ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ଜଣେ JCOଙ୍କ ସହ ୪ ଯବାନ ସହିଦ

The Sakala Picture
Published On

ନୂଆଦିଲ୍ଲୀ: ଲଦାଖରେ ଅଘଟଣ । ନଦୀରେ ଭାସିଗଲା ସେନା ଟ୍ୟାଙ୍କ। ନଦୀରେ ଅଧିକ ପାଣି ଆସିବାରୁ ସେନା ଟ୍ୟାଙ୍କ ଭାସି ଯାଇଥିଲା। ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଯାଇଥିଲା।  ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ JCO ଓ ଚାରି ଜଣ ଯବାନଙ୍କ ସମେତ ପାଞ୍ଚ ଜଣ ଭାରତୀୟ ସେନାକର୍ମଚାରୀ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ସେନାକର୍ମଚାରୀଙ୍କ ମୃତଦେହ ଉଦ୍ଧାର […]

ନୂଆଦିଲ୍ଲୀ: ଲଦାଖରେ ଅଘଟଣ । ନଦୀରେ ଭାସିଗଲା ସେନା ଟ୍ୟାଙ୍କ। ନଦୀରେ ଅଧିକ ପାଣି ଆସିବାରୁ ସେନା ଟ୍ୟାଙ୍କ ଭାସି ଯାଇଥିଲା। ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଯାଇଥିଲା।  ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ JCO ଓ ଚାରି ଜଣ ଯବାନଙ୍କ ସମେତ ପାଞ୍ଚ ଜଣ ଭାରତୀୟ ସେନାକର୍ମଚାରୀ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ସେନାକର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏ ନେଇ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଅଧିକାରୀମାନେ କହିଛନ୍ତି ଯେ, ଶନିବାର ଲଦାଖର ନ୍ୟୋମା-ଚୁସୁଲ ଅଞ୍ଚଳରେ ଥିବା ଲାଇନ୍ ଅଫ୍ ଆକଚୁଆ କଣ୍ଟ୍ରୋଲ୍ (LAC) ନିକଟରେ  ଟି -72 ଟ୍ୟାଙ୍କରେ ନଦୀ ପାର ହେଉଥିବା ବେଳେ ପାଞ୍ଚ ଜଣ ସେନା ଭାସି ଯାଇଥିଲେ।  ଲେହ ଠାରୁ ୧୪୮ କିଲୋମିଟର ଦୂରରେ ଥିବା ମନ୍ଦିର ମୋଡ଼ ନିକଟରେ ଅଭ୍ୟାସ ବେଳେ ଏହି ଦୁର୍ଘଟଣା ଘଟିଛି। ନଦୀ ପାର ହେଉଥିବା ବେଳେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କାରଣରୁ ୫ ଜଣ ସୈନିକ ଥିବା ଟି -72 ଟ୍ୟାଙ୍କଟି ବୁଡ଼ି ଯାଇଥିଲା।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର