୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଟଙ୍କା କମିବ ପେଟ୍ରୋଲ !

The Sakala Picture
Published On

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରରୁ ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କମିବ  ପେଟ୍ରୋଲ ଏବଂ ଡିଜେଲ ଦର। ବିଶେଷ ସୂତ୍ରରୁ ଖବର ଅନୁଯାୟୀ ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟାଇପାରନ୍ତି। କେବଳ ଏତିକି ନୁହେଁ ଡିଜେଲ ଦର ମଧ୍ୟ ହ୍ରାସ ହୋଇପାରେ। ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ […]

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରରୁ ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କମିବ  ପେଟ୍ରୋଲ ଏବଂ ଡିଜେଲ ଦର। ବିଶେଷ ସୂତ୍ରରୁ ଖବର ଅନୁଯାୟୀ ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟାଇପାରନ୍ତି। କେବଳ ଏତିକି ନୁହେଁ ଡିଜେଲ ଦର ମଧ୍ୟ ହ୍ରାସ ହୋଇପାରେ। ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେଣୁ ମୂଲ୍ୟ ହ୍ରାସ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ଗତ ତ୍ରୈୟମାସିକରେ ଦେଶର ତିନୋଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ମିଳିତ ଭାବରେ ୨୮ ହଜାର କୋଟି ଟଙ୍କା ଲାଭ କରିଛନ୍ତି। ଏଥିସହିତ ଗତ ତିନୋଟି ଯାକ ତ୍ରୈମାସିକରେ ସମସ୍ତ ୩ ସରକାରୀ ପେଟ୍ରୋଲିୟମ କମ୍ପାନୀ ମିଳିତ ଭାବରେ ମୋଟ ୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ପେଟ୍ରୋଲିୟମ କମ୍ପାନୀଗୁଡିକ ଗୋଟିଏ ଲିଟର ପେଟ୍ରୋଲରେ ୧୨ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ଲାଭ ନେଉଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଗତ ଏକ ବର୍ଷ ହେବ ବ୍ୟାରେଲ ପିଛା ୭୫ ଡଲାରରୁ କମ୍ ରହିଛି। ଏଭଳି ସ୍ଥଳେ ଦୀର୍ଘ ଦିନ ହେବ ସରକାରୀ ତେଲ କମ୍ପାନୀଗୁଡିକ ନିଦା ବିଷ୍ଣୁ ସାଜି ତୈଳ ଦର ହ୍ରାସ ଘଟାଉନାହାଁନ୍ତି।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ଏଠାରେ ସୂଚନାେଯାଗ୍ୟ ଯେ, ଦେଶରେ ୨୦୨୨ ମେ’ ୨୨ ପରଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଏହି ଅବଧିରେ ଭାରତର ଅଶୋଧିତ ତୈଳ କ୍ରୟ ସର୍ବାଧିକ ବ୍ୟାରେଲ ପିଛା ୧୧୬ ଡଲାର (ଜୁନ ୨୦୨୨ର ହାରାହାରି ମୂଲ୍ୟ) ପର୍ଯ୍ୟନ୍ତ ଓ ସର୍ବନିମ୍ନ ୭୪.୯୩ (ଜୁନ ୨୦୨୩ର ହାରାହାରି ମୂଲ୍ୟ) ଡଲାରରେ କ୍ରୟ କରୁଥିଲା। ଏହା ସତ୍ତ୍ୱେ ଖୁଚୁରା ପେଟ୍ରୋଲ, ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

29 Dec 2023 By The Sakala

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଟଙ୍କା କମିବ ପେଟ୍ରୋଲ !

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରରୁ ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କମିବ  ପେଟ୍ରୋଲ ଏବଂ ଡିଜେଲ ଦର। ବିଶେଷ ସୂତ୍ରରୁ ଖବର ଅନୁଯାୟୀ ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟାଇପାରନ୍ତି। କେବଳ ଏତିକି ନୁହେଁ ଡିଜେଲ ଦର ମଧ୍ୟ ହ୍ରାସ ହୋଇପାରେ। ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେଣୁ ମୂଲ୍ୟ ହ୍ରାସ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଗତ ତ୍ରୈୟମାସିକରେ ଦେଶର ତିନୋଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ମିଳିତ ଭାବରେ ୨୮ ହଜାର କୋଟି ଟଙ୍କା ଲାଭ କରିଛନ୍ତି। ଏଥିସହିତ ଗତ ତିନୋଟି ଯାକ ତ୍ରୈମାସିକରେ ସମସ୍ତ ୩ ସରକାରୀ ପେଟ୍ରୋଲିୟମ କମ୍ପାନୀ ମିଳିତ ଭାବରେ ମୋଟ ୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ପେଟ୍ରୋଲିୟମ କମ୍ପାନୀଗୁଡିକ ଗୋଟିଏ ଲିଟର ପେଟ୍ରୋଲରେ ୧୨ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ଲାଭ ନେଉଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଗତ ଏକ ବର୍ଷ ହେବ ବ୍ୟାରେଲ ପିଛା ୭୫ ଡଲାରରୁ କମ୍ ରହିଛି। ଏଭଳି ସ୍ଥଳେ ଦୀର୍ଘ ଦିନ ହେବ ସରକାରୀ ତେଲ କମ୍ପାନୀଗୁଡିକ ନିଦା ବିଷ୍ଣୁ ସାଜି ତୈଳ ଦର ହ୍ରାସ ଘଟାଉନାହାଁନ୍ତି।

ଏଠାରେ ସୂଚନାେଯାଗ୍ୟ ଯେ, ଦେଶରେ ୨୦୨୨ ମେ’ ୨୨ ପରଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଏହି ଅବଧିରେ ଭାରତର ଅଶୋଧିତ ତୈଳ କ୍ରୟ ସର୍ବାଧିକ ବ୍ୟାରେଲ ପିଛା ୧୧୬ ଡଲାର (ଜୁନ ୨୦୨୨ର ହାରାହାରି ମୂଲ୍ୟ) ପର୍ଯ୍ୟନ୍ତ ଓ ସର୍ବନିମ୍ନ ୭୪.୯୩ (ଜୁନ ୨୦୨୩ର ହାରାହାରି ମୂଲ୍ୟ) ଡଲାରରେ କ୍ରୟ କରୁଥିଲା। ଏହା ସତ୍ତ୍ୱେ ଖୁଚୁରା ପେଟ୍ରୋଲ, ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର