ରେକର୍ଡ ସ୍ତରରେ ସୁନା ଦର, ୧୦ ଗ୍ରାମ ପିଛା ଲକ୍ଷେ ୨୭ ଛୁଇଁଲା ୨୨ କ୍ୟାରେଟ୍

Madhusudan Das Picture
Published On

ଭୁବନେଶ୍ୱର: ସୁନା ଦରରେ ଲାଗିଛି ନିଆଁ । ଆଜି ରେକର୍ଡ ସ୍ତରରେ ସୁନା ଦର ଛୁଇଁଛି । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ଦର । ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୨୪ ଶହ ଟଙ୍କା ବୃଦ୍ଧି ହୋଇଛି । ଦର ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୧ ଲକ୍ଷ ୩୮ ହଜାର ୫ଶହ ୫୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ ୨୨ ଶହ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୨୭ ହଜାର ଟଙ୍କା ହୋଇଛି । 

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ସୁନାଦର ଅନ୍ତରାଷ୍ଟ୍ରୀୟ ବଜାରରେ ବଢ଼ିବାରୁ ଡଲାର ତୁଳନାରେ ଟଙ୍କାର ବିନିମୂଲ୍ୟ ଆଶାତୀତ ଭାବେ ହ୍ରାସ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗତକାଲି ଟଙ୍କା ମୂଲ୍ୟରେ କିଛିଟା ସୁଧାର ଆସିଥିଲା । ଆଜି ସୁନାଦର ବଢ଼ିବାରୁ ଟଙ୍କା ବିନିମୂଲ୍ୟ ହ୍ରାସ ଘଟି ୧ ଲକ୍ଷ ପାର କରିବା ନେଇ ସମୀକ୍ଷକ ଆକଳନ କରିଛନ୍ତି । ଏପରିକି କେତେକ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁମାନ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ରେକର୍ଡ଼ ସ୍ତରରେ ହ୍ରାସ ଘଟିବ । ଏପରିକି ଡଲାର ତୁଳନାରେ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇପାରେ । ଏହାର ଅର୍ଥ ଗୋଟିଏ ଆମେରିକୀୟ ଡଲାର କିଣିବାକୁ ହେଲା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ବଜାର ବିଶେଷଜ୍ଞଙ୍କ ମତରେ ଆଗାମୀ ବର୍ଷ ସୁନା ଏବଂ ରୁପା ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ରିଟର୍ଣ୍ଣ ଦୃଷ୍ଟିରୁ, ଗତ ୧୦ ବର୍ଷ ମଧ୍ୟରେ ୨୦୨୫ ଉଭୟ ସୁନା ଓ ରୁପା ପାଇଁ ସର୍ବୋତ୍ତମ ବର୍ଷ ପ୍ରମାଣିତ ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକା ଫେଡେରାଲ୍ ରିଜର୍ଭ ସୁଧ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ରୁପା ବିଶ୍ୱ ବଜାରରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା କରିଛି। ଚଳିତବର୍ଷ ରୁପା ମୂଲ୍ୟରେ ମଧ୍ୟ ପ୍ରାୟ ୧୦୦% ବୃଦ୍ଧି ଦେଖାଯାଇଛି।  ବିଶେଷଜ୍ଞମାନେ କୁହନ୍ତି ଯେ ବର୍ତ୍ତମାନର ଉଚ୍ଚ ସ୍ତର ସତ୍ତ୍ୱେ, ନିବେଶକମାନଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଦୀର୍ଘକାଳୀନ ନିବେଶକମାନଙ୍କ ପାଇଁ ଧୀରେ ଧୀରେ କିଣିବା ପାଇଁ ଏହା ଏକ ଭଲ ସୁଯୋଗ ହୋଇପାରେ। 

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

23 Dec 2025 By Madhusudan Das

ରେକର୍ଡ ସ୍ତରରେ ସୁନା ଦର, ୧୦ ଗ୍ରାମ ପିଛା ଲକ୍ଷେ ୨୭ ଛୁଇଁଲା ୨୨ କ୍ୟାରେଟ୍

ଭୁବନେଶ୍ୱର: ସୁନା ଦରରେ ଲାଗିଛି ନିଆଁ । ଆଜି ରେକର୍ଡ ସ୍ତରରେ ସୁନା ଦର ଛୁଇଁଛି । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ଦର । ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୨୪ ଶହ ଟଙ୍କା ବୃଦ୍ଧି ହୋଇଛି । ଦର ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୧ ଲକ୍ଷ ୩୮ ହଜାର ୫ଶହ ୫୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ ୨୨ ଶହ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୨୭ ହଜାର ଟଙ୍କା ହୋଇଛି । 

ସୁନାଦର ଅନ୍ତରାଷ୍ଟ୍ରୀୟ ବଜାରରେ ବଢ଼ିବାରୁ ଡଲାର ତୁଳନାରେ ଟଙ୍କାର ବିନିମୂଲ୍ୟ ଆଶାତୀତ ଭାବେ ହ୍ରାସ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗତକାଲି ଟଙ୍କା ମୂଲ୍ୟରେ କିଛିଟା ସୁଧାର ଆସିଥିଲା । ଆଜି ସୁନାଦର ବଢ଼ିବାରୁ ଟଙ୍କା ବିନିମୂଲ୍ୟ ହ୍ରାସ ଘଟି ୧ ଲକ୍ଷ ପାର କରିବା ନେଇ ସମୀକ୍ଷକ ଆକଳନ କରିଛନ୍ତି । ଏପରିକି କେତେକ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁମାନ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ରେକର୍ଡ଼ ସ୍ତରରେ ହ୍ରାସ ଘଟିବ । ଏପରିକି ଡଲାର ତୁଳନାରେ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇପାରେ । ଏହାର ଅର୍ଥ ଗୋଟିଏ ଆମେରିକୀୟ ଡଲାର କିଣିବାକୁ ହେଲା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ।

ବଜାର ବିଶେଷଜ୍ଞଙ୍କ ମତରେ ଆଗାମୀ ବର୍ଷ ସୁନା ଏବଂ ରୁପା ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ରିଟର୍ଣ୍ଣ ଦୃଷ୍ଟିରୁ, ଗତ ୧୦ ବର୍ଷ ମଧ୍ୟରେ ୨୦୨୫ ଉଭୟ ସୁନା ଓ ରୁପା ପାଇଁ ସର୍ବୋତ୍ତମ ବର୍ଷ ପ୍ରମାଣିତ ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକା ଫେଡେରାଲ୍ ରିଜର୍ଭ ସୁଧ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ରୁପା ବିଶ୍ୱ ବଜାରରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା କରିଛି। ଚଳିତବର୍ଷ ରୁପା ମୂଲ୍ୟରେ ମଧ୍ୟ ପ୍ରାୟ ୧୦୦% ବୃଦ୍ଧି ଦେଖାଯାଇଛି।  ବିଶେଷଜ୍ଞମାନେ କୁହନ୍ତି ଯେ ବର୍ତ୍ତମାନର ଉଚ୍ଚ ସ୍ତର ସତ୍ତ୍ୱେ, ନିବେଶକମାନଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଦୀର୍ଘକାଳୀନ ନିବେଶକମାନଙ୍କ ପାଇଁ ଧୀରେ ଧୀରେ କିଣିବା ପାଇଁ ଏହା ଏକ ଭଲ ସୁଯୋଗ ହୋଇପାରେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର