Gold Rate Today: ହୁ ହୁ ହୋଇ ବଢୁଛି ସୁନା ଦର, ପ୍ରଥମ ଥର ପାଇଁ ୧୦ଗ୍ରାମକୁ ଦେଢ଼ଲକ୍ଷ ଟପିଲା ସୁନା ଦାମ୍

Madhusudan Das Picture
Published On

ଭୁବନେଶ୍ୱର: ସୁନା ଦର ଆକାଶଛୁଆଁ । ହୁ ହୁ ହୋଇ ବଢୁଛି ସୁନା ଦର । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ୧୦ଗ୍ରାମ ସୁନାର ଦର ଦେଢ ଲକ୍ଷ ଟପିଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ରେଟ୍ ରହିଛି ୧ଲକ୍ଷ ୫୭ହଜାର ୨୬୦ ଟଙ୍କା। ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ରହିଛି ୧ ଲକ୍ଷ ୪୪ ହଜାର ୧୫୦ ଟଙ୍କା। ଦିନକୁ ଦିନ ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ବିବାହ ସିଜନରେ ମଧ୍ୟବିତ୍ତ ପରିବାର ଉପରେ ପ୍ରହାର ହୋଇଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିବା ଫଳରେ ଆମ ଦେଶରେ ସୁନା ଦାମ ଅଧିକ ବଢ଼ୁଛି। ସେହିଭଳି ସେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଲୋକେ ସୁନାରେ ପଇସା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ବଢିବାରେ ଲାଗିଛି ମୂଲ୍ୟ । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଏହା ୧.୫ ଲକ୍ଷ ଟଙ୍କା ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ୩୦ ହଜାର ଲାଞ୍ଚ ନେଇ ଧରାପଡିଲେ ଖଣି ଉପନିର୍ଦ୍ଦେଶକ: ଘରୁ ମିଳିଲା ୪ କୋଟି ଟଙ୍କା, ଟ୍ରଲି ବ୍ୟାଗ୍ ଓ ଆଲମିରାରେ ଥାକ ଥାକ ନୋଟ୍

ଆମେରିକା ଏବଂ ୟୁରୋପ ମଧ୍ୟରେ ଗମ୍ଭୀର ହେବାରେ ଲାଗିଥିବା କୂଟନୈତିକ ଏବଂ ବାଣିଜ୍ୟ ଉତ୍ତେଜନା ବର୍ତ୍ତମାନ ବିଶ୍ୱ ଆର୍ଥିକ ବଜାରକୁ ସିଧାସଳଖ ପ୍ରଭାବିତ କରୁଛି। ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ଆମେରିକାର ଆକ୍ରମଣାତ୍ମକ ରଣନୀତି ଏବଂ ୟୁରୋପୀୟ ଦେଶଗୁଡ଼ିକ ଉପରେ ସମ୍ଭାବ୍ୟ ଶୁଳ୍କ ଲାଗୁ ଧମକ ନିବେଶକଙ୍କ ଚିନ୍ତା ବଢ଼ାଇଛି। ଏହି ଅନିଶ୍ଚିତ ପରିବେଶରେ ସୁରକ୍ଷିତ ନିବେଶ ଭାବରେ ବିବେଚିତ ସୁନା ଏବଂ ରୂପାର ଚାହିଦା ବୃଦ୍ଧି ପାଇଛି, ଯାହା ଉଭୟ ଧାତୁକୁ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚାଇଛି। ବଜାର ବିଶେଷଜ୍ଞଙ୍କ ମତରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ବାଣିଜ୍ୟ ଯୁଦ୍ଧର ସମ୍ଭାବନା ଭବିଷ୍ୟତରେ ବଜାର ଦିଗ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଆହୁରି ପଢ଼ନ୍ତୁ: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp