ଷ୍ଟକ୍ ବଜାରକୁ ଲଗାଇଥିଲେ ୪ ହଜାର କୋଟିର ଚୂନ, ବ୍ୟାଙ୍କରୁ ନେଉଥିଲେ ୧୫ ଦିନିଆ ଋଣ

The Sakala Picture
Published On

ନୂଆଦିଲ୍ଲୀ: ହର୍ଷଦ ମେହେଟ୍ଟା ୧୯୮୦-୯୦ ଦଶକର ଷ୍ଟକ ବଜାର ବାଦଶାହ ଭାବେ ଜଣାଶୁଣା ନାମ। ଷ୍ଟକ୍ ବଜାରକୁ ୪ ହଜାର କୋଟି ଟଙ୍କାର ଚୂନ ଲଗାଇ ସେ ପାଲଟି ଯାଇଥିଲେ ଦେଶର ସବୁଠାରୁ ଚର୍ଚ୍ଚିତ ନାମ। ୧୯୯୨ରେ ସେୟାର ବଜାରରେ ସେ କରିଥିବା ଦୁର୍ନୀତି ଶେଷରେ ତାଙ୍କ ପାଇଁ କାଳ ହୋଇଥିଲା। ସେ ଯେଉଁ ସେୟାରରେ ନିବେଶ କରୁଥିଲେ ତାର ମୂଲ୍ୟ ଆକାଶଛୁଆଁ ହୋଇଯାଉଥିଲା। ୧୯୫୪ ଜୁଲାଇ ୨୯ରେ ଗୁଜରାଟ ରାଜକୋଟର ଏକ ଛୋଟ ପରିବାରରେ ହର୍ଷଦ୍‌ […]

ନୂଆଦିଲ୍ଲୀ: ହର୍ଷଦ ମେହେଟ୍ଟା ୧୯୮୦-୯୦ ଦଶକର ଷ୍ଟକ ବଜାର ବାଦଶାହ ଭାବେ ଜଣାଶୁଣା ନାମ। ଷ୍ଟକ୍ ବଜାରକୁ ୪ ହଜାର କୋଟି ଟଙ୍କାର ଚୂନ ଲଗାଇ ସେ ପାଲଟି ଯାଇଥିଲେ ଦେଶର ସବୁଠାରୁ ଚର୍ଚ୍ଚିତ ନାମ। ୧୯୯୨ରେ ସେୟାର ବଜାରରେ ସେ କରିଥିବା ଦୁର୍ନୀତି ଶେଷରେ ତାଙ୍କ ପାଇଁ କାଳ ହୋଇଥିଲା। ସେ ଯେଉଁ ସେୟାରରେ ନିବେଶ କରୁଥିଲେ ତାର ମୂଲ୍ୟ ଆକାଶଛୁଆଁ ହୋଇଯାଉଥିଲା।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଆହୁରି ପଢ଼ନ୍ତୁ: ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେବେ ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

୧୯୫୪ ଜୁଲାଇ ୨୯ରେ ଗୁଜରାଟ ରାଜକୋଟର ଏକ ଛୋଟ ପରିବାରରେ ହର୍ଷଦ୍‌ ଜନ୍ମ ହୋଇଥିଲେ। ତାଙ୍କ ପିଲା ଦିନ ମୁମ୍ବଇରେ ବିତିଥିଲା। ସେ ମୁମ୍ବଇର ହୋଲି କ୍ରସ ବେରୋନ ବଜାର ସେକଣ୍ଡାରୀ ସ୍କୁଲରେ ପଢିଥିଲେ। ଦ୍ୱାଦଶ ପାସ ପରେ ସେ ଲଜପତ ରାୟ କଲେଜରୁ ବି.କମ କରିବା ପରେ ୮ ବର୍ଷ ପର୍ଯ୍ୟନ୍ତ ଛୋଟ ଚାକିରି କରୁଥିଲେ। ଷ୍ଟକ ମାର୍କେଟରୁ ହର୍ଷଦ ମେହେଟ୍ଟା ରାତାରାତି କୋଟି କୋଟି ଟଙ୍କା ଆୟ କରୁଥିଲେ। ଷ୍ଟକ ବଜାର ପ୍ରତି ଆକର୍ଷିତ ହେବା ପରେ ସେ ଚାକିରୀ ଛାଡି ହରିଜୀବନଦାସଙ୍କ ବ୍ରୋକେଜ୍ ଫାର୍ମରେ ଚାକିରି କଲେ। ହରିଜୀବନଦାସଙ୍କୁ ସେ ନିଜ ଗୁରୁ ମାନୁଥିଲେ। ତାଙ୍କ ସହ କାମ କରି ସେ ଷ୍ଟକ ମାର୍କେଟ ବିଷୟରେ ଅନେକ କିଛି ଶିଖିଗଲେ | ୧୯୮୪ରେ ସେ ନିଜର ଗ୍ରୋ ମୋର ରିସୋର୍ସ ଆଣ୍ଡ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଆରମ୍ଭ କରି ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ବ୍ରୋକର ସଦସ୍ୟତା ଲାଭ କଲେ। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଷ୍ଟକ ବଜାରର ଏହି ବାଦଶାହଙ୍କ ଯାତ୍ରା। ପରେ ତାଙ୍କୁ ଷ୍ଟକ ବଜାରରେ ରେଜିଂ ବୁଲ୍‌ ବୋଲି କୁହାଗଲା। ୧୯୯୦ ଦଶକରେ ସେ ବୃହତ୍‌ ପରିମାଣର ନିବେଶ କରିବା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: Chameli Ojha Arrested: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

ହର୍ଷଦ ଏସିସିରେ ଟଙ୍କା ଲଗାଇବା ପରେ ଏସିସିର ଭାଗ୍ୟ ବଦଳିଗଲା। ଏସିସିର ଯେଉଁ ସେୟାର ମୂଲ୍ୟ ୨୦୦ ଟଙ୍କାର ରହିଥିଲା ତାର ମୂଲ୍ୟ କିଛି ସମୟରେ ୯ ହଜାର ଟଙ୍କା ହୋଇଗଲା। ପରବର୍ତ୍ତୀ ସମୟରେ ହର୍ଷଦ ଏତେ ଟଙ୍କା ଆଣୁଛନ୍ତି କେଉଁଠୁ ବୋଲି ପ୍ରଶ୍ନ ଉଠିଥିଲା। ପରେ ଜଣାପଡିଲା ଯେ, ସେ ବ୍ୟାଙ୍କରୁ ୧୫ ଦିନିଆ ଋଣ କରି ଷ୍ଟକ ବଜାରରେ ଲଗାଉଥିଲେ। ପରେ ୧୫ ଦିନ ମଧ୍ୟରେ ବ୍ୟାଙ୍କକୁ ଟଙ୍କା ଫେରାଇ ଦେଉଥିଲେ। କୌଣସି ବ୍ୟାଙ୍କ ୧୫ ଦିନ ପାଇଁ ଋଣ ଦିଅନ୍ତିନାହିଁ। ତେବେ ହର୍ଷଦ୍‌ ମେହତା ଗୋଟିଏ ବ୍ୟାଙ୍କ ରିସିପ୍ଟ (ବିଆର୍‌) କରିଦେଉଥିଲେ ଯେଉଁଥିପାଇଁ ତାଙ୍କୁ ଅନ୍ୟ ବ୍ୟାଙ୍କରୁ ମଧ୍ୟ ସହଜରେ ଋଣ ମିଳିଯାଉଥିଲା। ଏହି ଘଟଣା ଜଣାପଡିବା ପରେ ସବୁ ବ୍ୟାଙ୍କ ନିଜ ଟଙ୍କା ଫେରାଇବାକୁ ଆରମ୍ଭ କରିଥିଲେ। ଏହାପରେ ହର୍ଷଦ୍‌ଙ୍କ ଉପରେ ୭୨ ଅପରାଧିକ ଚାର୍ଜ ଲାଗିଲା ଓ ସିଭିଲ୍‌ କେଶ ଫାଇଲ ହୋଇଥିଲା। ତାଙ୍କ ଉପରେ ଅନେକ ମାମଲା ଚାଲିଥିଲା। ୨୦୦୧ ଡିସେମ୍ବର ୩୧ ବିଳମ୍ବିତ ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ଥାନେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ହର୍ଷଦ୍‌ଙ୍କ ଏହି ସେୟାର ବଜାର ଦୁର୍ନୀତି ଉପରେ ଆଧାରିତ ଫିଲ୍ମ ‘ଦି ବିଗ୍ ବୁଲ୍’ ଗୁରୁବାର ରିଲିଜ୍‌ ହୋଇଛି।

10 Apr 2021 By The Sakala

ଷ୍ଟକ୍ ବଜାରକୁ ଲଗାଇଥିଲେ ୪ ହଜାର କୋଟିର ଚୂନ, ବ୍ୟାଙ୍କରୁ ନେଉଥିଲେ ୧୫ ଦିନିଆ ଋଣ

ନୂଆଦିଲ୍ଲୀ: ହର୍ଷଦ ମେହେଟ୍ଟା ୧୯୮୦-୯୦ ଦଶକର ଷ୍ଟକ ବଜାର ବାଦଶାହ ଭାବେ ଜଣାଶୁଣା ନାମ। ଷ୍ଟକ୍ ବଜାରକୁ ୪ ହଜାର କୋଟି ଟଙ୍କାର ଚୂନ ଲଗାଇ ସେ ପାଲଟି ଯାଇଥିଲେ ଦେଶର ସବୁଠାରୁ ଚର୍ଚ୍ଚିତ ନାମ। ୧୯୯୨ରେ ସେୟାର ବଜାରରେ ସେ କରିଥିବା ଦୁର୍ନୀତି ଶେଷରେ ତାଙ୍କ ପାଇଁ କାଳ ହୋଇଥିଲା। ସେ ଯେଉଁ ସେୟାରରେ ନିବେଶ କରୁଥିଲେ ତାର ମୂଲ୍ୟ ଆକାଶଛୁଆଁ ହୋଇଯାଉଥିଲା।

୧୯୫୪ ଜୁଲାଇ ୨୯ରେ ଗୁଜରାଟ ରାଜକୋଟର ଏକ ଛୋଟ ପରିବାରରେ ହର୍ଷଦ୍‌ ଜନ୍ମ ହୋଇଥିଲେ। ତାଙ୍କ ପିଲା ଦିନ ମୁମ୍ବଇରେ ବିତିଥିଲା। ସେ ମୁମ୍ବଇର ହୋଲି କ୍ରସ ବେରୋନ ବଜାର ସେକଣ୍ଡାରୀ ସ୍କୁଲରେ ପଢିଥିଲେ। ଦ୍ୱାଦଶ ପାସ ପରେ ସେ ଲଜପତ ରାୟ କଲେଜରୁ ବି.କମ କରିବା ପରେ ୮ ବର୍ଷ ପର୍ଯ୍ୟନ୍ତ ଛୋଟ ଚାକିରି କରୁଥିଲେ। ଷ୍ଟକ ମାର୍କେଟରୁ ହର୍ଷଦ ମେହେଟ୍ଟା ରାତାରାତି କୋଟି କୋଟି ଟଙ୍କା ଆୟ କରୁଥିଲେ। ଷ୍ଟକ ବଜାର ପ୍ରତି ଆକର୍ଷିତ ହେବା ପରେ ସେ ଚାକିରୀ ଛାଡି ହରିଜୀବନଦାସଙ୍କ ବ୍ରୋକେଜ୍ ଫାର୍ମରେ ଚାକିରି କଲେ। ହରିଜୀବନଦାସଙ୍କୁ ସେ ନିଜ ଗୁରୁ ମାନୁଥିଲେ। ତାଙ୍କ ସହ କାମ କରି ସେ ଷ୍ଟକ ମାର୍କେଟ ବିଷୟରେ ଅନେକ କିଛି ଶିଖିଗଲେ | ୧୯୮୪ରେ ସେ ନିଜର ଗ୍ରୋ ମୋର ରିସୋର୍ସ ଆଣ୍ଡ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଆରମ୍ଭ କରି ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ବ୍ରୋକର ସଦସ୍ୟତା ଲାଭ କଲେ। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଷ୍ଟକ ବଜାରର ଏହି ବାଦଶାହଙ୍କ ଯାତ୍ରା। ପରେ ତାଙ୍କୁ ଷ୍ଟକ ବଜାରରେ ରେଜିଂ ବୁଲ୍‌ ବୋଲି କୁହାଗଲା। ୧୯୯୦ ଦଶକରେ ସେ ବୃହତ୍‌ ପରିମାଣର ନିବେଶ କରିବା ଆରମ୍ଭ କରିଥିଲେ।

ହର୍ଷଦ ଏସିସିରେ ଟଙ୍କା ଲଗାଇବା ପରେ ଏସିସିର ଭାଗ୍ୟ ବଦଳିଗଲା। ଏସିସିର ଯେଉଁ ସେୟାର ମୂଲ୍ୟ ୨୦୦ ଟଙ୍କାର ରହିଥିଲା ତାର ମୂଲ୍ୟ କିଛି ସମୟରେ ୯ ହଜାର ଟଙ୍କା ହୋଇଗଲା। ପରବର୍ତ୍ତୀ ସମୟରେ ହର୍ଷଦ ଏତେ ଟଙ୍କା ଆଣୁଛନ୍ତି କେଉଁଠୁ ବୋଲି ପ୍ରଶ୍ନ ଉଠିଥିଲା। ପରେ ଜଣାପଡିଲା ଯେ, ସେ ବ୍ୟାଙ୍କରୁ ୧୫ ଦିନିଆ ଋଣ କରି ଷ୍ଟକ ବଜାରରେ ଲଗାଉଥିଲେ। ପରେ ୧୫ ଦିନ ମଧ୍ୟରେ ବ୍ୟାଙ୍କକୁ ଟଙ୍କା ଫେରାଇ ଦେଉଥିଲେ। କୌଣସି ବ୍ୟାଙ୍କ ୧୫ ଦିନ ପାଇଁ ଋଣ ଦିଅନ୍ତିନାହିଁ। ତେବେ ହର୍ଷଦ୍‌ ମେହତା ଗୋଟିଏ ବ୍ୟାଙ୍କ ରିସିପ୍ଟ (ବିଆର୍‌) କରିଦେଉଥିଲେ ଯେଉଁଥିପାଇଁ ତାଙ୍କୁ ଅନ୍ୟ ବ୍ୟାଙ୍କରୁ ମଧ୍ୟ ସହଜରେ ଋଣ ମିଳିଯାଉଥିଲା। ଏହି ଘଟଣା ଜଣାପଡିବା ପରେ ସବୁ ବ୍ୟାଙ୍କ ନିଜ ଟଙ୍କା ଫେରାଇବାକୁ ଆରମ୍ଭ କରିଥିଲେ। ଏହାପରେ ହର୍ଷଦ୍‌ଙ୍କ ଉପରେ ୭୨ ଅପରାଧିକ ଚାର୍ଜ ଲାଗିଲା ଓ ସିଭିଲ୍‌ କେଶ ଫାଇଲ ହୋଇଥିଲା। ତାଙ୍କ ଉପରେ ଅନେକ ମାମଲା ଚାଲିଥିଲା। ୨୦୦୧ ଡିସେମ୍ବର ୩୧ ବିଳମ୍ବିତ ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ଥାନେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ହର୍ଷଦ୍‌ଙ୍କ ଏହି ସେୟାର ବଜାର ଦୁର୍ନୀତି ଉପରେ ଆଧାରିତ ଫିଲ୍ମ ‘ଦି ବିଗ୍ ବୁଲ୍’ ଗୁରୁବାର ରିଲିଜ୍‌ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର