କଂଗ୍ରେସରୁ ‘ଆଜାଦ’ ହେବା ପରେ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କଲେ ଗୁଲାମ ନବୀ, ଜାମ୍ମୁ କାଶ୍ମୀରରେ କଲେ ବିରାଟ ରାଲି

The Sakala Picture
Published On

ଶ୍ରୀନଗର : କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ଜମ୍ମୁ ଓ କଶ୍ମୀରରେ ବିରାଟ ରାଲି କରି ନିଜସ୍ବ ଦଳର ପ୍ରଥମ ୟୁନିଟ୍‌ ଆରମ୍ଭ କରି ନୂତନ ରାଜନୈତିକ ଜୀବନର ଅୟମାରମ୍ଭ କରିଛନ୍ତି ଆଜାଦ। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ […]

ଶ୍ରୀନଗର : କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ଜମ୍ମୁ ଓ କଶ୍ମୀରରେ ବିରାଟ ରାଲି କରି ନିଜସ୍ବ ଦଳର ପ୍ରଥମ ୟୁନିଟ୍‌ ଆରମ୍ଭ କରି ନୂତନ ରାଜନୈତିକ ଜୀବନର ଅୟମାରମ୍ଭ କରିଛନ୍ତି ଆଜାଦ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଆଜି ୧୧ଟା ବେଳେ ଜମ୍ମୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ସମର୍ଥକମାନେ ୭୩ ବର୍ଷିୟ ଆଜାଦ୍‌ଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ସେଠାରୁ ସୈନିକ ଫାର୍ମ ଯାଇ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ସେହି ସଭାସ୍ଥଳରେ ହିଁ ଆଜାଦ୍‌ ତାଙ୍କ ନୂଆ ଦଳ ନେଇ ଲୋକଙ୍କୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

ସେ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ନୂଆ ରାଜନୈତିକ ଦଳର ନାମ ଚୂଡାନ୍ତ ହୋଇନାହିଁ। କିନ୍ତୁ ଜାମ୍ମୁ କାଶ୍ମୀରର ଲୋକ ଦଳର ନାମ ଓ ପତାକା ଚୂଡନ୍ତ କରିବେ। ମୁଁ ମୋ ଦଳର ନାମ ହିନ୍ଦୁସ୍ତାନୀ ନାମ ରଖିବି, ଯାହାକୁ ସମସ୍ତେ ବୁଝି ପାରିବେ।’ ମୁଁ ବର୍ତ୍ତମାନ ଦିଲ୍ଲୀରେ ବସି ଆପଣମାନଙ୍କ ପାଇଁ କୌଣସି ଆଦେଶ ଦେବି ନାହିଁ। ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳରୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ତାଙ୍କ ଦଳର ମୂଳ ଲକ୍ଷ୍ୟ ରହିବ। ଏବା ବ୍ୟତୀତ ଜାମ୍ମୁ କାଶ୍ମୀର ଯୁବପିଢିଙ୍କୁ ନିଜ ମାଟିକୁ ଫେରାଇ ଆଣିବା ସହ ସେମାନଙ୍କୁ ନିଯୁକ୍ତି ଦେବାକୁ ଦଳ କାର୍ଯ୍ୟ କରିବ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ଅନ୍ୟପଟେ ଏହି ରାଲିରେ ଦଳର ଏଜେଣ୍ଡା ବିଷୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ। ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତି ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ। ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର। ଜମ୍ମୁକଶ୍ମୀରରେ ଅନେକ ପର୍ୟ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ସୂଚନାଯୋଗ୍ୟ ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ ରେ ଇସ୍ତଫା ଦେଇଥିଲେ ଏବଂ କଂଗ୍ରେସ ସହିତ ତାଙ୍କର ୫୦ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିଥିଲେ। ଇସ୍ତଫା ସହିତ ସେ କଂଗ୍ରେସ ଦଳର ଅବନତି ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଥିଲେ ଯେ ଯେବେଠାରୁ କଂଗ୍ରେସର ଶକ୍ତି ରାହୁଲ ଗାନ୍ଧୀଙ୍କ ହାତକୁ ଆସିଛି, ସେବେଠାରୁ ଦଳ କ୍ରମାଗତ ଭାବେ ଅବନତି ଆଡକୁ ଗତି କରୁଛି। ଏଥିପାଇଁ ରାହୁଲ ଗାନ୍ଧୀଙ୍କ ପିଲାଳିଆମି କାର୍ଯ୍ୟ ଦାୟୀ । ଇସ୍ତଫା ଦେବା ପରେ ସେ ଏକ ନୂତନ ଦଳ ଗଠନ କରିବାକୁ ଘୋଷଣା ମଧ୍ୟ କରିଥିଲେ।

04 Sep 2022 By The Sakala

କଂଗ୍ରେସରୁ ‘ଆଜାଦ’ ହେବା ପରେ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କଲେ ଗୁଲାମ ନବୀ, ଜାମ୍ମୁ କାଶ୍ମୀରରେ କଲେ ବିରାଟ ରାଲି

ଶ୍ରୀନଗର : କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ଜମ୍ମୁ ଓ କଶ୍ମୀରରେ ବିରାଟ ରାଲି କରି ନିଜସ୍ବ ଦଳର ପ୍ରଥମ ୟୁନିଟ୍‌ ଆରମ୍ଭ କରି ନୂତନ ରାଜନୈତିକ ଜୀବନର ଅୟମାରମ୍ଭ କରିଛନ୍ତି ଆଜାଦ।

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଆଜି ୧୧ଟା ବେଳେ ଜମ୍ମୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ସମର୍ଥକମାନେ ୭୩ ବର୍ଷିୟ ଆଜାଦ୍‌ଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ସେଠାରୁ ସୈନିକ ଫାର୍ମ ଯାଇ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ସେହି ସଭାସ୍ଥଳରେ ହିଁ ଆଜାଦ୍‌ ତାଙ୍କ ନୂଆ ଦଳ ନେଇ ଲୋକଙ୍କୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ନୂଆ ରାଜନୈତିକ ଦଳର ନାମ ଚୂଡାନ୍ତ ହୋଇନାହିଁ। କିନ୍ତୁ ଜାମ୍ମୁ କାଶ୍ମୀରର ଲୋକ ଦଳର ନାମ ଓ ପତାକା ଚୂଡନ୍ତ କରିବେ। ମୁଁ ମୋ ଦଳର ନାମ ହିନ୍ଦୁସ୍ତାନୀ ନାମ ରଖିବି, ଯାହାକୁ ସମସ୍ତେ ବୁଝି ପାରିବେ।’ ମୁଁ ବର୍ତ୍ତମାନ ଦିଲ୍ଲୀରେ ବସି ଆପଣମାନଙ୍କ ପାଇଁ କୌଣସି ଆଦେଶ ଦେବି ନାହିଁ। ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳରୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ତାଙ୍କ ଦଳର ମୂଳ ଲକ୍ଷ୍ୟ ରହିବ। ଏବା ବ୍ୟତୀତ ଜାମ୍ମୁ କାଶ୍ମୀର ଯୁବପିଢିଙ୍କୁ ନିଜ ମାଟିକୁ ଫେରାଇ ଆଣିବା ସହ ସେମାନଙ୍କୁ ନିଯୁକ୍ତି ଦେବାକୁ ଦଳ କାର୍ଯ୍ୟ କରିବ।

ଅନ୍ୟପଟେ ଏହି ରାଲିରେ ଦଳର ଏଜେଣ୍ଡା ବିଷୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ। ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତି ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ। ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର। ଜମ୍ମୁକଶ୍ମୀରରେ ଅନେକ ପର୍ୟ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ସୂଚନାଯୋଗ୍ୟ ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ ରେ ଇସ୍ତଫା ଦେଇଥିଲେ ଏବଂ କଂଗ୍ରେସ ସହିତ ତାଙ୍କର ୫୦ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିଥିଲେ। ଇସ୍ତଫା ସହିତ ସେ କଂଗ୍ରେସ ଦଳର ଅବନତି ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଥିଲେ ଯେ ଯେବେଠାରୁ କଂଗ୍ରେସର ଶକ୍ତି ରାହୁଲ ଗାନ୍ଧୀଙ୍କ ହାତକୁ ଆସିଛି, ସେବେଠାରୁ ଦଳ କ୍ରମାଗତ ଭାବେ ଅବନତି ଆଡକୁ ଗତି କରୁଛି। ଏଥିପାଇଁ ରାହୁଲ ଗାନ୍ଧୀଙ୍କ ପିଲାଳିଆମି କାର୍ଯ୍ୟ ଦାୟୀ । ଇସ୍ତଫା ଦେବା ପରେ ସେ ଏକ ନୂତନ ଦଳ ଗଠନ କରିବାକୁ ଘୋଷଣା ମଧ୍ୟ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର