୮୦ ଦିନରେ ସରକାର ପାଇଲେଣି ୫.୪୫ ଲକ୍ଷ କୋଟିର ଟିକସ

The Sakala Picture
Published On

ନୂଆଦିଲ୍ଲୀ: ଦେଶର ପ୍ରତ୍ୟକ୍ଷ କର ସଂଗ୍ରହ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଜାରି ୮୦ ଦିନର ତଥ୍ୟରୁ ଏହା ଜଣାପଡ଼ିଛି। ସେହିପରି କର୍ପୋରେଟ ଟିକସ ଏବଂ ଅଣ କର୍ପୋରେଟ ଟିକସ, ଅଗ୍ରୀମ ଟିକସ ସଂଗ୍ରହ ମଧ୍ୟ ବୃଦ୍ଧି ପାଇଛି। ଏହା ବ୍ୟତୀତ ରିଟର୍ଣ୍ଣରେ ୫୮ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୫-୨୬ରେ ଭାରତ ପ୍ରତ୍ୟକ୍ଷ କର ସଂଗ୍ରହ ୪.୮୬ ପ୍ରତିଶତ ବୃଦ୍ଧି ପାଇଛି। ଗତ ୧୯ […]

ନୂଆଦିଲ୍ଲୀ: ଦେଶର ପ୍ରତ୍ୟକ୍ଷ କର ସଂଗ୍ରହ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଜାରି ୮୦ ଦିନର ତଥ୍ୟରୁ ଏହା ଜଣାପଡ଼ିଛି। ସେହିପରି କର୍ପୋରେଟ ଟିକସ ଏବଂ ଅଣ କର୍ପୋରେଟ ଟିକସ, ଅଗ୍ରୀମ ଟିକସ ସଂଗ୍ରହ ମଧ୍ୟ ବୃଦ୍ଧି ପାଇଛି। ଏହା ବ୍ୟତୀତ ରିଟର୍ଣ୍ଣରେ ୫୮ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୫-୨୬ରେ ଭାରତ ପ୍ରତ୍ୟକ୍ଷ କର ସଂଗ୍ରହ ୪.୮୬ ପ୍ରତିଶତ ବୃଦ୍ଧି ପାଇଛି। ଗତ ୧୯ ତାରିଖ ସୁଦ୍ଧା ୫.୪୫ ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରାଗଲାଣି। ସେହିପରି ରିଟର୍ଣ୍ଣ ବୃଦ୍ଧି ହେବା ଦ୍ବାରା ନିଟ୍‌ ପ୍ରତ୍ୟକ୍ଷ କର ସଂଗ୍ରହ ୧.୩୯ ପ୍ରତିଶତ ହ୍ରାସ ପାଇଛି। ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ମୋଟ ଟିକସ ସଂଗ୍ରହ ୫, ୧୯, ୯୩୬ କୋଟିରୁ ବୃଦ୍ଧି ୫, ୪୫, ୨୦୭ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଏ ସବୁରେ କର୍ପୋରେଟ ଟିକସ, ଅଣ କର୍ପୋରେଟ ଟିକସ, ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟାକ୍ସ (ଏସଟିଟି) ଏବଂ ଅନ୍ୟାନ୍ୟ ଶୁଳ୍କ ସାମିଲ ରହିଛି। ଟିକସ ରିଟର୍ଣ୍ଣରେ ମଧ୍ୟ ଦ୍ରୁତ ବୃଦ୍ଧି ଦେଖାଦେଇଛି। ଏହା ୫୪, ୬୬୧ କୋଟି ଟଙ୍କାରୁ ବୃଦ୍ଧି ପାଇ ୮୬, ୩୮୫ କୋଟି ଟଙ୍କା ହୋଇଯାଇଛି। ଏଥିଯୋଗୁଁ ନେଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪, ୬୫, ୨୭୫ କୋଟିରୁ ହ୍ରାସ ପାଇ ୪, ୫୮, ୮୨୨ କୋଟିରେ ପହଞ୍ଚି ଯାଇଛି। ସେହିପରି ମୋଟ ଅଗ୍ରୀମ ଟିକସ ସଂଗ୍ରହ ୩.୮୭ ପ୍ରତିଶତ ବୃଦ୍ଧି ପାଇ ୧, ୫୫, ୫୩୩ କୋଟିରେ ପହଞ୍ଚିଛି। କର୍ପୋରେଟ ଆଡାଭାନ୍ସ ଟ୍ୟାକ୍ସ ୬ ପ୍ରତିଶତ ବୃଦ୍ଧି ପାଇ ୧, ୨୧, ୬୦୪ କୋଟି ରହିଛି। କିନ୍ତୁ ଅଣ କର୍ପୋରେଟ ଅଗ୍ରୀମ ଟିକସ ୨.୬୮ ପ୍ରତିଶତ ହ୍ରାସ ପାଇ ୩୩, ୯୨୮ କୋଟି ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ୩ ମାସ ହେଲା ମିଳିନି ଭତ୍ତା : ୧୮ ଲକ୍ଷ ହିତାଧିକାରୀଙ୍କ ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ କଡ଼ା ଚିଠି

22 Jun 2025 By The Sakala

୮୦ ଦିନରେ ସରକାର ପାଇଲେଣି ୫.୪୫ ଲକ୍ଷ କୋଟିର ଟିକସ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟକ୍ଷ କର ସଂଗ୍ରହ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଜାରି ୮୦ ଦିନର ତଥ୍ୟରୁ ଏହା ଜଣାପଡ଼ିଛି। ସେହିପରି କର୍ପୋରେଟ ଟିକସ ଏବଂ ଅଣ କର୍ପୋରେଟ ଟିକସ, ଅଗ୍ରୀମ ଟିକସ ସଂଗ୍ରହ ମଧ୍ୟ ବୃଦ୍ଧି ପାଇଛି। ଏହା ବ୍ୟତୀତ ରିଟର୍ଣ୍ଣରେ ୫୮ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୫-୨୬ରେ ଭାରତ ପ୍ରତ୍ୟକ୍ଷ କର ସଂଗ୍ରହ ୪.୮୬ ପ୍ରତିଶତ ବୃଦ୍ଧି ପାଇଛି। ଗତ ୧୯ ତାରିଖ ସୁଦ୍ଧା ୫.୪୫ ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରାଗଲାଣି। ସେହିପରି ରିଟର୍ଣ୍ଣ ବୃଦ୍ଧି ହେବା ଦ୍ବାରା ନିଟ୍‌ ପ୍ରତ୍ୟକ୍ଷ କର ସଂଗ୍ରହ ୧.୩୯ ପ୍ରତିଶତ ହ୍ରାସ ପାଇଛି। ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ମୋଟ ଟିକସ ସଂଗ୍ରହ ୫, ୧୯, ୯୩୬ କୋଟିରୁ ବୃଦ୍ଧି ୫, ୪୫, ୨୦୭ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଏ ସବୁରେ କର୍ପୋରେଟ ଟିକସ, ଅଣ କର୍ପୋରେଟ ଟିକସ, ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟାକ୍ସ (ଏସଟିଟି) ଏବଂ ଅନ୍ୟାନ୍ୟ ଶୁଳ୍କ ସାମିଲ ରହିଛି। ଟିକସ ରିଟର୍ଣ୍ଣରେ ମଧ୍ୟ ଦ୍ରୁତ ବୃଦ୍ଧି ଦେଖାଦେଇଛି। ଏହା ୫୪, ୬୬୧ କୋଟି ଟଙ୍କାରୁ ବୃଦ୍ଧି ପାଇ ୮୬, ୩୮୫ କୋଟି ଟଙ୍କା ହୋଇଯାଇଛି। ଏଥିଯୋଗୁଁ ନେଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪, ୬୫, ୨୭୫ କୋଟିରୁ ହ୍ରାସ ପାଇ ୪, ୫୮, ୮୨୨ କୋଟିରେ ପହଞ୍ଚି ଯାଇଛି। ସେହିପରି ମୋଟ ଅଗ୍ରୀମ ଟିକସ ସଂଗ୍ରହ ୩.୮୭ ପ୍ରତିଶତ ବୃଦ୍ଧି ପାଇ ୧, ୫୫, ୫୩୩ କୋଟିରେ ପହଞ୍ଚିଛି। କର୍ପୋରେଟ ଆଡାଭାନ୍ସ ଟ୍ୟାକ୍ସ ୬ ପ୍ରତିଶତ ବୃଦ୍ଧି ପାଇ ୧, ୨୧, ୬୦୪ କୋଟି ରହିଛି। କିନ୍ତୁ ଅଣ କର୍ପୋରେଟ ଅଗ୍ରୀମ ଟିକସ ୨.୬୮ ପ୍ରତିଶତ ହ୍ରାସ ପାଇ ୩୩, ୯୨୮ କୋଟି ଟଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର