ଦୀପାବଳି ପରେ ସୁନା ୪ ହଜାର ମହଙ୍ଗା, ନ୍ୟୁୟର୍କଠାରୁ ନୂଆଦିଲ୍ଲୀ ଯାଏ ବଢ଼ୁଛି ଦର

The Sakala Picture
Published On

ନୂଆଦିଲ୍ଲୀ: ଦେଶର ଫ୍ୟୁଚର ବଜାରରେ ବର୍ତ୍ତମାନ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଫ୍ୟୁଚର ବଜାରରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୪ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ତେବେ ଆଗାମୀ ଦିନରେ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ଜାରି ରହିପାରେ। ନ୍ୟୁୟର୍କଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସୁନା ଦର ବୃଦ୍ଧି ପାଉଛି। ବିଶ୍ବ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୧୦୦ ଡଲାର ଅତିକ୍ରମ କରିଯାଇଛି। ଏହାର […]

ନୂଆଦିଲ୍ଲୀ: ଦେଶର ଫ୍ୟୁଚର ବଜାରରେ ବର୍ତ୍ତମାନ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଫ୍ୟୁଚର ବଜାରରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୪ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ତେବେ ଆଗାମୀ ଦିନରେ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ଜାରି ରହିପାରେ। ନ୍ୟୁୟର୍କଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସୁନା ଦର ବୃଦ୍ଧି ପାଉଛି। ବିଶ୍ବ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୧୦୦ ଡଲାର ଅତିକ୍ରମ କରିଯାଇଛି। ଏହାର ପ୍ରଭାବ ସ୍ବରୂପ ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪ ହଜାର ଟଙ୍କା ଏବଂ ରୁପା ୭୮ ହଜାର ଟଙ୍କା ଅତିକ୍ରମ କରିଛି। ଯଦି ବିଶେଷଜ୍ଞମାନଙ୍କ ଆକଳନକୁ ବିଶ୍ବାସ କରାଯାଏ, ତେବେ ଚଳିତବର୍ଷ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ। ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ ପ୍ରାୟ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮,୦୦୦ ଟଙ୍କା ଅତିକ୍ରମ କରିଥିବାବେଳେ ରୁପା ରେକର୍ଡ ୮୦ ହଜାର ଟଙ୍କା ଟପିଯାଇଛି। ତେବେ ଦୀପାବଳି ପରେ ବଜାରରେ ସୁନା ୪ ହଜାର ମହଙ୍ଗା ହୋଇଥିବା ଜଣାପଡିଛି। କାରଣ ଦୀପାବଳି ପୂର୍ବରୁ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୨,୦୦୦ ଟଙ୍କା ସ୍ତରରେ ରହିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧହାରରେ ହ୍ରାସ ଘଟାଇବା ନେଇ ଏହାର ଅଧ୍ୟକ୍ଷ ଜେରୋମି ପାୱେଲ ସୂଚନା ଦେବା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ନେଇ ବିଶ୍ବ ବଜାରରେ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି, ଯାହାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି। ରାଜଧାନୀ ନୂଆଦିଲ୍ଲୀରେ ସୋମବାର ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮,୪୫୦ ଟଙ୍କା ରହିଥିବା ଭୁବନେଶ୍ବରରେ ଏହା ୫୮,୭୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ନୂଆଦିଲ୍ଲୀରେ ରୁପା ମୂଲ୍ୟ କିଲୋ ପିଛା ରେକର୍ଡ ୮୦,୫୦୦ ଟଙ୍କାରେ ପହଞ୍ଚିଛି। ଭୁବନଶ୍ବରରେ ରୁପା କିଲୋ ପିଛା ରେକର୍ଡ ୮୦ ହଜାର ଟଙ୍କାରେ ପହଞ୍ଚିଛି। ଆଗକୁ ବିବାହ ଋତୁ ଥିବାରୁ ସୁନା ଗହଣା ମୂଲ୍ୟ ଆହୁରି ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞମାେନ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

05 Dec 2023 By The Sakala

ଦୀପାବଳି ପରେ ସୁନା ୪ ହଜାର ମହଙ୍ଗା, ନ୍ୟୁୟର୍କଠାରୁ ନୂଆଦିଲ୍ଲୀ ଯାଏ ବଢ଼ୁଛି ଦର

ନୂଆଦିଲ୍ଲୀ: ଦେଶର ଫ୍ୟୁଚର ବଜାରରେ ବର୍ତ୍ତମାନ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଫ୍ୟୁଚର ବଜାରରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୪ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ତେବେ ଆଗାମୀ ଦିନରେ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ଜାରି ରହିପାରେ। ନ୍ୟୁୟର୍କଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସୁନା ଦର ବୃଦ୍ଧି ପାଉଛି। ବିଶ୍ବ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୧୦୦ ଡଲାର ଅତିକ୍ରମ କରିଯାଇଛି। ଏହାର ପ୍ରଭାବ ସ୍ବରୂପ ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪ ହଜାର ଟଙ୍କା ଏବଂ ରୁପା ୭୮ ହଜାର ଟଙ୍କା ଅତିକ୍ରମ କରିଛି। ଯଦି ବିଶେଷଜ୍ଞମାନଙ୍କ ଆକଳନକୁ ବିଶ୍ବାସ କରାଯାଏ, ତେବେ ଚଳିତବର୍ଷ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ। ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ ପ୍ରାୟ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮,୦୦୦ ଟଙ୍କା ଅତିକ୍ରମ କରିଥିବାବେଳେ ରୁପା ରେକର୍ଡ ୮୦ ହଜାର ଟଙ୍କା ଟପିଯାଇଛି। ତେବେ ଦୀପାବଳି ପରେ ବଜାରରେ ସୁନା ୪ ହଜାର ମହଙ୍ଗା ହୋଇଥିବା ଜଣାପଡିଛି। କାରଣ ଦୀପାବଳି ପୂର୍ବରୁ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୨,୦୦୦ ଟଙ୍କା ସ୍ତରରେ ରହିଥିଲା।

ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧହାରରେ ହ୍ରାସ ଘଟାଇବା ନେଇ ଏହାର ଅଧ୍ୟକ୍ଷ ଜେରୋମି ପାୱେଲ ସୂଚନା ଦେବା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ନେଇ ବିଶ୍ବ ବଜାରରେ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି, ଯାହାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି। ରାଜଧାନୀ ନୂଆଦିଲ୍ଲୀରେ ସୋମବାର ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮,୪୫୦ ଟଙ୍କା ରହିଥିବା ଭୁବନେଶ୍ବରରେ ଏହା ୫୮,୭୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ନୂଆଦିଲ୍ଲୀରେ ରୁପା ମୂଲ୍ୟ କିଲୋ ପିଛା ରେକର୍ଡ ୮୦,୫୦୦ ଟଙ୍କାରେ ପହଞ୍ଚିଛି। ଭୁବନଶ୍ବରରେ ରୁପା କିଲୋ ପିଛା ରେକର୍ଡ ୮୦ ହଜାର ଟଙ୍କାରେ ପହଞ୍ଚିଛି। ଆଗକୁ ବିବାହ ଋତୁ ଥିବାରୁ ସୁନା ଗହଣା ମୂଲ୍ୟ ଆହୁରି ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞମାେନ ଆକଳନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର