ବିଶେଷଜ୍ଞଙ୍କ ମତ : ଆଉ ଏକ ଘାତକ ଲହର ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ

The Sakala Picture
Published On

ନୂଆଦିଲ୍ଲୀ, ୧୦|୫ (ଏଜେନ୍ସି): ଚଳିତ ବର୍ଷ କରୋନା ମହାମାରୀର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଜାତୀୟ କରୋନା ଟାସ୍କ ଫୋର୍ସର ସଦସ୍ୟ ତଥା ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥର ମହାମାରୀ ବିଶେଷଜ୍ଞ ଡ.ଗିରିଧର ବାବୁଙ୍କ ଅନୁଯାୟୀ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ତୃତୀୟ ଲହର ଆସିପାରେ। ଏଥିପାଇଁ ଦୀପାବଳି ପୂର୍ବରୁ ଦୁର୍ବଳ ବର୍ଗର ଲୋକଙ୍କୁ ଟିକାକରଣ ସାରିବା ଉଚିତ। ଏହା ଦ୍ବାରା ହଜାର ହଜାର ଲୋକଙ୍କ […]

ନୂଆଦିଲ୍ଲୀ, ୧୦|୫ (ଏଜେନ୍ସି): ଚଳିତ ବର୍ଷ କରୋନା ମହାମାରୀର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଜାତୀୟ କରୋନା ଟାସ୍କ ଫୋର୍ସର ସଦସ୍ୟ ତଥା ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥର ମହାମାରୀ ବିଶେଷଜ୍ଞ ଡ.ଗିରିଧର ବାବୁଙ୍କ ଅନୁଯାୟୀ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ତୃତୀୟ ଲହର ଆସିପାରେ। ଏଥିପାଇଁ ଦୀପାବଳି ପୂର୍ବରୁ ଦୁର୍ବଳ ବର୍ଗର ଲୋକଙ୍କୁ ଟିକାକରଣ ସାରିବା ଉଚିତ। ଏହା ଦ୍ବାରା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିପାରିବ। ତୃତୀୟ ଲହରରେ ଯୁବ ବର୍ଗ ଅଧିକ ପ୍ରଭାବିତ ହେବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ତୃତୀୟ ଲହର ଆସିବା ବିଭିନ୍ନ ଦିଗ ଉପରେ ନିର୍ଭର କରୁଛି। ଏବେ ଟିକାକରଣ ସ୍ଥିତ, କରୋନା ପ୍ରସାର ବୃଦ୍ଧି କରୁଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା ଜରୁରୀ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଖୁବଶୀଘ୍ର ନୂତନ ଭାରିଅଣ୍ଟକୁ ଚିହ୍ନଟ କରିବାକୁ ପଡିବ ଏବଂ େସଗୁଡିକୁ ନିର୍ଦ୍ଧିଷ୍ଟ ସୀମା ଭିତରେ ସୀମିତ ରଖିବାକୁ ହେବ।

ଆହୁରି ପଢ଼ନ୍ତୁ: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ନେଇ ବଡ଼ ଖୁଲାସା: ବାପା ଆୟାତୋଲ୍ଲାଙ୍କ ଇଚ୍ଛାପତ୍ରରେ ନଥିଲା ନାମ

ଟିକାକରଣ ଜୋରଦାର କରିବାକୁ ହେବ

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ବିଶେଷଜ୍ଞଙ୍କ ଅନୁଯାୟୀ ତୃତୀୟ ଲହର ଅଧିକ ବିପଜ୍ଜନକ ହେବ। କାରଣ ଚଳିତ ଥର କରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ଠାରେ ବିକଶିତ ହୋଇଥିବା ରୋଗ ପ୍ରତିରୋଧକ କ୍ଷମତା ସେତେବେଳକୁ ଶେଷ ହୋଇଯାଇଥିବ। ତେବେ କରୋନାକୁ ପ୍ରଭାବହୀନ କରିବାକୁ ହେଲେ ନଭେମ୍ବର ସୁଦ୍ଧା ଜନସଂଖ୍ୟାର ସିଂହଭାଗ ଲୋକଙ୍କୁ ଟିକା ଦେବାକୁ ହେବ। ଟିକାକରଣକୁ ଜୋରଦାର କରିବାକୁ ହେଲେ ତୃଣମୂଳସ୍ତରରେ ଯୋଜନା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟରେ ଲଗାଇବାକୁ ପଡିବ।
ଦ୍ବିତୀୟ ଲହର ଧିମା ହେବା ପରେ ଦୃଢ ଏବଂ ଶକ୍ତ ରଣନୀତି ବନାଇବାକୁ ହେବ। ଏହା ଦ୍ବାରା ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା କମ କରାଯାଇପାରିବ। ଶୀଘ୍ର ଯାଞ୍ଚ ଏବଂ ଲୋକଙ୍କୁ ଆଇସୋଲେଟ କରିବା ପାଇଁ ଜିଲ୍ଲାରେ ଥିବା ଲ୍ୟାବଗୁଡିକରେ ସୁବନ୍ଦୋବସ୍ତ କରିବାକୁ ହେବ।

ଟିକାକରଣ ଧିମା

ଏବେ ସୁଦ୍ଧା ଦେଶରେ ୧୭ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି। ତେବେ ଟିକାକରଣର ଗତି ଏବେ ଧିମା ରହିଛି। ବର୍ତ୍ତମାନ ସୁଦ୍ଧା ଜନସଂଖ୍ୟାର ପ୍ରାୟ ୧୧ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ଦିନକୁ ଦେଶର ୪୦ରୁ ୫୦ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏ ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ।

ଟିକା ବଦଳାଇବା ଆବଶ୍ୟକ

କେନ୍ଦ୍ର ସରକାରଙ୍କ ପ୍ରଧାନ ବିଜ୍ଞାନ ପରାମର୍ଶଦାତା ପ୍ରଫେସର କେ. ବିଜୟ ରାଘବାନ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତରେ ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା କରିଥିଲେ। ସେ କହିଥିଲେ େଯ ଆମ ଟିକା ନୂଆ ଭାରିଅଣ୍ଟ ବିରୋଧରେ ମଧ୍ୟ ପ୍ରଭାବୀ। କିନ୍ତୁ ଆମକୁ ଅଧିକ କାର୍ଯ୍ୟ କରିବାରୁ ଆବଶ୍ୟକତା ରହିଛି। କରୋନାରେ ପରିବର୍ତ୍ତନ ଆଶଙ୍କା କରି ତାହାର ଅନୁରୂପ ଟିକା ବଦଳାଇବା ପାଇଁ ପ୍ରସ୍ତୁତ ରହିବାକୁ ସେ କହିଥିଲେ।

ଭାରତର ପ୍ରସ୍ତୁତି

ଦ୍ବିତୀୟ ଲହର ମୁକାବିଲା ଲାଗି ଦେଶର ସ୍ବାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ପ୍ରୟାସ ଜାରି ରହିଛି। ଅମ୍ଳଜାନ ଅଭାବକୁ ଦେଖି ବିଶ୍ବର ଅନ୍ୟ ଦେଶଗୁଡିକର ଉତ୍ପାଦନ ୟୁନିଟି ପ୍ରତିଷ୍ଠା ପାଇଁ ଉପକରଣ ମଗାଯାଉଛି। ସ୍ବାସ୍ଥ୍ୟ ବିଭାଗ, ସେନା ଏବଂ ସାମାଜିକ ସଙ୍ଗଠନ ସହ ମିଶି କରୋନା ଚିକିତ୍ସା ପାଇଁ ସୁବନ୍ଦୋବସ୍ତ କରୁଛି। କରୋନା ପରୀକ୍ଷା ବୃଦ୍ଧି ହୋଇଛି। ତେବେ ଜରୁରୀ ସ୍ଥିତିର ମୁକାବିଲା ଲାଗି ଟିକାକରଣ ଗତି ପ୍ରଭାବିତ ହୋଇଛି। ଟିକା ଅଭାବର ଅଭିଯୋଗ ହେବା ପରେ ଋଷିଆ ଟିକା ସ୍ପୁଟନିକ-ଭିକୁ ଅନୁମତି ମିଳିଛି। ଏହା ସହିତ କେନ୍ଦ୍ର ସରକାର ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଏବଂ ଲକଡାଉନ ପାଇଁ ରାଜ୍ୟସରକାରଙ୍କୁ ଅଧିକାର ଦେଇଛନ୍ତି।

ଜନତାଙ୍କ ହାତରେ ବଡ଼ ଦାୟିତ୍ବ

ଆମେରିକା, ୟୁରୋପ, ବ୍ରିଟେନ, ଇସ୍ରାଏଲ ଭଳି ଯେଉଁ ରାଷ୍ଟ୍ରଗୁଡିକ କରୋନାର ଦ୍ବିତୀୟ, ତୃତୀୟ କିମ୍ବା ଚତୁର୍ଥ ଲହରକୁ ରୋକିଛନ୍ତି, ସେମାନଙ୍କ ପଛରେ ଜନତାଙ୍କ ସମର୍ଥନ ରହିଛି। ଜନତା ନିଜ ଦାୟିତ୍ବକୁ ସଠିକ ଭାବେ ପାଳନ କରିଛନ୍ତି। ଏଥିଯୋଗୁଁ କରୋନା ଲହର ସେଠାରେ କମ କ୍ଷତି କରିଛି।

11 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର