ଫ୍ଲିପକାର୍ଟ ଏବଂ ଆମାଜନ ରିପବ୍ଲିକ୍ ଡେ ସେଲ୍ : ମୋବାଇଲରେ ୪୦%, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୭୦% ରିଆତି

The Sakala Picture
Published On

ନୂଆଦିଲ୍ଲୀ : ଫ୍ଲିପକାର୍ଟ ଏବଂ ଆମାଜନ ପକ୍ଷରୁ ରିପବ୍ଲିକ୍ ସେଲ୍ ଘୋଷଣା କରିଛି । ଆମାଜନ୍ ଏହି ସେଲ୍‌କୁ ଗ୍ରେଟ୍ ରିପବ୍ଲିକ୍ ଡେଜ୍ ସେଲ୍ ନାମରେ ନାମିତ କରିଛି ଯାହା ଜାନୁଆରୀ ୧୭ ରୁ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଚାଲିବ | ତଥାପି ପ୍ରାଇମ ସଦସ୍ୟମାନେ କେବଳ ଜାନୁଆରୀ ୧୬ ରୁ ଏହି ସେଲ୍‌କୁ ପାଇବାରେ ସକ୍ଷମ ହେବେ। ଏଥ୍‌ସହିତ ଫ୍ଲିପକାର୍ଟ ବିକ୍ରିର ନାମ ହେଉଛି ବିଗ୍ ସେଭିଙ୍ଗ୍ ଡେ ସେଲ୍। ଏହା ମଧ୍ୟ ଜାନୁଆରୀ ୧୭ […]

ନୂଆଦିଲ୍ଲୀ : ଫ୍ଲିପକାର୍ଟ ଏବଂ ଆମାଜନ ପକ୍ଷରୁ ରିପବ୍ଲିକ୍ ସେଲ୍ ଘୋଷଣା କରିଛି । ଆମାଜନ୍ ଏହି ସେଲ୍‌କୁ ଗ୍ରେଟ୍ ରିପବ୍ଲିକ୍ ଡେଜ୍ ସେଲ୍ ନାମରେ ନାମିତ କରିଛି ଯାହା ଜାନୁଆରୀ ୧୭ ରୁ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଚାଲିବ | ତଥାପି ପ୍ରାଇମ ସଦସ୍ୟମାନେ କେବଳ ଜାନୁଆରୀ ୧୬ ରୁ ଏହି ସେଲ୍‌କୁ ପାଇବାରେ ସକ୍ଷମ ହେବେ। ଏଥ୍‌ସହିତ ଫ୍ଲିପକାର୍ଟ ବିକ୍ରିର ନାମ ହେଉଛି ବିଗ୍ ସେଭିଙ୍ଗ୍ ଡେ ସେଲ୍। ଏହା ମଧ୍ୟ ଜାନୁଆରୀ ୧୭ ରୁ ଆରମ୍ଭ ହେବ। କିନ୍ତୁ ଫ୍ଲିପକାର୍ଟର ଏହି ସେଲ୍ ଜାନୁୟାରୀ ୨୨ ରେ ଶେଷ ହେବ। ଫ୍ଲିପକାର୍ଟ ପ୍ଲସ୍ ସଦସ୍ୟମାନଙ୍କ ପାଇଁ ଏହି ସେଲ୍ ଜାନୁଆରୀ ୧୬ ରୁ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ ସେଲ୍‌ ସମୟରେ କ୍ରେତାମାନଙ୍କୁ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଉପରେ ୧୦% ରିହାତି ପ୍ରଦାନ କରାଯିବ। ତେବେ ବର୍ତ୍ତମାନ ସୁଦ୍ଧା ସ୍ମାର୍ଟଫୋନରେ ଉପଲବ୍ଧ ନିର୍ଦ୍ଦିଷ୍ଟ ଡିଲ୍ ବିଷୟରେ ଫ୍ଲିପକାର୍ଟ କିଛି କହିନାହିଁ। ତେବେ ପୋକୋ, ଆପଲ୍, ରିଅଲିଟି, ସାମସଙ୍ଗ ଏବଂ ଅନ୍ୟାନ୍ୟ ବ୍ରାଣ୍ଡରୁ ସ୍ମାର୍ଟଫୋନରେ ଗ୍ରାହକମାନେ ବମ୍ପର ରିଆତି ପାଇବେ । ଏହା ବ୍ୟତୀତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୮୦% ପର୍ଯ୍ୟନ୍ତ, ସ୍ମାର୍ଟ ୱାଚ୍ ଉପରେ ୬୦%, ଲାପଟପ୍‌ରେ ଗ୍ରାହକଙ୍କ ପାଇଁ ୪୦% ଅଫ୍ ରହିଛି।

ଆହୁରି ପଢ଼ନ୍ତୁ: ବଜାରରେ ୭୦ କୋଟିର ୨୦ ଟଙ୍କିଆ ଜାଲ୍‌ କଏନ୍, ପୁଲିସ କବଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୫ ସଦସ୍ୟ

ଆମାର୍ଜନ ‘ଗ୍ରେଟ୍ ରିପବ୍ଲିକ୍ ଡେ ସେଲ୍‌’ରେ ମୋବାଇଲ୍ ଏବଂ ଆସେସୋରିଜ୍ ଉପରେ ୪୦% ପର୍ଯ୍ୟନ୍ତ ଅଫର୍ ପ୍ରଦାନ କରୁଛି । ଯେଉଁମାନେ ଟିଭି କିଣିବାକୁ ଯୋଜନା କରୁଛନ୍ତି, ସେମାନେ ବର୍ତ୍ତମାନ ରେଡ୍‌ମି, ୱାନପ୍ଲସ୍‌, ସୋନି, ସାମସଙ୍ଗ, ମିଭଳି ଟପ୍‌ ବ୍ରାଣ୍ଡରେ ୬୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଇଲେକ୍ଟ୍ରୋନିକ୍ସ ଏବଂ ଆସେସୋରିଜ୍ ଦୃଷ୍ଟିରୁ ଇଣ୍ଟେଲ, ଏଚ୍‌ପି, ଲେନୋଭୋ, ଆସୁସ୍, ଡେଲ, ସାମସଙ୍ଗ, ଏଲଜି, ସୋନି ଭଳି ବ୍ରାଣ୍ଡରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର