ସରକାର ନିଦା ବିଷ୍ଣୁ: ଗଡୁଛି ହାତୀଙ୍କ ମୁଣ୍ଡ, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ପିସିସିଏଫ…

The Sakala Picture
Published On

ନାକଟିଦେଉଳ/ଭୁବନେଶ୍ୱର: ପୁଣି ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି ୩ ହାତୀ। ମୃତ ହାତୀଙ୍କ ମଧ୍ୟରେ ଦୁଇଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ଅନ୍ତର୍ଭୁକ୍ତ। ଏକସଙ୍ଗରେ ୩ଟି ହାତୀଙ୍କ ମୃତ୍ୟୁ ରାଜ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ୍‌ର ଘୋଷରାମାଳ ଫରେଷ୍ଟ ସେକ୍ସନ ବୁରୋମାଳ ଜଙ୍ଗଲରେ ଏହି ଘଟଣା ଘଟିଛି। ଏହି ୩ଟି ହାତୀକୁ ମିଶାଇ ଚଳିତ ବର୍ଷ ବିଦ୍ୟୁତ୍‌ ଆଘାତରେ ୯ଟି ହାତୀ ପ୍ରାଣ ହରାଇଛନ୍ତି। […]

ନାକଟିଦେଉଳ/ଭୁବନେଶ୍ୱର: ପୁଣି ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି ୩ ହାତୀ। ମୃତ ହାତୀଙ୍କ ମଧ୍ୟରେ ଦୁଇଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ଅନ୍ତର୍ଭୁକ୍ତ। ଏକସଙ୍ଗରେ ୩ଟି ହାତୀଙ୍କ ମୃତ୍ୟୁ ରାଜ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ୍‌ର ଘୋଷରାମାଳ ଫରେଷ୍ଟ ସେକ୍ସନ ବୁରୋମାଳ ଜଙ୍ଗଲରେ ଏହି ଘଟଣା ଘଟିଛି। ଏହି ୩ଟି ହାତୀକୁ ମିଶାଇ ଚଳିତ ବର୍ଷ ବିଦ୍ୟୁତ୍‌ ଆଘାତରେ ୯ଟି ହାତୀ ପ୍ରାଣ ହରାଇଛନ୍ତି। ଫଳରେ ହାତୀ ସୁରକ୍ଷା ସମ୍ପର୍କରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

ପ୍ରତି ସପ୍ତାହରେ ଓଡ଼ିଶାରେ ମରୁଛନ୍ତି ଏକାଧିକ ହାତୀ। ବୟସାଧିକ୍ୟ, ରୋଗ ବା ନିଜ ନିଜ ମଧ୍ୟରେ ସଂଘର୍ଷ ଯୋଗୁଁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍‌ ଥିବାବେଳେ ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଧକ୍କା ଓ ଶିକାରୀ ଗୁଳିରେ ଅଧିକ ସଂଖ୍ୟକ ହାତୀ ମୃତ୍ୟୁବରଣ କରୁଛନ୍ତି। ମାତ୍ର ଏ କ୍ଷେତ୍ରରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିବା ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ହାତୀ ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଓ ବିଭାଗୀୟ କର୍ମଚାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ସରକାର ହାତୀ ହତ୍ୟାକୁ ପ୍ରେତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଯାଇଥିବା ବେଳେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଗୁଡ଼ିକ ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇଟି ମାଈ ହାତୀଙ୍କ ଆନୁମାନିକ ୨୫ରୁ ୩୦ବର୍ଷ ଏବଂ ଛୋଟ ହାତୀର ବୟସ ଆନୁମାନିକ ୪ବର୍ଷ ହେବ। ୨ମାସ ପୂର୍ବରୁ ନାକଟିଦେଉଳ ଅଞ୍ଚଳରେ ବିଦ୍ୟୁତ ଆଘାତରେ ଏକ ହାତୀ ମୃତ୍ୟୁ ବରଣ କରିଥିଲା। ଏହି ଘଟଣାକୁ ଉପଯୁକ୍ତ ଗୁରୁତ୍ୱ ଦିଆ ନ ଯିବା କାରଣରୁ ପୁଣି ୩ଟି ହାତୀଙ୍କ ଜୀବନ ଯାଇଛି ବୋଲି କୁହାଯାଉଛି। ଜଙ୍ଗଲ ମଧ୍ୟରେ ଥିବା ହାତୀ ଚଲାପଥ ଏବଂ ଗତିବିଧି ଅଞ୍ଚଳରେ ନଜର ରଖି ହାତୀ ଗଣନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବନ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଘଟଣାରେ ବନ ବିଭାଗ ମଧ୍ୟ ତତ୍‌ପର ହେବା ସହ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପିସିସିଏଫ କହିଛନ୍ତି ଯେ ଏଥିରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ୱାଡ ବନ କର୍ମଚାରୀଙ୍କ ତ୍ରୁଟି ରହିଛି। ଯେଉଁ ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି ପିସିସିଏଫ କହିଛନ୍ତି। ଅନୁରୂପ ଭାବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଏହି ଘଟଣାରେ ଯେଉଁମାନେ ଦାୟୀ ହୋଇଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଖବର ପାଇ ବନ୍ୟପ୍ରାଣୀ ବିଭାଗ ସିସିଏଫ ଗଜାନନ ଲାଡେ, ଜେଟିଏଫ୍‌ ଅରବିନ୍ଦ ମିଶ୍ର, ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା, ଟିପିଡବ୍ଲ୍ୟୁର ଡିଭିଜନାଲ ମୁଖ୍ୟ ରାଜୀବ ରଞ୍ଜନ ଓ ଭୁବନେଶ୍ୱରର ଓୟୁଏଟିି ଟିିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

ଅନ୍ୟପକ୍ଷେର ଏହି ଘଟଣାର ତଦନ୍ତ ପରେ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗର ତ୍ରୁଟି ଥିବା ସମ୍ୱଲପୁର ଆର୍‌ସିସିଏଫ୍‌ ଟି. ଅଶୋକ କୁମାର କହିଛନ୍ତି। ବିଦ୍ୟୁତ୍‌ ଚୋରିକୁ ଅନୁଧ୍ୟାନ କରିବା ଶକ୍ତି ବିଭାଗର କାମ ହୋଇଥିଲେ ସୁଦ୍ଧା ସେମାନେ ସଠିକ୍‌ ଭାେବ କାର୍ଯ୍ୟ କରୁ ନାହାନ୍ତି। ତେଣୁ ବିଦ୍ୟୁତ୍‌ ବିଭାଗର ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

କିଛିଦିନ ତଳେ ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ବିଭାଗୀୟ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉଦ୍‌ବେଗ ପ୍ରକାଶ କରିବା ସହ ଚଳିତ ବର୍ଷ ପ୍ରାଣ ହରାଇଥିବା ୫୦ ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତେ୍ୱ ବିଭାଗୀୟ ଅବହେଳା ଯୋଗୁଁ ନିୟମିତ ବ୍ୟବଧାନରେ ହାତୀଙ୍କ ମୃତ୍ୟୁ ଜାରି ରହିଛି। ସମ୍ପ୍ରତି ରାଜ୍ୟରେ ବିଦ୍ୟୁତ୍‌ ଆହତ ଜନିତ ସମସ୍ୟା ଯୋଗୁଁ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି।୨୦୨୪-୨୫ରେ ଅଦ୍ୟାବଧି ୯ଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବିଦ୍ୟୁତ୍‌ ଆହତ ଜନିତ କାରଣରୁ ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍‌ ଆବଣ୍ଟନ କମ୍ପାନୀଙ୍କ ସହ ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ କରିବା ସହ ଏସ୍‌ଓପି ମଧ୍ୟ ପ୍ରସ୍ତୁତ କରିଛନ୍ତି। କମ୍ପାନୀ ମାନଙ୍କୁ ହାତୀ କରିଡର ସ୍ଥାନମାନଙ୍କରେ ବିଦ୍ୟୁତ ସରବରାହ ଉପରେ ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ହେଲେ ଏସବୁ କେବଳ କାଗଜ କଲମରେ ସୀମିତ ଥିବା ପରିଲକ୍ଷିତ ହୋଇଛି।

୩ କ୍ଷେତ୍ର କର୍ମଚାରୀ ନିଲମ୍ବିତ

ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ପୁଲିସ ସହାୟତାରେ ଖୋଜା ଚାଲିଥିବା ବନ ବିଭାଗ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର