ଏଲନ୍‌ ମସ୍କ ବିଶ୍ବର ପ୍ରଥମ ୩୦୦ ଅରବ ଡଲାର ଆୟକାରୀ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ ଧନୀ ବ୍ୟକ୍ତି ଟେସଲା ମୁଖ୍ୟ ଏଲନ୍‌ ମସ୍କଙ୍କ ସମ୍ପତ୍ତି ଦିନକୁ ଦିନ ବଢିବାରେ ଲାଗିଛି। ଏବେ ସେ ଦୁନିଆର ଏକ ମାତ୍ର ଏଭଳି ବ୍ୟକ୍ତି ଯାହାଙ୍କ ସଫଳତା ପର୍ଯ୍ୟନ୍ତ କେହି ପହଞ୍ଚି ପାରିନାହାନ୍ତି। ଗତ ଗୁରୁବାର ମସ୍କଙ୍କ ସମ୍ପତ୍ତିରେ ୯.୭୯ ଅରବ ଡଲାର ଅର୍ଥାତ ୭୩,୨୧୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଏହାପରେ ମସ୍କଙ୍କ ସମ୍ପତ୍ତି ୩୦୨ ଅରବ ଡଲାରରେ ପହଞ୍ଚିଯାଇଛି। ସମ୍ପତ୍ତି ପରିମାଣ ୩୦୦ ଅରବ ଡଲାରରେ ପହଞ୍ଚିବାରେ ମସ୍କ […]

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ ଧନୀ ବ୍ୟକ୍ତି ଟେସଲା ମୁଖ୍ୟ ଏଲନ୍‌ ମସ୍କଙ୍କ ସମ୍ପତ୍ତି ଦିନକୁ ଦିନ ବଢିବାରେ ଲାଗିଛି। ଏବେ ସେ ଦୁନିଆର ଏକ ମାତ୍ର ଏଭଳି ବ୍ୟକ୍ତି ଯାହାଙ୍କ ସଫଳତା ପର୍ଯ୍ୟନ୍ତ କେହି ପହଞ୍ଚି ପାରିନାହାନ୍ତି। ଗତ ଗୁରୁବାର ମସ୍କଙ୍କ ସମ୍ପତ୍ତିରେ ୯.୭୯ ଅରବ ଡଲାର ଅର୍ଥାତ ୭୩,୨୧୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଏହାପରେ ମସ୍କଙ୍କ ସମ୍ପତ୍ତି ୩୦୨ ଅରବ ଡଲାରରେ ପହଞ୍ଚିଯାଇଛି। ସମ୍ପତ୍ତି ପରିମାଣ ୩୦୦ ଅରବ ଡଲାରରେ ପହଞ୍ଚିବାରେ ମସ୍କ ଦୁନିଆ॥େର ଏକ ମାତ୍ର ବ୍ୟକ୍ତି। ଏଥିସହିତ ଟେସ୍‌ଲାର ବଜାର ପୁଞ୍ଜି ମଧ୍ୟ ଏକ ଲକ୍ଷ ଡଲାର ଅତିକ୍ରମ କରିଛି।

ଆହୁରି ପଢ଼ନ୍ତୁ: FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ଡ୍ରାମା: ଆତଙ୍କବାଦୀ ମାସୁଦ୍ ଆଝାର ଉପରେ ୭୦ ଲକ୍ଷର ପୁରସ୍କାର ଘୋଷଣା


ବ୍ଲୁମ୍‌ ବର୍ଗ ବିଲିନଏର ସୂଚୀ ମୁତାବକ ବିଶ୍ବର ଦ୍ଵିତୀୟ ସବୁଠୁ ବଡ ଧନୀ ବ୍ୟକ୍ତି ହେଉଛନ୍ତି ଆମାଜନ ମାଲିକ ଜେଫ ବେଜୋସ। ତାଙ୍କର ସମ୍ପତ୍ତି ପରିମାଣ ୧୯୯ ଅରବ ଡଲାରରେ ପହଞ୍ଚିଥିଲେ ମଧ୍ୟ ଏଲନ ମସ୍କଙ୍କ ସମ୍ପତ୍ତି ତାଙ୍କଠୁ ୧୦୦ ଅରବ ଡଲାର ଅଧିକ। ଅନ୍ୟପଟେ ଦୁନିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଅଛନ୍ତି ବନାର୍ଡ ଆର୍ଣ୍ଣୋଲ୍ଟ। ଚତୁର୍ଥ ନମ୍ବରରେ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍‌ ଗେଟ୍ସ ରହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର