ଭାରତ ଆସିବ ଏଲନ୍ ମସ୍କଙ୍କ ବୈଦ୍ୟୁତିକ ଯାନ ‘ଟେସ୍ଲା’, ନୂତନ ଇଭି ନୀତି ଆଣୁଛନ୍ତି ଭାରତ ସରକାର

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଆସିବ ଏଲନ୍ ମସ୍କଙ୍କ ବୈଦ୍ୟୁତିକ ଯାନ(ଇଭି) ଟେସ୍ଲା। ସେ ସମୟ ଆଉ ଦୂର ନୁହେଁ। କାରଣ ଟେସ୍‌ଲା ପାଇଁ ଭାରତ ସରକାର ନିଜର ନୀତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସମ୍ପ୍ରତି କେନ୍ଦ୍ର ସରକାର ଏକ ନୂତନ ବୈଦ୍ୟୁତିକ ଯାନ(ଇଭି) ନୀତି ଉପରେ କାର୍ଯ୍ୟ କରୁଛନ୍ତି। ଏହି ନୀତି ମସ୍କଙ୍କୁ ସୁହାଇବ। ସରକାର ଶେଷର ଟେସ୍ଲା ପାଇଁ ଆମଦାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ହେଲେ ଭାରତକୁ ଟେସ୍‌ଲାର ଏଣ୍ଡ୍ରି ସହଜ ହୋଇଯିବ। […]

ନୂଆଦିଲ୍ଲୀ: ଭାରତ ଆସିବ ଏଲନ୍ ମସ୍କଙ୍କ ବୈଦ୍ୟୁତିକ ଯାନ(ଇଭି) ଟେସ୍ଲା। ସେ ସମୟ ଆଉ ଦୂର ନୁହେଁ। କାରଣ ଟେସ୍‌ଲା ପାଇଁ ଭାରତ ସରକାର ନିଜର ନୀତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସମ୍ପ୍ରତି କେନ୍ଦ୍ର ସରକାର ଏକ ନୂତନ ବୈଦ୍ୟୁତିକ ଯାନ(ଇଭି) ନୀତି ଉପରେ କାର୍ଯ୍ୟ କରୁଛନ୍ତି। ଏହି ନୀତି ମସ୍କଙ୍କୁ ସୁହାଇବ। ସରକାର ଶେଷର ଟେସ୍ଲା ପାଇଁ ଆମଦାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ହେଲେ ଭାରତକୁ ଟେସ୍‌ଲାର ଏଣ୍ଡ୍ରି ସହଜ ହୋଇଯିବ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏଠାରେ ସୂଚନାଯୋଗ୍ୟ ଯେ, ଟେସ୍‌ଲାକୁ ଭାରତକୁ ଆଣିବାକୁ ମସ୍କ ବହୁ ପୂର୍ବରୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇସାରିଛନ୍ତି। ହେଲେ ଟିକସ ନୀତିକୁ ନେଇ ଦୀର୍ଘଦିନ ହେବ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। ଏବେ ଏହି ସବୁ ବିବାଦ ଏବଂ ଲଢ଼େଇ ମଧ୍ୟରେ ମସ୍କଙ୍କର ବିଜୟ ହୋଇଛି। ସରକାର ନୂତନ ଇଭି ନୀତି ଆଣିଲେ ଟେସ୍‌ଲାକୁ ଟିକସ ରିଆତି ମିଳିବ। ଏହି ନୀତି ଅନୁଯାୟୀ, ସେହି ଅଟୋ କମ୍ପାନୀଗୁଡିକ ଆମଦାନୀ ଟିକସ ଛାଡ ହେବ ଯେଉଁଗୁଡିକ ଦେଶରେ ସେମାନଙ୍କର ଯାନ ଉତ୍ପାଦନ କରିବେ। ଭାରତରେ ଆମଦାନୀ କର ହ୍ରାସ କରିବାକୁ ଟେସ୍ଲା ଦାବି କରିଆସୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରଏଟର୍ସ ରିପୋର୍ଟ ଅନୁଯାୟୀ, ସରକାର ବିଦେଶରେ ନିର୍ମିତ କାର ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରିପାରନ୍ତି। ୪୦,୦୦୦ ଡଲାରରୁ ଅଧିକ ମୂଲ୍ୟର କାରର ଆମଦାନୀ ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତ ଲାଗୁ ଥିବାବେଳେ ଅନ୍ୟ କାର ଉପରେ ୭୦ ପ୍ରତିଶତ ଟିକସ ଲାଗିଥାଏ। ଟେସଲାର ସର୍ବୋତ୍ତମ ବିକ୍ରି କାର ହେଉଥିବା ମଡେଲ ୱାଇ ଯାହାର ମୂଲ୍ୟ ୪୭,୭୪୦ ଡଲାର। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଟେସଲାର ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଯଦି ସରକାର ଏଭଳି ନୀତି ଅବଲମ୍ବନ କରନ୍ତି, ତେବେ ଏହା ଦେଶରେ ବିଦେଶରୁ ଆମଦାନୀ ହୋଇଥିବା ଇଭି କାରର ମୂଲ୍ୟରେ ବହୁତ ହ୍ରାସ ଘଟାଇବ। ଏହାଦ୍ବାରା ଅନ୍ୟ ବିଦେଶୀ ଅଟୋ କମ୍ପାନୀଗୁଡିକ ପାଇଁ ମଧ୍ୟ ଭାରତର ଦ୍ୱାର ଖୋଲିଯିବ। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ କାର ବଜାର, କିନ୍ତୁ ଦେଶରେ ଇଭି କାର ବିକ୍ରି ଦୁଇ ପ୍ରତିଶତରୁ କମ୍ ରହିଛି, ଯଦିଓ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ସୂତ୍ରରୁ ଜଣାପଡିଛି ଯେ ଆମଦାନୀ ଟିକସ ହ୍ରାସ ହେତୁ ଟେସ୍‌ଲା ଭାରତରେ ଏହାର ସମସ୍ତ ମଡେଲ ବିକ୍ରି କରିପାରିବ। ଅପରପକ୍ଷେ କେନ୍ଦ୍ର ବାଣିଜ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ଏକ ସୂତ୍ରରୁ ପ୍ରକାଶ ଯେ ଏହି ନୀତି ଆଲୋଚନାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନାଯୋଗ୍ୟ ଯେ, ୨୦୨୧ରେ ଟେସଲା ପ୍ରଥମେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଇଭି ଉପରେ ଆମଦାନୀ ଟିକସ ହ୍ରାସ କରିବାକୁ କମ୍ପାନୀ ଦାବି କରିଥିଲା। ସରକାର କହିଛନ୍ତି ଯେ ପ୍ରଥମେ କମ୍ପାନୀକୁ ଦେଶରେ ଉତ୍ପାଦନ ସିନିଶ୍ଚିତ କରିବାକୁ ପଡିବ, ଏହାପରେ ଏହାର ପ୍ରସ୍ତାବକୁ ବିଚାର କରାଯାଇପାରିବ। ଏହାପରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ବନ୍ଦ ହୋଇଯାଇଥ଄ଲା। ଜୁନ୍ ମାସରେ ମସ୍କ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେବେଠାରୁ ଭାରତରେ ଟେସ୍‌ଲାର ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ସୂତ୍ରରୁ ଜଣାପଡିଛି ଯେ ଟେସ୍ଲା ଭାରତୀୟ କର୍ତ୍ତୃପକ୍ଷଙ୍କୁ କହିଛି ଯେ ୨୦୩୦ ସୁଦ୍ଧା କମ୍ପାନୀ ଭାରତରେ ଏହାର କାରଖାନା ସମ୍ପୂର୍ଣ୍ଣ କ୍ଷମତାରେ କାମ ଆରମ୍ଭ କରିପାରିବ। ତେବେ ସରକାରଙ୍କ ଦ୍ବାରା ଆମଦାନୀ ଟିକସ ଛାଡ ଦ୍ୱାରା ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଭଳି କମ୍ପାନୀ ପ୍ରଭାବିତ ହୋଇପାରନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଟେସଲାକୁ ଭାରତ ଆଣିବାକୁ ସରକାର ଆଗ୍ରହୀ କିନ୍ତୁ ଶୀଘ୍ର କିଛି କରାଯିବ ନାହିଁ। ଇଭି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ଉଦାହରଣ ସ୍ୱରୂପ, ଇଣ୍ଡୋନେସିଆ କାରଗୁଡିକ ଉପରେ ଆମଦାନୀ ଶୁଳ୍କ ୫୦%ରୁ ଶୂନ୍‌କୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି।

26 Aug 2023 By The Sakala

ଭାରତ ଆସିବ ଏଲନ୍ ମସ୍କଙ୍କ ବୈଦ୍ୟୁତିକ ଯାନ ‘ଟେସ୍ଲା’, ନୂତନ ଇଭି ନୀତି ଆଣୁଛନ୍ତି ଭାରତ ସରକାର

ନୂଆଦିଲ୍ଲୀ: ଭାରତ ଆସିବ ଏଲନ୍ ମସ୍କଙ୍କ ବୈଦ୍ୟୁତିକ ଯାନ(ଇଭି) ଟେସ୍ଲା। ସେ ସମୟ ଆଉ ଦୂର ନୁହେଁ। କାରଣ ଟେସ୍‌ଲା ପାଇଁ ଭାରତ ସରକାର ନିଜର ନୀତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସମ୍ପ୍ରତି କେନ୍ଦ୍ର ସରକାର ଏକ ନୂତନ ବୈଦ୍ୟୁତିକ ଯାନ(ଇଭି) ନୀତି ଉପରେ କାର୍ଯ୍ୟ କରୁଛନ୍ତି। ଏହି ନୀତି ମସ୍କଙ୍କୁ ସୁହାଇବ। ସରକାର ଶେଷର ଟେସ୍ଲା ପାଇଁ ଆମଦାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ହେଲେ ଭାରତକୁ ଟେସ୍‌ଲାର ଏଣ୍ଡ୍ରି ସହଜ ହୋଇଯିବ।

ଏଠାରେ ସୂଚନାଯୋଗ୍ୟ ଯେ, ଟେସ୍‌ଲାକୁ ଭାରତକୁ ଆଣିବାକୁ ମସ୍କ ବହୁ ପୂର୍ବରୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇସାରିଛନ୍ତି। ହେଲେ ଟିକସ ନୀତିକୁ ନେଇ ଦୀର୍ଘଦିନ ହେବ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। ଏବେ ଏହି ସବୁ ବିବାଦ ଏବଂ ଲଢ଼େଇ ମଧ୍ୟରେ ମସ୍କଙ୍କର ବିଜୟ ହୋଇଛି। ସରକାର ନୂତନ ଇଭି ନୀତି ଆଣିଲେ ଟେସ୍‌ଲାକୁ ଟିକସ ରିଆତି ମିଳିବ। ଏହି ନୀତି ଅନୁଯାୟୀ, ସେହି ଅଟୋ କମ୍ପାନୀଗୁଡିକ ଆମଦାନୀ ଟିକସ ଛାଡ ହେବ ଯେଉଁଗୁଡିକ ଦେଶରେ ସେମାନଙ୍କର ଯାନ ଉତ୍ପାଦନ କରିବେ। ଭାରତରେ ଆମଦାନୀ କର ହ୍ରାସ କରିବାକୁ ଟେସ୍ଲା ଦାବି କରିଆସୁଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ସରକାର ବିଦେଶରେ ନିର୍ମିତ କାର ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରିପାରନ୍ତି। ୪୦,୦୦୦ ଡଲାରରୁ ଅଧିକ ମୂଲ୍ୟର କାରର ଆମଦାନୀ ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତ ଲାଗୁ ଥିବାବେଳେ ଅନ୍ୟ କାର ଉପରେ ୭୦ ପ୍ରତିଶତ ଟିକସ ଲାଗିଥାଏ। ଟେସଲାର ସର୍ବୋତ୍ତମ ବିକ୍ରି କାର ହେଉଥିବା ମଡେଲ ୱାଇ ଯାହାର ମୂଲ୍ୟ ୪୭,୭୪୦ ଡଲାର। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଟେସଲାର ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଯଦି ସରକାର ଏଭଳି ନୀତି ଅବଲମ୍ବନ କରନ୍ତି, ତେବେ ଏହା ଦେଶରେ ବିଦେଶରୁ ଆମଦାନୀ ହୋଇଥିବା ଇଭି କାରର ମୂଲ୍ୟରେ ବହୁତ ହ୍ରାସ ଘଟାଇବ। ଏହାଦ୍ବାରା ଅନ୍ୟ ବିଦେଶୀ ଅଟୋ କମ୍ପାନୀଗୁଡିକ ପାଇଁ ମଧ୍ୟ ଭାରତର ଦ୍ୱାର ଖୋଲିଯିବ। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ କାର ବଜାର, କିନ୍ତୁ ଦେଶରେ ଇଭି କାର ବିକ୍ରି ଦୁଇ ପ୍ରତିଶତରୁ କମ୍ ରହିଛି, ଯଦିଓ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ସୂତ୍ରରୁ ଜଣାପଡିଛି ଯେ ଆମଦାନୀ ଟିକସ ହ୍ରାସ ହେତୁ ଟେସ୍‌ଲା ଭାରତରେ ଏହାର ସମସ୍ତ ମଡେଲ ବିକ୍ରି କରିପାରିବ। ଅପରପକ୍ଷେ କେନ୍ଦ୍ର ବାଣିଜ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ଏକ ସୂତ୍ରରୁ ପ୍ରକାଶ ଯେ ଏହି ନୀତି ଆଲୋଚନାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।

ସୂଚନାଯୋଗ୍ୟ ଯେ, ୨୦୨୧ରେ ଟେସଲା ପ୍ରଥମେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଇଭି ଉପରେ ଆମଦାନୀ ଟିକସ ହ୍ରାସ କରିବାକୁ କମ୍ପାନୀ ଦାବି କରିଥିଲା। ସରକାର କହିଛନ୍ତି ଯେ ପ୍ରଥମେ କମ୍ପାନୀକୁ ଦେଶରେ ଉତ୍ପାଦନ ସିନିଶ୍ଚିତ କରିବାକୁ ପଡିବ, ଏହାପରେ ଏହାର ପ୍ରସ୍ତାବକୁ ବିଚାର କରାଯାଇପାରିବ। ଏହାପରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ବନ୍ଦ ହୋଇଯାଇଥ଄ଲା। ଜୁନ୍ ମାସରେ ମସ୍କ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେବେଠାରୁ ଭାରତରେ ଟେସ୍‌ଲାର ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ସୂତ୍ରରୁ ଜଣାପଡିଛି ଯେ ଟେସ୍ଲା ଭାରତୀୟ କର୍ତ୍ତୃପକ୍ଷଙ୍କୁ କହିଛି ଯେ ୨୦୩୦ ସୁଦ୍ଧା କମ୍ପାନୀ ଭାରତରେ ଏହାର କାରଖାନା ସମ୍ପୂର୍ଣ୍ଣ କ୍ଷମତାରେ କାମ ଆରମ୍ଭ କରିପାରିବ। ତେବେ ସରକାରଙ୍କ ଦ୍ବାରା ଆମଦାନୀ ଟିକସ ଛାଡ ଦ୍ୱାରା ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଭଳି କମ୍ପାନୀ ପ୍ରଭାବିତ ହୋଇପାରନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଟେସଲାକୁ ଭାରତ ଆଣିବାକୁ ସରକାର ଆଗ୍ରହୀ କିନ୍ତୁ ଶୀଘ୍ର କିଛି କରାଯିବ ନାହିଁ। ଇଭି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ଉଦାହରଣ ସ୍ୱରୂପ, ଇଣ୍ଡୋନେସିଆ କାରଗୁଡିକ ଉପରେ ଆମଦାନୀ ଶୁଳ୍କ ୫୦%ରୁ ଶୂନ୍‌କୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି।

https://www.thesakala.in/big-news/elon-musks-electric-vehicle-tesla-will-come-to-india-soon/article-24805
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର