୧୦ ହଜାର କର୍ମଚାରୀଙ୍କୁ ବିଦା କରିବ ଗୁଗଲ୍‌

The Sakala Picture
Published On

ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବରେ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଭୟାବହ ହେବା ନେଇ ସତର୍କ କରାଇଦେଲେଣି ଅର୍ଥନୀତି କ୍ଷେତ୍ର ବିଶେଷଜ୍ଞ। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ଉପାହ ଖୋଜୁଛନ୍ତି ବଡ ବଡ ଦେଶ। ଏହାମଧ୍ୟରେ ଅନେକ ଗୁଡିଏ କମ୍ପାନୀ ଛଟେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି। ବିଶେଷ କରି ଆଇଟି କମ୍ପାନୀଗୁଡିକ ଅଧିକ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ ଠାରୁ ଆରମ୍ଭ କରି […]

ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବରେ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଭୟାବହ ହେବା ନେଇ ସତର୍କ କରାଇଦେଲେଣି ଅର୍ଥନୀତି କ୍ଷେତ୍ର ବିଶେଷଜ୍ଞ। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ଉପାହ ଖୋଜୁଛନ୍ତି ବଡ ବଡ ଦେଶ। ଏହାମଧ୍ୟରେ ଅନେକ ଗୁଡିଏ କମ୍ପାନୀ ଛଟେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି। ବିଶେଷ କରି ଆଇଟି କମ୍ପାନୀଗୁଡିକ ଅଧିକ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ ଠାରୁ ଆରମ୍ଭ କରି ଆମାଜନ, ମେଟା, ଓ୍ବିଫ୍ରୋ, ମାଇକ୍ରୋସଫ୍ଟ ସମେତ ଆହୁରି ଅନେକ କମ୍ପାନୀ ଏବେ ଛଟେଇ ଆରମ୍ଭ କରିଦେଲେଣି। ଏହି କର୍ମଚାରୀ ଛଟେଇ ଦୌଡରେ ଏବେ ସାମିଲ ହେବାକୁ ଯାଉଛି ଗୁଗଲ୍‌।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ରିପୋର୍ଟ ଅନୁଯାୟୀ, ସର୍ଚ୍ଚ ସାଇଟ୍‌ ଗୁଗଲ ଆଗକୁ ପ୍ରାୟ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଛି। ପରଫରମାନ୍ସ ରିଭ୍ୟୁ ସିଷ୍ଟମ୍‌ ବା ପ୍ରଦର୍ଶନ ସମୀକ୍ଷା ବ୍ୟବସ୍ଥା ଆଧାରରେ ଏଭଳି କରିବାକୁ କମ୍ପାନୀ ପ୍ରସ୍ତୁତି ଚଳାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଗୁଗଲ ପକ୍ଷରୁ, ଗୁଗଲ ରିଭ୍ୟୁଜ୍‌ ଆଣ୍ଡ ଡେଭଲୋପମେଣ୍ଟ ବ୍ୟବହାର କରାଯାଉଛି। ଏହାଦ୍ବାରା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ପରଖାଯିବ। ଏକ ନିର୍ଦ୍ଧିଷ୍ଟ ମାପଦଣ୍ଡରୁ ତଳକୁ ଯଦି କୌଣସି କର୍ମଚାରୀଙ୍କୁ ପ୍ରଦର୍ଶନ ରହିଥାଏ ତେବେ ସେମାନଙ୍କୁ କମ୍ପାନୀ ଚାକିରୀରୁ ବିଦା କରିପାରେ। ଖର୍ଚ୍ଚ କାଟ୍‌ କରିବା ପାଇଁ ମଧ୍ୟ ଗୁଗଲ କିଛି କର୍ମଚାରୀଙ୍କୁ ଛଟେଇ କରିବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଉଛି। ଯାହାକି ଅନ୍ୟ ଆଇଟି କମ୍ପାନୀମାନେ ବହୁ ପୂର୍ବରୁ ଆରମ୍ଭ କରିସାରିଛନ୍ତି। ବର୍ଷ ୨୦୨୨ରେ ଅନେକ କମ୍ପାନୀ, କର୍ମଚାରୀଙ୍କୁ ବିନା କାରଣ ଦର୍ଶାଅ ନୋଟିସରେ ବାହାର କରିଦେଇଛନ୍ତି। କେବଳ ନଭେମ୍ବର ମାସରେ ଆଇଟି କମ୍ପାନୀମାନେ ପ୍ରାୟ ୪୫ ହଜାର କର୍ମଚାରୀଙ୍କୁ ବିଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

29 Dec 2022 By The Sakala

୧୦ ହଜାର କର୍ମଚାରୀଙ୍କୁ ବିଦା କରିବ ଗୁଗଲ୍‌

ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବରେ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଭୟାବହ ହେବା ନେଇ ସତର୍କ କରାଇଦେଲେଣି ଅର୍ଥନୀତି କ୍ଷେତ୍ର ବିଶେଷଜ୍ଞ। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ଉପାହ ଖୋଜୁଛନ୍ତି ବଡ ବଡ ଦେଶ। ଏହାମଧ୍ୟରେ ଅନେକ ଗୁଡିଏ କମ୍ପାନୀ ଛଟେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି। ବିଶେଷ କରି ଆଇଟି କମ୍ପାନୀଗୁଡିକ ଅଧିକ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ ଠାରୁ ଆରମ୍ଭ କରି ଆମାଜନ, ମେଟା, ଓ୍ବିଫ୍ରୋ, ମାଇକ୍ରୋସଫ୍ଟ ସମେତ ଆହୁରି ଅନେକ କମ୍ପାନୀ ଏବେ ଛଟେଇ ଆରମ୍ଭ କରିଦେଲେଣି। ଏହି କର୍ମଚାରୀ ଛଟେଇ ଦୌଡରେ ଏବେ ସାମିଲ ହେବାକୁ ଯାଉଛି ଗୁଗଲ୍‌।

ରିପୋର୍ଟ ଅନୁଯାୟୀ, ସର୍ଚ୍ଚ ସାଇଟ୍‌ ଗୁଗଲ ଆଗକୁ ପ୍ରାୟ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଛି। ପରଫରମାନ୍ସ ରିଭ୍ୟୁ ସିଷ୍ଟମ୍‌ ବା ପ୍ରଦର୍ଶନ ସମୀକ୍ଷା ବ୍ୟବସ୍ଥା ଆଧାରରେ ଏଭଳି କରିବାକୁ କମ୍ପାନୀ ପ୍ରସ୍ତୁତି ଚଳାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଗୁଗଲ ପକ୍ଷରୁ, ଗୁଗଲ ରିଭ୍ୟୁଜ୍‌ ଆଣ୍ଡ ଡେଭଲୋପମେଣ୍ଟ ବ୍ୟବହାର କରାଯାଉଛି। ଏହାଦ୍ବାରା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ପରଖାଯିବ। ଏକ ନିର୍ଦ୍ଧିଷ୍ଟ ମାପଦଣ୍ଡରୁ ତଳକୁ ଯଦି କୌଣସି କର୍ମଚାରୀଙ୍କୁ ପ୍ରଦର୍ଶନ ରହିଥାଏ ତେବେ ସେମାନଙ୍କୁ କମ୍ପାନୀ ଚାକିରୀରୁ ବିଦା କରିପାରେ। ଖର୍ଚ୍ଚ କାଟ୍‌ କରିବା ପାଇଁ ମଧ୍ୟ ଗୁଗଲ କିଛି କର୍ମଚାରୀଙ୍କୁ ଛଟେଇ କରିବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଉଛି। ଯାହାକି ଅନ୍ୟ ଆଇଟି କମ୍ପାନୀମାନେ ବହୁ ପୂର୍ବରୁ ଆରମ୍ଭ କରିସାରିଛନ୍ତି। ବର୍ଷ ୨୦୨୨ରେ ଅନେକ କମ୍ପାନୀ, କର୍ମଚାରୀଙ୍କୁ ବିନା କାରଣ ଦର୍ଶାଅ ନୋଟିସରେ ବାହାର କରିଦେଇଛନ୍ତି। କେବଳ ନଭେମ୍ବର ମାସରେ ଆଇଟି କମ୍ପାନୀମାନେ ପ୍ରାୟ ୪୫ ହଜାର କର୍ମଚାରୀଙ୍କୁ ବିଦା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର