ବଜେଟ୍ ୨୦୨୩-୨୪: ଟିକସଦାତାଙ୍କୁ ମିଳିପାରେ ବଡ ଉପହାର, ୫ ଲକ୍ଷକୁ ବୃଦ୍ଧି ହୋଇପାରେ ଟିକସ ଛାଡ଼ ସୀମା

The Sakala Picture
Published On

ନୂଆଦିଲ୍ଲରୀ: ପାଖେଇ ଆସୁଛି ସାଧାରଣ ବଜେଟ୍‌ ୨୦୨୩-୨୪। ଆସନ୍ତାବର୍ଷ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିବେ। ଆଗାମୀ ବଜେଟରେ ସରକାର ଟିକସଦାତାଙ୍କୁ ଏକ ବଡ ଉପହାର ଦେଇପାରନ୍ତି। ଏଥିରେ ନୂତନ ଟିକସ ବ୍ୟବସ୍ଥାକୁ କରଦାତାଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ବଜେଟରେ ଏହାର ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରାଯାଇପାରେ। ଏହି ଅନୁଯାୟୀ, ବର୍ତ୍ତମାନ ଥିବା ଟିକସ ଛାଡ ସୀମାକୁ ସରକାର ୨.୫ ଲକ୍ଷରୁ […]

ନୂଆଦିଲ୍ଲରୀ: ପାଖେଇ ଆସୁଛି ସାଧାରଣ ବଜେଟ୍‌ ୨୦୨୩-୨୪। ଆସନ୍ତାବର୍ଷ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିବେ। ଆଗାମୀ ବଜେଟରେ ସରକାର ଟିକସଦାତାଙ୍କୁ ଏକ ବଡ ଉପହାର ଦେଇପାରନ୍ତି। ଏଥିରେ ନୂତନ ଟିକସ ବ୍ୟବସ୍ଥାକୁ କରଦାତାଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ବଜେଟରେ ଏହାର ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରାଯାଇପାରେ। ଏହି ଅନୁଯାୟୀ, ବର୍ତ୍ତମାନ ଥିବା ଟିକସ ଛାଡ ସୀମାକୁ ସରକାର ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ବର୍ତ୍ତମାନ, ଟିକସଦାତାମାନଙ୍କୁ ବାର୍ଷିକ ୨.୫ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟିକସ ଦେବାକୁ ପଡୁନାହିଁ। ତେଣୁ ୨.୫ରୁ ୫ ଲକ୍ଷ ଟଙ୍କା ସ୍ଲାବ୍‌ରେ ଟିକସଦାତାଙ୍କୁ ୫% ଟିକସ ଦେବାକୁ ପଡିବ। ଆଗାମୀ ବଜେଟ୍‌ରେ ଆୟକରର ନୂତନ ବ୍ୟବସ୍ଥା ଅନୁଯାୟୀ ଟିକସ ଛାଡ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର କରାଯାଉଛି। ଯାହାଦ୍ୱାରା ନୂତନ କର ବ୍ୟବସ୍ଥା କରଦାତାମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିବ। ଯଦି ଟିକସ ଛାଡ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଏ, ତେବେ ଏହା ଟିକସଦାତାଙ୍କ ଉପରେ ଟିକସ ବୋଝ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହାଦ୍ବାରା ସେମାନେ ଅଧିକ ଅର୍ଥ ବିନିଯୋଗ କରିପାରିବେ। ତେବେ ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ଟିକସଦାତାମାନେ ଧାରା ୮୦ ସି ଏବଂ ୮୦ ଡି ଅନୁଯାୟୀ ଟିକସ ଛାଡ ସୁବିଧା ପାଇବେନାହିଁ। ଏହି ଟିକସ ବ୍ୟବସ୍ଥାରେ ଅନେକ ପ୍ରକାରର ରିହାତି ରଦ୍ଦ କରାଯାଇଛି। ଯେଉଁ କାରଣରୁ ଟିକସଦାତାମାନେ ନୂତନ ଟିକସ ବ୍ୟବସ୍ଥା ଗ୍ରହଣ କରିବାଠାରୁ ଦୂରେଇ ଯାଉଛନ୍ତି। ମୋଟ ଟିକସଦାତାଙ୍କ ମଧ୍ୟରୁ କେବଳ ୧୦ରୁ ୧୨ ପ୍ରତିଶତ ଟିକସଦାତା ନୂତନ ବ୍ୟବସ୍ଥା ଆପଣାଇଛନ୍ତି। କାରଣ ଏଥିରେ ଅଧିକ ଟିକସ ଦେବାକୁ ପଡିବ ଏବଂ ଟିକସ ଛାଡର ଲାଭ ମଧ୍ୟ ଉପଲବ୍ଧ ନାହିଁ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଟିକସ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଯଦି ପୁରୁଣା ଏବଂ ନୂତନ ଟିକସ ବ୍ୟବସ୍ଥାରେ ଟିକସ ଭାର ସମାନ ହୋଇଯାଏ, ତେବେ ଟିକସଦାତାମାନେ ନୂତନ ବିକଳ୍ପ ଗ୍ରହଣ କରିପାରିବେ କାରଣ ଏଥିରେ ରିଟର୍ଣ୍ଣ ଦାଖଲ କରିବା ସହଜ ହେବ ଏବଂ ଅନୁପାଳନର ଭାର କମିବ। ନିକଟରେ ପୂର୍ବତନ ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଯେ ନୂତନ ଆୟକର ବ୍ୟବସ୍ଥାରେ ୨.୫ ଲକ୍ଷ ଟଙ୍କା ଆକାରୀଙ୍କୁ କୌଣସି ଟିକସ ଦେବାକୁ ପଡିବନାହିଁ, କିନ୍ତୁ ପୁରୁଣା ଟିକସ ବ୍ୟବସ୍ଥାରେ ୭.୫ ଲକ୍ଷ ଟଙ୍କା ଆୟ କରୁଥିବା ଲୋକ ଟିକସ ଦେବାରୁ ବଞ୍ଚିଯାଉଛନ୍ତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

19 Dec 2022 By The Sakala

ବଜେଟ୍ ୨୦୨୩-୨୪: ଟିକସଦାତାଙ୍କୁ ମିଳିପାରେ ବଡ ଉପହାର, ୫ ଲକ୍ଷକୁ ବୃଦ୍ଧି ହୋଇପାରେ ଟିକସ ଛାଡ଼ ସୀମା

ନୂଆଦିଲ୍ଲରୀ: ପାଖେଇ ଆସୁଛି ସାଧାରଣ ବଜେଟ୍‌ ୨୦୨୩-୨୪। ଆସନ୍ତାବର୍ଷ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିବେ। ଆଗାମୀ ବଜେଟରେ ସରକାର ଟିକସଦାତାଙ୍କୁ ଏକ ବଡ ଉପହାର ଦେଇପାରନ୍ତି। ଏଥିରେ ନୂତନ ଟିକସ ବ୍ୟବସ୍ଥାକୁ କରଦାତାଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ବଜେଟରେ ଏହାର ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରାଯାଇପାରେ। ଏହି ଅନୁଯାୟୀ, ବର୍ତ୍ତମାନ ଥିବା ଟିକସ ଛାଡ ସୀମାକୁ ସରକାର ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ବର୍ତ୍ତମାନ, ଟିକସଦାତାମାନଙ୍କୁ ବାର୍ଷିକ ୨.୫ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟିକସ ଦେବାକୁ ପଡୁନାହିଁ। ତେଣୁ ୨.୫ରୁ ୫ ଲକ୍ଷ ଟଙ୍କା ସ୍ଲାବ୍‌ରେ ଟିକସଦାତାଙ୍କୁ ୫% ଟିକସ ଦେବାକୁ ପଡିବ। ଆଗାମୀ ବଜେଟ୍‌ରେ ଆୟକରର ନୂତନ ବ୍ୟବସ୍ଥା ଅନୁଯାୟୀ ଟିକସ ଛାଡ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର କରାଯାଉଛି। ଯାହାଦ୍ୱାରା ନୂତନ କର ବ୍ୟବସ୍ଥା କରଦାତାମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିବ। ଯଦି ଟିକସ ଛାଡ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଏ, ତେବେ ଏହା ଟିକସଦାତାଙ୍କ ଉପରେ ଟିକସ ବୋଝ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହାଦ୍ବାରା ସେମାନେ ଅଧିକ ଅର୍ଥ ବିନିଯୋଗ କରିପାରିବେ। ତେବେ ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ଟିକସଦାତାମାନେ ଧାରା ୮୦ ସି ଏବଂ ୮୦ ଡି ଅନୁଯାୟୀ ଟିକସ ଛାଡ ସୁବିଧା ପାଇବେନାହିଁ। ଏହି ଟିକସ ବ୍ୟବସ୍ଥାରେ ଅନେକ ପ୍ରକାରର ରିହାତି ରଦ୍ଦ କରାଯାଇଛି। ଯେଉଁ କାରଣରୁ ଟିକସଦାତାମାନେ ନୂତନ ଟିକସ ବ୍ୟବସ୍ଥା ଗ୍ରହଣ କରିବାଠାରୁ ଦୂରେଇ ଯାଉଛନ୍ତି। ମୋଟ ଟିକସଦାତାଙ୍କ ମଧ୍ୟରୁ କେବଳ ୧୦ରୁ ୧୨ ପ୍ରତିଶତ ଟିକସଦାତା ନୂତନ ବ୍ୟବସ୍ଥା ଆପଣାଇଛନ୍ତି। କାରଣ ଏଥିରେ ଅଧିକ ଟିକସ ଦେବାକୁ ପଡିବ ଏବଂ ଟିକସ ଛାଡର ଲାଭ ମଧ୍ୟ ଉପଲବ୍ଧ ନାହିଁ।

ଟିକସ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଯଦି ପୁରୁଣା ଏବଂ ନୂତନ ଟିକସ ବ୍ୟବସ୍ଥାରେ ଟିକସ ଭାର ସମାନ ହୋଇଯାଏ, ତେବେ ଟିକସଦାତାମାନେ ନୂତନ ବିକଳ୍ପ ଗ୍ରହଣ କରିପାରିବେ କାରଣ ଏଥିରେ ରିଟର୍ଣ୍ଣ ଦାଖଲ କରିବା ସହଜ ହେବ ଏବଂ ଅନୁପାଳନର ଭାର କମିବ। ନିକଟରେ ପୂର୍ବତନ ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଯେ ନୂତନ ଆୟକର ବ୍ୟବସ୍ଥାରେ ୨.୫ ଲକ୍ଷ ଟଙ୍କା ଆକାରୀଙ୍କୁ କୌଣସି ଟିକସ ଦେବାକୁ ପଡିବନାହିଁ, କିନ୍ତୁ ପୁରୁଣା ଟିକସ ବ୍ୟବସ୍ଥାରେ ୭.୫ ଲକ୍ଷ ଟଙ୍କା ଆୟ କରୁଥିବା ଲୋକ ଟିକସ ଦେବାରୁ ବଞ୍ଚିଯାଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର