ଜୁଲାଇରୁ ବଢ଼ିପାରେ ପିପିଏଫ୍‌, ସୁକନ୍ୟା ଯୋଜନା ସୁଧହାର

The Sakala Picture
Published On

ନୂଆଦିଲ୍ଲୀ : ଆଗକୁ ପୁଞ୍ଜି ବିନିଯୋଗରେ ନିବେଶକାରୀଙ୍କୁ ଅଧିକ ରିଟର୍ଣ୍ଣ ମିଳିବ। କାରଣ ଜୁଲାଇ ପହିଲାରୁ ପିପିଏଫ୍ ଏବଂ ସୁକନ୍ୟା ସମୃଦ୍ଧି ଭଳି ଯୋଜନାର ସୁଧହାର ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆରବିଆଇ ରେପୋ ହାରକୁ ୯୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ପରେ ଦେଶର ଅଧିକାଂଶ ବ୍ୟାଙ୍କ ସେମାନଙ୍କର ସ୍ଥାୟୀ ଜମା ବା ଏଫଡି ଯୋଜନା ଉପରେ ସୁଧ ବୃଦ୍ଧି କରିଛନ୍ତି। ଏଭଳି ପରିସ୍ଥିତିରେ ପବ୍ଲିକ୍‌ ପ୍ରୋଭିଡେଣ୍ଡ୍‌ ଫଣ୍ଡ୍‌(ପିପିଏଫ୍),ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା […]

ନୂଆଦିଲ୍ଲୀ : ଆଗକୁ ପୁଞ୍ଜି ବିନିଯୋଗରେ ନିବେଶକାରୀଙ୍କୁ ଅଧିକ ରିଟର୍ଣ୍ଣ ମିଳିବ। କାରଣ ଜୁଲାଇ ପହିଲାରୁ ପିପିଏଫ୍ ଏବଂ ସୁକନ୍ୟା ସମୃଦ୍ଧି ଭଳି ଯୋଜନାର ସୁଧହାର ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆରବିଆଇ ରେପୋ ହାରକୁ ୯୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ପରେ ଦେଶର ଅଧିକାଂଶ ବ୍ୟାଙ୍କ ସେମାନଙ୍କର ସ୍ଥାୟୀ ଜମା ବା ଏଫଡି ଯୋଜନା ଉପରେ ସୁଧ ବୃଦ୍ଧି କରିଛନ୍ତି। ଏଭଳି ପରିସ୍ଥିତିରେ ପବ୍ଲିକ୍‌ ପ୍ରୋଭିଡେଣ୍ଡ୍‌ ଫଣ୍ଡ୍‌(ପିପିଏଫ୍),ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଡାକଘର କ୍ଷୁଦ୍ର ସଞ୍ଚୟ ଯୋଜନାରେ ଉପଲବ୍ଧ ସୁଧ ହାରରେ ବୃଦ୍ଧି ପାଇପାରେ। ଡାକ ଘର ସ୍ବଳ୍ପ ସଞ୍ଚୟ ଯୋଜନା ଉପରେ ଜୁନ୍ ୩୦ରେ ନୂତନ ସୁଧ ହାର ଘୋଷଣା କରାଯାଇପାରେ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଏ ସମ୍ପର୍କରେ ବ୍ୟକ୍ତିଗତ ଫାଇନାନ୍ସ ଏକ୍ସପର୍ଟ ଏବଂ ଅପ୍ଟିମା ମନି ମ୍ୟାନେଜର୍ସର ପ୍ରତିଷ୍ଠାତା ତଥା ସିଇଓ ପଙ୍କଜ ମଠପାଲ୍‌ କହିଛନ୍ତି ଯେ, ସ୍ବଳ୍ପ ସଞ୍ଚୟ ସ୍କିମର ସୁଧ ହାର ସରକାରୀ ବଣ୍ଡରୁ ମିଳୁଥିବା ଆୟ ସହ ସଂଯୁକ୍ତ ହୋଇଥାଏ। ଏହି ଯୋଜନାଗୁଡିକର ସୁଧ ହାର ସମାନ ପରିପକ୍ବତାର ସରକାରୀ ବଣ୍ଡରୁ ମିଳିଥିବା ଲାଭ ଅପେକ୍ଷା ୦.୨୫-୧.୦୦% ସୁଧହାର ଅଧିକ। ବର୍ତ୍ତମାନ ସରକାରୀ ବଣ୍ଡ ଉପରେ ସୁଧ ହାର ୭.୫% ପାଖାପାଖି ରହିଛି। ଏଭଳି ପରିସ୍ଥିତିରେ ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ୦.୪୦-୦.୫୦% ଯାଏ ବୃଦ୍ଧି ହୋଇପାରେ। ଏଠାରେ ସୂଚନାଯୋଗ୍ୟ ଯେ, ସ୍ବଳ୍ପ ସଞ୍ଚୟ ଯୋଜନାଗୁଡିକର ସୁଧହାର ପ୍ରତ୍ୟେକ ତ୍ରୈମାସରେ ସମୀକ୍ଷା କରାଯାଇଥାଏ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏହି ଯୋଜନାଗୁଡିକର ସୁଧ ହାର ସ୍ଥିର କରିବାର ସୂତ୍ର ୨୦୧୬ ଶ୍ୟାମଳା ଗୋପୀନାଥ କମିଟି ଦ୍ୱାରା ଧାର୍ଯ୍ୟ କରାଯାଇଥିଲା। କମିଟି ଦେଇଥିବା ପରାମର୍ଶ ଅନୁଯାୟୀ, ଏହି ଯୋଜନାଗୁଡିକର ସୁଧ ହାର ପରିପକ୍ବତା ଲାଭ କରିଥିବା ସରକାରୀ ବଣ୍ଡରୁ ମିଳୁଥିବା ଲାଭ ଅପେକ୍ଷା ୦.୨୫-୧.୦୦% ଅଧିକ ହେବା ଉଚିତ। ବର୍ତ୍ତମାନ ସ୍ବଳ୍ପ ସଞ୍ଚୟ ଯୋଜନାଗୁଡିକ ମଧ୍ୟରେ ସୁକନ୍ୟା ସମୃଦ୍ଧି ଯୋଜନାରେ ୭.୬% ର ସର୍ବାଧିକ ସୁଧ ମିଳୁଛି। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ)ରେ ୭.୧%, ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି) ଉପରେ ୬.୮% ଏବଂ କିଷାନ ବିକାଶ ପତ୍ର (କେଭିପି)ପାଇଁ ୬.୯% ସୁଧ ହାର ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏଥିସହିତ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ୭.୪%ର ସୁଧ ଉପଲବ୍ଧ ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୦ ଏପ୍ରିଲ ପହିଲାଠାରୁ ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସେତେବେଳେ ସରକାର ସ୍ବଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହ୍ରାସ କରିଥିଲେ। ଫଳରେ ସୁଧ ହାରରେ ୧.୪୦% ପର୍ଯ୍ୟନ୍ତ କଟାଯାଇଥିଲା। ୨ବର୍ଷରୁ ଅଧିକ ସମୟ ଧରି ଏହି ସବୁ ଯୋଜନାର ସୁଧହାର ସ୍ଥିର ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର