ ଲକ୍ଷ ୮୭ ହଜାର କୋଟି ଟଙ୍କା) ହ୍ରାସ ପାଇଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର