ଏଲନ୍‌ ମସ୍କ ଦୈନିକ ହରାଉଛନ୍ତି ୨୫୦୦ କୋଟି: ସମ୍ପତ୍ତି ୩୩୫ରୁ ୧୭୦ ବିଲିୟନ୍‌ ଡଲାରକୁ ହ୍ରାସ

The Sakala Picture
Published On

ୱାଶିଂଟନ୍‌: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମାନ୍ୟତା ଏବେ ବିପଦରେ। ମସ୍କ ବିଗତ ଏକ ବର୍ଷ ମଧ୍ୟରେ ନିଜର ଅଧା ସମ୍ପତ୍ତି ହରାଇଛନ୍ତି। ଗତ ବର୍ଷ ନଭେମ୍ବର ପ୍ରାରମ୍ଭରେ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୩୩୫ ବିଲିୟନ ଡ଼ଲାରରେ ରହିଥିଲା। ବ୍ଲୁମବର୍ଗ ବିଲିନାଏରସ୍ ଇଣ୍ଡେକ୍ସ ଅନୁଯାୟୀ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ ୧୭୦ ବିଲିୟନ ଡ଼ଲାରକୁ ଖସିଆସିଛି। ଚଳିତବର୍ଷ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୧୦୧ ବିଲିୟନ ଡ଼ଲାର ହ୍ରାସ ପାଇଛି। ସୋମବାର ମସ୍କଙ୍କ […]

ୱାଶିଂଟନ୍‌: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମାନ୍ୟତା ଏବେ ବିପଦରେ। ମସ୍କ ବିଗତ ଏକ ବର୍ଷ ମଧ୍ୟରେ ନିଜର ଅଧା ସମ୍ପତ୍ତି ହରାଇଛନ୍ତି। ଗତ ବର୍ଷ ନଭେମ୍ବର ପ୍ରାରମ୍ଭରେ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୩୩୫ ବିଲିୟନ ଡ଼ଲାରରେ ରହିଥିଲା। ବ୍ଲୁମବର୍ଗ ବିଲିନାଏରସ୍ ଇଣ୍ଡେକ୍ସ ଅନୁଯାୟୀ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ ୧୭୦ ବିଲିୟନ ଡ଼ଲାରକୁ ଖସିଆସିଛି। ଚଳିତବର୍ଷ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୧୦୧ ବିଲିୟନ ଡ଼ଲାର ହ୍ରାସ ପାଇଛି। ସୋମବାର ମସ୍କଙ୍କ କମ୍ପାନୀ ଟେସ୍‌ଲାର ସେୟାର ପ୍ରାୟ ସାତ ପ୍ରତିଶତ ହ୍ରାସ ପାଇଛି। ଏହା ମାତ୍ର ଗୋଟିଏ ଷ୍ଟ୍ରୋକ୍‌ରେ ମସ୍କଙ୍କର ନେଟ୍‌ ସମ୍ପତ୍ତିରେ ୮.୫୯ ବିଲିୟନ ଡ଼ଲାରକୁ ହ୍ରାସ ଘଟାଇଥିଲା। ଏହାବ୍ୟତୀତ ଚଳିତବର୍ଷ ମସ୍କ ଦୈନିକ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ହରାଇଛନ୍ତି। ଏ ପର୍ଯ୍ୟନ୍ତ ସେ ୮ଲକ୍ଷ କୋଟିରୁ ଅଧ଄କ ଟଙ୍କା ହରାଇସାରିଲେଣି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଗତ ମାସ ଶେଷ ଭାଗରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପାଇଁ ମସ୍କ ଏହି ଚୁକ୍ତି ଶେଷ କରିଥିଲେ। ସେବେଠାରୁ ତାଙ୍କର ଧ୍ୟାନ ଏହା ଉପରେ ରହିଥିଲା। ନିବେଶକମାନେ ଭୟ କରୁଛନ୍ତି ଯେ ଆଗାମୀ ଦିନରେ ଟ୍ୱିଟରକୁ ଲାଭକୁ ଆଣିବା ଉପରେ ମସ୍କ ଗୁରୁତ୍ୱ ଦେଇପାରନ୍ତି। ଏହି କାରଣରୁ ସେମାନେ ଟେସଲା ସେୟାରଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଯାହା ଫଳ ସ୍ବରୂପ କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଘଟୁଛି। ମସ୍କ ନିକଟରେ ଟେସଲାର କୋଟି କୋଟି ସେୟାର ବିକ୍ରି କରିଛିନ୍ତି। ଏହା ନିବେଶକଙ୍କ ଆଶଙ୍କାକୁ ଆହୁରି ସୁଦୃଢ଼ କରିଛି। ନେଟ୍‌ ସମ୍ପତ୍ତି ମୂଲ୍ୟ ହ୍ରାସ ହେତୁ ଧନୀ ତାଲିକାରେ ମସ୍କଙ୍କ ମାନ୍ୟତା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ଏହାର କାରଣ ହେଉଛି ବିଶ୍ୱର ଧନୀ ତାଲିକାରେ ଫ୍ରାନ୍ସ ବ୍ୟବସାୟୀ ବର୍ନାର୍ଡ ଆର୍ଣ୍ଣୋଲ୍ଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୧୫୭ ବିଲିୟନ ଡ଼ଲାର। ବର୍ତ୍ତମାନ ଉଭୟଙ୍କ ସମ୍ପତ୍ତି ମଧ୍ୟରେ କେବଳ ୧୩ ବିଲିୟନ ଡଲାରର ପାର୍ଥକ୍ୟ ରହିଛି। ଏହି ତାଲିକାରେ ଭାରତର ଗୌତମ ଆଦାନୀ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କର ନେଟ୍‌ ସମ୍ପତ୍ତି ମୂଲ୍ୟ ୧୩୦ ବିଲିୟନ ଡ଼ଲାର। ଆଦାନୀ ଚଳିତ ବର୍ଷ ସର୍ବାଧିକ ରୋଜଗାର କରୁଥିବା ବିଲିୟନେୟାର।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

23 Nov 2022 By The Sakala

ଏଲନ୍‌ ମସ୍କ ଦୈନିକ ହରାଉଛନ୍ତି ୨୫୦୦ କୋଟି: ସମ୍ପତ୍ତି ୩୩୫ରୁ ୧୭୦ ବିଲିୟନ୍‌ ଡଲାରକୁ ହ୍ରାସ

ୱାଶିଂଟନ୍‌: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମାନ୍ୟତା ଏବେ ବିପଦରେ। ମସ୍କ ବିଗତ ଏକ ବର୍ଷ ମଧ୍ୟରେ ନିଜର ଅଧା ସମ୍ପତ୍ତି ହରାଇଛନ୍ତି। ଗତ ବର୍ଷ ନଭେମ୍ବର ପ୍ରାରମ୍ଭରେ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୩୩୫ ବିଲିୟନ ଡ଼ଲାରରେ ରହିଥିଲା। ବ୍ଲୁମବର୍ଗ ବିଲିନାଏରସ୍ ଇଣ୍ଡେକ୍ସ ଅନୁଯାୟୀ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ ୧୭୦ ବିଲିୟନ ଡ଼ଲାରକୁ ଖସିଆସିଛି। ଚଳିତବର୍ଷ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୧୦୧ ବିଲିୟନ ଡ଼ଲାର ହ୍ରାସ ପାଇଛି। ସୋମବାର ମସ୍କଙ୍କ କମ୍ପାନୀ ଟେସ୍‌ଲାର ସେୟାର ପ୍ରାୟ ସାତ ପ୍ରତିଶତ ହ୍ରାସ ପାଇଛି। ଏହା ମାତ୍ର ଗୋଟିଏ ଷ୍ଟ୍ରୋକ୍‌ରେ ମସ୍କଙ୍କର ନେଟ୍‌ ସମ୍ପତ୍ତିରେ ୮.୫୯ ବିଲିୟନ ଡ଼ଲାରକୁ ହ୍ରାସ ଘଟାଇଥିଲା। ଏହାବ୍ୟତୀତ ଚଳିତବର୍ଷ ମସ୍କ ଦୈନିକ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ହରାଇଛନ୍ତି। ଏ ପର୍ଯ୍ୟନ୍ତ ସେ ୮ଲକ୍ଷ କୋଟିରୁ ଅଧ଄କ ଟଙ୍କା ହରାଇସାରିଲେଣି।

ଗତ ମାସ ଶେଷ ଭାଗରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପାଇଁ ମସ୍କ ଏହି ଚୁକ୍ତି ଶେଷ କରିଥିଲେ। ସେବେଠାରୁ ତାଙ୍କର ଧ୍ୟାନ ଏହା ଉପରେ ରହିଥିଲା। ନିବେଶକମାନେ ଭୟ କରୁଛନ୍ତି ଯେ ଆଗାମୀ ଦିନରେ ଟ୍ୱିଟରକୁ ଲାଭକୁ ଆଣିବା ଉପରେ ମସ୍କ ଗୁରୁତ୍ୱ ଦେଇପାରନ୍ତି। ଏହି କାରଣରୁ ସେମାନେ ଟେସଲା ସେୟାରଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଯାହା ଫଳ ସ୍ବରୂପ କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଘଟୁଛି। ମସ୍କ ନିକଟରେ ଟେସଲାର କୋଟି କୋଟି ସେୟାର ବିକ୍ରି କରିଛିନ୍ତି। ଏହା ନିବେଶକଙ୍କ ଆଶଙ୍କାକୁ ଆହୁରି ସୁଦୃଢ଼ କରିଛି। ନେଟ୍‌ ସମ୍ପତ୍ତି ମୂଲ୍ୟ ହ୍ରାସ ହେତୁ ଧନୀ ତାଲିକାରେ ମସ୍କଙ୍କ ମାନ୍ୟତା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ଏହାର କାରଣ ହେଉଛି ବିଶ୍ୱର ଧନୀ ତାଲିକାରେ ଫ୍ରାନ୍ସ ବ୍ୟବସାୟୀ ବର୍ନାର୍ଡ ଆର୍ଣ୍ଣୋଲ୍ଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୧୫୭ ବିଲିୟନ ଡ଼ଲାର। ବର୍ତ୍ତମାନ ଉଭୟଙ୍କ ସମ୍ପତ୍ତି ମଧ୍ୟରେ କେବଳ ୧୩ ବିଲିୟନ ଡଲାରର ପାର୍ଥକ୍ୟ ରହିଛି। ଏହି ତାଲିକାରେ ଭାରତର ଗୌତମ ଆଦାନୀ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କର ନେଟ୍‌ ସମ୍ପତ୍ତି ମୂଲ୍ୟ ୧୩୦ ବିଲିୟନ ଡ଼ଲାର। ଆଦାନୀ ଚଳିତ ବର୍ଷ ସର୍ବାଧିକ ରୋଜଗାର କରୁଥିବା ବିଲିୟନେୟାର।

https://www.thesakala.in/big-news/elon-musk-is-losing-rs-2500-crores-every-day-this-year/article-16793
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର