ରେକର୍ଡ କଲେ ଗୌତମ ଆଦାନୀ : ପ୍ରଥମ ଏସୀୟ ବ୍ୟକ୍ତି ଭାବେ ହେଲେ ବିଶ୍ବର ତୃତୀୟ ଧନୀ

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ଏହା ସହ ସେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଏସୀୟ ମହାଦେଶର ବ୍ୟକ୍ତି ଭାବେ ବିଶ୍ବର ତୃତୀୟ ଧନୀ ତାଲିକାରେ ପହଞ୍ଚିଛନ୍ତି। ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ର ସୂଚନା ଅନୁସାରେ ଫ୍ରାନ୍ସର ବନାଡ୍‌ ଆଲନ୍‌ଙ୍କୁ ଅତିକ୍ରମ କରି ଭାରତୀୟ କୋଟିପତି ଗୌତମ ଅଦାନୀ ବିଶ୍ୱର ତୃତୀୟ ‌ଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି।ଶ୍ରେଷ୍ଠ ୩ଜଣଙ୍କ ମଧ୍ୟରେ ଜଣେ ଏସୀୟ […]

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ଏହା ସହ ସେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଏସୀୟ ମହାଦେଶର ବ୍ୟକ୍ତି ଭାବେ ବିଶ୍ବର ତୃତୀୟ ଧନୀ ତାଲିକାରେ ପହଞ୍ଚିଛନ୍ତି। ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ର ସୂଚନା ଅନୁସାରେ ଫ୍ରାନ୍ସର ବନାଡ୍‌ ଆଲନ୍‌ଙ୍କୁ ଅତିକ୍ରମ କରି ଭାରତୀୟ କୋଟିପତି ଗୌତମ ଅଦାନୀ ବିଶ୍ୱର ତୃତୀୟ ‌ଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି।ଶ୍ରେଷ୍ଠ ୩ଜଣଙ୍କ ମଧ୍ୟରେ ଜଣେ ଏସୀୟ ବ୍ୟକ୍ତି ସ୍ଥାନୀତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଚୀନ୍‌ ‘ଆଲିବାବା ଗ୍ରୁପ୍‌’ର ଜାକ୍‌ ମା’ଙ୍କ ଭଳି ଆହୁରି ଅନେକ ବିତ୍ତଶାଳୀ ଏସୀୟମାନେ ମଧ୍ୟ ଏ ସ୍ତରକୁ ଉଠିବାରେ ସମର୍ଥ ହୋଇ ନ ଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ର ସୂଚକାଙ୍କ ଅନୁଯାୟୀ ୧୩୭.୪ ବିଲିୟନ୍‌ ଡଲାର୍‌ ସମ୍ପତ୍ତି ସହ ଫ୍ରାନ୍‌ସ୍‌ର ବନାଡ୍‌ ଆନଲ୍‌ଙ୍କୁ ଅତିକ୍ରମ କରିଯାଇଥିବା ଗୌତମ ଆଦାନୀ ସମ୍ପ୍ରତି ରାଙ୍କିଙ୍ଗ୍‌ରେ ଏବେ ଆମେରିକାର ଏଲନ୍‌ମସ୍କ୍‌ ଏବଂ ଜେଫ୍‌ ବେଜୋସ୍‌ଙ୍କ ପଛରେ ରହିଛନ୍ତି। ଟେସଲା ମୁଖ୍ୟ ତଥା ବିଶର ସବୁଠାରୁ ଧନୀ ଏଲନ୍‌ମସ୍କ୍‌ଙ୍କ ସମ୍ପତ୍ତି ୨୫୧ ବିଲିୟନ ଡ଼ଲାର୍ ହୋଇଥିବାବେଳେ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସଙ୍କ ସମ୍ପତ୍ତି ୧୫୩ ବିଲିୟନ ଡ଼ଲାର ଅଟେ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଫ୍ରାନ୍ସର ବନାଡ୍‌ ଆଲନ୍‌ ଯାହାଙ୍କୁ ଅତିକ୍ରମ କରି ଗୌତମ ଆଦାନୀ ବିଶ୍ବର ତୃତୀୟ ଧନୀ ହୋଇଛନ୍ତି ସେ ଫ୍ରାନ୍‌ସ୍‌ର ପ୍ରସିଦ୍ଧ ବ୍ୟବସାୟୀ, ନିବେଶକ ଏବଂ ଚିତ୍ରକଳା ସଂଗ୍ରାହକ। ବିଶ୍ବର ବୃହତ୍ତମ ସୌଖୀନ ସାମଗ୍ରୀ କମ୍ପାନି ‘ଏଲ୍‌ଭିଏମ୍‌ଏଚ୍‌ ମୋଇଟ୍‌ ହେନ୍‌ସି-ଲୁଇ ଭୁଇଟୋ’ର ସହସଂସ୍ଥାପକ, ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଗୌତମ ଆଦାନୀଙ୍କ ପାଇଁ ସଫଳ ବର୍ଷ ୨୦୨୨

ଭାରତୀୟ କୋଟିପତି ଗୌତମ ଅଦାନୀଙ୍କ ପାଇଁ ୨୦୨୨ ମସିହା ବେଶ ସଫଳଦାୟକ ହେବାରେ ଲାଗିଛି। ଚଳିତ ବର୍ଷ ସେ ସଫଳାତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛନ୍ତି। ଚଳିତ ବର୍ଷ ସେ ଭାରତର ପ୍ରଥମ ଧନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇବା ସହ ଦେଶର ନମ୍ବର ୧ ଧନୀ ସହ ଏସୀୟାରେ ମଧ୍ୟ ଶ୍ରେଷ୍ଠ ବିତ୍ତଶାଳୀ ହୋଇଥିଲେ। ଏହାପରେ ବିଶ୍ବର ଜଣେ ପରେ ଜଣେ ଧନୀଙ୍କୁ ପଛରେ ପକାଇ ବର୍ତ୍ତମାନ ସୁଦ୍ଧା ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

ରୋଷେଇ ଘରଠାରୁ ବିମାନ ବନ୍ଦର ଏବଂ ବିଦ୍ୟୁତ କ୍ଷେତ୍ର ସବୁଠି ନିଜର ଉପସ୍ଥିତି ଜାହିର କରିପାରିଥିବା ଆଦାନୀ ଗ୍ରୁଫ୍‌ ବେଶ ସଫଳ ହେବାରେ ଲାଗିଛି। ଦେଶରେ ଆଦାନିଙ୍କର ବିଭିନ୍ନ ବ୍ୟବସାୟ ରହିଛି । ଫୁଡ ପ୍ରୋସେସିଂ ୟୁନିଟ, ବିମାନ ବନ୍ଦର ପରିଚାଳନା, ରୋଡ୍ ଆଣ୍ଡ ଟ୍ରାନ୍ସପୋର୍ଟ ଆଦି ମୁଖ୍ୟ କମ୍ପାନୀ ରହିଛି । ଏହାରି ଭିତରେ ଗ୍ରୀନ ଏନର୍ଜି, ଗ୍ୟାସ, ଶକ୍ତି, ସୌର ଶକ୍ତି, ଥର୍ମାଲ, ଡାଟା ସେଂଟର ଆଦି ରହିଛି । ଗୁଜରାଟ ଅହମଦାବାଦରେ ରହିଛି ଏହି କମ୍ପାନୀର ମୁଖ୍ୟ ଅଫିସ । ଆଦାନି ଗ୍ରୁପ ପ୍ରଥମେ ମାଇନ୍ସ ଏବଂ କୋଇଲା କାରବାରରୁ ବ୍ୟବସାୟ ଆରମ୍ଭ କରିଥିଲା ।

ଗୌତମ ଆଦାନୀଙ୍କ ଜୀବନ ଯାତ୍ରା 

ଗୌତମ ଆଦାନୀ ୨୪ ଜୁନ୍ ୧୯୬୨ ରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ପରିବାର ଅହମ୍ମଦାବାଦର ପୋଲ ଅଞ୍ଚଳରେ ଶେଥ୍‌ ଚୋଳରେ ରହୁଥିଲେ। ଗୁଜୁରାଟ ୟୁନିଭରସିଟିରୁ ବି.କମ୍ ଅଧ୍ୟୟନ କରିବା ପରେ  ଗୌତମ ଆଦାନୀ ବ୍ୟବସାୟ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ ଏବଂ ଏଠାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ସେ ୧୯୭୮ ରେ ହୀରା ବଜାରରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସେତେବେଳେ ବ୍ୟବସାୟ ଏତେ ଭଲ ଚାଲିନଥିଲା। କିନ୍ତୁ ୧୯୮୧ ମସିହାରେ ଗୌତମ ଆଦାନୀଙ୍କ ଭାଗ୍ୟ ଖୋଲିଥିଲା। ଯେତେବେଳେ ତାଙ୍କ ବଡ ଭାଇ ତାଙ୍କୁ ପ୍ଲାଷ୍ଟିକ ବ୍ୟବସାୟରେ ଯୋଗଦେବା ପାଇଁ ଅହମ୍ମଦାବାଦକୁ ଡାକିଲେ । ଏହା ପରେ ୧୯୮୮ ରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ବୃଦ୍ଧି ଘଟିଥିଲା, ଯାହା ଥର୍ମାଲ,କୃଷିଜାତ ଦ୍ରବ୍ୟ ଏବଂ ବସ୍ତ୍ର ପରି ଦ୍ରବ୍ୟରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲା ​​।

୧୯୯୧ ପରେ ଆଉ ପଛକୁ ଚାହିଁ ନାହାନ୍ତି ଗୌତମ ଆଦାନୀ

୧୯୯୧ ରେ ଅର୍ଥନୈତିକ ସଂସ୍କାର ହେତୁ, ଆଦାନୀ ଗୋଷ୍ଠୀର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଲା ଏବଂ ସେମାନେ ବହୁରାଷ୍ଟ୍ରୀୟ ବ୍ୟବସାୟୀ ଭାବରେ ଉଭା ହେଲେ । ୧୯୯୫ ଗୌତମ ଆଦାନୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ପ୍ରମାଣିତ ହେଲା, ଯେତେବେଳେ ତାଙ୍କ କମ୍ପାନୀ ମୁଣ୍ଡ୍ରା ବନ୍ଦର ପରିଚାଳନା ପାଇଁ ଚୁକ୍ତିନାମା ପାଇଲା | ଗୌତମ ଆଦାନୀ ତାଙ୍କ ବ୍ୟବସାୟର ବିବିଧକରଣ ଜାରି ରଖିଥିଲେ ଏବଂ ୧୯୯୬ ରେ ଆଦାନୀ ପାୱାର ଲିମିଟେଡ୍ ଆରମ୍ଭ ହୋଇଥିଲା। ୧୦ ବର୍ଷ ପରେ, କମ୍ପାନୀ ବିଦ୍ୟୁତ୍ ଉତ୍ପାଦନ ବ୍ୟବସାୟରେ ପ୍ରବେଶ କଲା । ଏହା ପରେ, ସେ ପଛକୁ ଚାହିଁ ନଥିଲେ ଏବଂ ଘରୋଇ ରାସନରୁ କୋଇଲା ଖଣି, ରେଳବାଇ ,ବିମାନବନ୍ଦର ଏବଂ ବନ୍ଦର ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସାୟରେ ନିଜର ଉପସ୍ଥିତି ଜାହିର କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର